ଗାଧୋଇବା ବେଳେ ପୋଖରୀରେ ବୁଡି ଭାଇ ଓ ଭଉଣୀଙ୍କ ସଲିଳ ସମାଧି
9/10/2019 at 4:24 PM

ଢେଙ୍କାନାଳ ୯|୧୦: ଗାଧୋଇବା ବେଳେ ବୁଡିଗଲେ ଭାଇ ଓ ଭଉଣୀ । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଇଟାପ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ସତ୍ୟବ୍ରତ ରାଉତ ଏବଂ ଜ୍ୟୋର୍ତିମୟୀ ରାଉତ ।

ଆଜି ସକାଳ ୧୦ଟା ବେଳେ ଗାଁ ନିକଟ ପାକଟବନ୍ଧକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଉଭୟ ଭାଇ ଓ ଭଉଣୀ ବୁଡି ଯାଇଥିଲେ । ଗ୍ରାମବାସୀମାନେ ଉଭୟଙ୍କୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ବଅଁରପାଳ ଦମକଳବାହିନୀ, କଣ୍ଟାବଣିଆ ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରିଥିଲେ । ମାତ୍ର ସେତେବେଳେଙ୍କୁ ଭାଇ ଓ ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିଲା ।
Related Posts
ଜମିଜମା ବିବାଦରୁ ତୁମୁଳକାଣ୍ଡ, ଜଣଙ୍କୁ ମିଶି ମାରିଦେଲେ ଗ୍ରାମବାସୀ
28 January 2021