ରୋଜଗାର କରିବାକୁ କଲେ ଏମିତି ଧନ୍ଦା ; ଭଉଣୀ ମାଗୁଥିଲା ଲିପ୍ଟ୍ , ଭାଇ ନେଉଥିଲା ଲୁଟି
21/02/2019 at 8:06 PM

ନୂଆଦିଲ୍ଲୀ ୨୧/୨-ଦେଶର ରାଜଧାନୀ ନୂଆଦିଲ୍ଲୀରେ ଭାଇ-ଭଉଣୀଙ୍କ ନାଁରେ ହତ୍ୟା ଅଭିଯୋଗ । ଭଉଣୀ ଲୋପ୍ଟ ମାଗିବା ନାଁରେ କରୁଥିଲା ହନିଟ୍ରାପ, ଭାଇ କରୁଥିଲା ଲୁଟ ଓ ହତ୍ୟା ।
ରାତିରେ ବିଭିନ୍ନ ଯାତ୍ରୀଙ୍କୁ ହାତ ଦେଖାଇ ଲିପ୍ଟ ମାଗିବା ପରେ ରାସ୍ତାରେ କରୁଥିଲେ ହରିଲୁଟ୍ । ଏହି ଲୁଟ୍ ଘଟଣାରେ ଭାଇ ଭଉଣୀ ସଂପୃକ୍ତଥିବା କଥା ପୋଲିସ ପ୍ରେସ କନଫେରନ୍ସ କରି ସୂଚନା ଦେଇଛନ୍ତି ।
ଏହି ହତ୍ୟା ଓ ଲୁଟ ଘଟଣାରେ ଅଭିଯୁକ୍ତ ଶିବକୁମାର ଓ ନୀଲମ ଦୁହେଁ ଭାଇଭଉଣି ଥିବା ଜଣାଯାଇଛି ।
ସେମାନେ କୌଶଳକ୍ରମେ ଯାତ୍ରୀଙ୍କୁ ପ୍ରଥମେ ଭଉଣି ହନିଟ୍ରାପ କରୁଥିଲା । ତା ପରେ ଲିପ୍ଟ୍ ମାଗିବା ବାହାନାରେ ସେମାନେ ଗାଡ଼ିକୁ ଅଧାବାଟରେ ଅଟକାଇ ଦେଉଥିଲେ । ପୂର୍ଵ ଯୋଜନା ଅନୁସାରେ ଭାଇ ସହିତ ମିଶି କରୁଥିଲେ ଲୁଟ । ନୀଲମ ଦେଖିବାକୁ ସୁନ୍ଦରୀ ଥିଲା । ବିବାହର କିଛିଦିନ ପରେ ସ୍ଵାମୀ ସହିତ ବିବାହ ବିଚ୍ଛେଦ ହୋଇଥିଲା । ବିବାହ ବିଚ୍ଛେଦପରେ ବାପଘରକୁ ପଳେଇଆସିଥିଲା । କିନ୍ତୁ ପରିବାରରେ ଆର୍ଥିକ ସ୍ଵଚ୍ଛଳତା ନ ଥିଲା ଓ ନିଜର ଭାଇଶିବକୁମାର ମଧ୍ୟ ବେକାର ଥିଲା ।
ଏହି ସମୟରେ ଭାଇ-ଭଉଣୀ ମିଶି ଏଭଳି ଯୋଜନା କରିଥିବା କଥା ପୋଲିସ ଆଗରେ କହିଛନ୍ତି ।
ପୋଲିସ ଦିଲ୍ଲୀ ପରିବହନ ନିଗମର ଜଣେ ଡ଼୍ରାଭରକୁ ହନିଟ୍ରାପ କରି ହତ୍ୟା କରିବା ଘଟଣାର କିଛି ସୁରାକ ପାଉ ନଥିଲା ପୋଲିସ । କିନ୍ତୁ ଠିକ୍ ଏହିପରି ଜଣେ ଅଟୋଚାଳକ ସଂଜୟର ହତ୍ୟା ପରେ ପୋଲିସ ହୋଇପଡ଼ିଥିଲା ତତ୍ପର । ସହରର ବିଭିନ୍ନ ସିସିଟିଭି ଯାଂଚ କରିବା ପରେ ଜଣାପଡ଼ିଥିଲା ସମସ୍ତ ଘଟଣା । ଏହି ଘଟଣାରେ ନୀଲମ ଓ ଶିବକୁମାରଙ୍କୁ ପୋଲିସ ଗିରଫ କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା ।