Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ସାନ ଭାଇର ହାତୁଡି ମାଡ଼ରେ ଭାଇ-ଭାଉଜ ଗୁରୁତର

4/01/2021 at 8:41 PM

ପାଟଣା, ୦୪/୦୧ : କେନ୍ଦୁଝର ଜିଲ୍ଲା ପାଟଣା ଥାନା ମାଛଗଡ଼ ଗାଁରେ ଘଟିଛି ଅଭାବନୀୟ ଘଟଣା । ସାନ ଭାଇର ହାତୁଡି ମାଡ଼ରେ ବଡ଼ ଭାଇ ଓ ଭାଉଜ ଗୁରୁତର ହୋଇଛନ୍ତି । ଏନେଇ ବଡ଼ଭାଇ ନୀଳେନ୍ଦ୍ର ପାଟଣା ଥାନାରେ ସାନ ଭାଇ ଶରତଙ୍କ ନାମରେ  ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ସୋମବାର ସକାଳେ ଉଭୟ ସ୍ୱାମୀ ସ୍ତ୍ରୀ, ନିଜ ବିଲାତି ବାଡ଼ିରେ ପାଣି ଦେଉଥିଲେ । ଏହି ସମୟରେ  ସାନ ଭାଇ ଶରତ ଆସି ବାପା ମାଙ୍କୁ ଗାଳିଗୁଲଜ କରିଥିଲା ।  ଏହାକୁ ନୀଳେନ୍ଦ୍ର ଙ୍କ ପତ୍ନୀ ରତ୍ନମଞ୍ଜରୀ ବିରୋଧ କରିବାରୁ  ତାଙ୍କୁ ହାତୁଡିରେ ଆକ୍ରମଣ କରିଥିଲା ।ବଡ଼ଭାଇ ନିଳେନ୍ଦ୍ର ଛଡ଼ାଇବାକୁ ଚେଷ୍ଟା କରିବା ସମୟରେ ମଧ୍ୟ ହାତୁଡି  ଆକ୍ରମଣର ଶିକାର ହୋଇଥିଲେ । ଫଳରେ ନୀଳେନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ହାତୁଡି ମାଡ଼ରେ ରତ୍ନ ମଞ୍ଜରୀଙ୍କ ବାମ ହାତ ଭାଙ୍ଗିଥିବା ଜଣା ପଡ଼ିଛି। ଉଭୟ ଗୁରୁତର ଅବସ୍ଥାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ପରେ ପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

   Related Posts