ଦୁଇ ଜଣଙ୍କୁ ଗ୍ରାହକ ଭାବେ ପଠାଇ ସେକ୍ସ ରାକେଟର ପର୍ଦ୍ଦାଫାଶ କଲା ପୋଲିସ୍ : ୨ ମହିଳା ଗିରଫ
11/08/2019 at 11:28 AM

ନଗରୋଟା ୧୧/୮: ହିମାଚଳ ପ୍ରଦେଶରେ ଦେହ ବ୍ୟବସାୟ ଦିନକୁ ଦିନ ବଢ଼ିବାକୁ ଲାଗିଛି। ଏବେ କାଙ୍ଗଡ଼ାର ନଗରୋଟା ବଗଓ୍ବାଁରେ ଏପରି ଏକ ମାମଲା ସାମନାକୁ ଆସିଛି। ପୋଲିସ୍ ଦେହ ବ୍ୟବସାୟ କରୁଥିବା ଅଭିଯୋଗରେ ଦୁଇ ଜଣ ମହିଳାଙ୍କୁ ଗିରଫ କରିଛି। ଦୁଇ ଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳା ଦେହ ବ୍ୟବସାୟରେ ଦଲାଲ ଭାବେ କାମ କରୁଥିବାର ଅଭିଯୋଗ ରହିଛି।
ଅନ୍ୟ ୩୫ବର୍ଷ ବୟସ୍କା ମହିଳା ନେପାଳି ବାସିନ୍ଦା ବୋଲି ଜଣା ପଡ଼ିଛି। ସେ ନଗରୋଟା ବଗଓ୍ବାଁର ପଠିୟାର ଅଞ୍ଚଳରେ ଏକ ଭଡ଼ାଘରେ ରହୁଥିଲେ। ପୋଲିସ ଚତୁରତାର ସହ ଦୁଇ ବ୍ୟକ୍ତିଙ୍କୁ ଗ୍ରାହକ ରୂପରେ ପଠାଇଥିଲା। ଏହା ପରେ ଦୁଇ ବ୍ୟକ୍ତି ଏବଂ ମହିଳାଙ୍କ ମଧ୍ୟରେ ଡିଲ୍ ହୋଇଥିଲା। ଏହାପରେ ପୋଲିସ୍ ପହଞ୍ଚି ଘଟଣାସ୍ଥଳରେ ମହିଳାଙ୍କୁ ଗିରଫ କରିଥିଲା। କୁହାଯାଉଛି ପୋଲିସ୍ ଗୁପ୍ତ ସୂଚନା ଆଧାରରେ ସେକ୍ସ ରାକେଟର ପର୍ଦ୍ଦା ଫାଶ କରିଛି।