ଅନାବରଣ ହେଲା ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତି

Published By : Prameya-News7 Bureau | November 21, 2020 IST

ଭଦ୍ରକ ୨୧।୧୧: ୧୨୧ ତମ ଜୟନ୍ତୀ ଉତ୍ସବ ଅବସରରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି। ଭଦ୍ରକ ଜିଲ୍ଲା ଆଗରପଡା ଠାରେ ଏହି ବ୍ରୋଞ୍ଚ ପ୍ରତିମୂର୍ତ୍ତି ଅନାବରଣ ହୋଇଛି। ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସହ ରାଜ୍ୟ ସଂସ୍କୃତି ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ମୂର୍ତ୍ତି ଅନବରଣ ହୋଇଛି ।

{"id":365527,"sizeSlug":"large"}

ଆଗରପଡା ଅଞ୍ଚଳର ବୁଦ୍ଧିଜୀବୀ ଓ ବାସିନ୍ଦା ମାନେ ଦୀର୍ଘ ଦିନ ଧରି ଡକ୍ଟର ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି କରିଥିଲେ । ତେବେ ଡକ୍ଟର ହରେକୃଷ୍ଣ ମହତାବ ୧୮୯୯ମସିହା ନଭେମ୍ବର ୨୧ ତାରିଖରେ ଅଭିଭକ୍ତ ବାଲେଶ୍ଵର ଜିଲ୍ଲା ତଥା ଏବେର ଭଦ୍ରକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ତେବେ ତାଙ୍କୁ ନବ ଉତ୍କଳର ନିର୍ମାତା ବୋଲି ମଧ୍ୟ କୁହାଯାଏ । ତେବେ ତାଙ୍କ ସ୍ମୃତି ଉଦେଶ୍ୟରେ ଆଗରପଡା ବଜାର ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଛି । ସେହିପରି ମହତାବ ଜୟନ୍ତୀ କମିଟି ତରଫରୁ ଭଦ୍ରକ ସହିଦ ସ୍ମୃତି କମିଟି ତରଫରୁ ଏକ କବିତା ପାଠୋଶ୍ଚବ ଓ ସାଧାରଣ ସଭା ଆୟୋଜିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.