ବଲାଙ୍ଗିର ମେଡିକାଲରେ ମାତିଛନ୍ତି ଦଲାଲ
9/08/2018 at 4:22 PM

ବଲାଙ୍ଗୀର ୯/୮ : ମେଡିକାଲକୁ ରକ୍ତ ପରୀକ୍ଷା ପାଇଁ ଆସୁଥିବା ରୋଗୀ ପଡ଼ୁଛନ୍ତି ଦଲାଲଙ୍କ ହାବୁଡ଼ରେ । ମେଡିକାଲରେ ରକ୍ତ ପରୀକ୍ଷା ପାଇଁ ସୁବିଧା ଥିବା ବେଳେ ଦଲାଲ ମାନେ ସେମାନଙ୍କ ଠାରୁ ରକ୍ତ ସଂଗ୍ରହ କରି ଆଗୁଆ ରିପୋର୍ଟ ପ୍ରଦାନ କରୁଛନ୍ତି । ତେବେ ଏଭଳି ଘଟଣାକୁ ନେଇ ବାରମ୍ବାର ସିଡିଏମଓଙ୍କ ପାଖରେ ଅଭିଯୋଗ ହୋଇ ଆସୁଥିଲା । କିନ୍ତୁ ଆଜି ମେଡିକାଲରେ ଏଭଲି ଘଟଣା ଚାଲୁଥିବାର ଖବର ପାଇ ସିଡିଏମଓ ୩ ଜଣ ଦଲାଲକୁ ଧରି ପୋଲିସ ଜିମା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ଯୁବତୀ ଓ ଜଣେ ଯୁବକଙ୍କ ଅଛନ୍ତି । ତେବେ ଏଥିରେ ଡାକ୍ତରଖାନାର କିଛି ଷ୍ଟାଫ ସଂପୃକ୍ତ ଥିବା ସିଡିଏମଓ କହିବା ସହ ସେମାନଙ୍କୁ ତାଗିଦ ମଧ୍ୟ କରିଛନ୍ତି ।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021