ସମ୍ବଲପୁର ଆରଟିଓ ପରିସରରୁ ଦଲାଲ ଗିରଫ, କାଗଜପତ୍ର ସହ ୩ ହଜାର ଟଙ୍କା ଜବତ

Published By : Prameya-News7 Bureau | October 12, 2019 IST

ସମ୍ବଲପୁର ୧୨|୧୦: ସମ୍ବଲପୁର ଟାଉନ୍ ପୋଲିସ ସମ୍ବଲପୁର ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରୁ ଜଣେ ଦଲାଲକୁ ଗିରଫ କରିଛି। ଲୋକଙ୍କ କାମ କରାଇଦେବା ନାଁରେ ଠକୁଥିବା ଏହି ଦଲାଲ ନିକଟରୁ ଡ୍ରାଇଭିଂ ଲାଇସେନ୍ସ, ପରମିଟ୍, ଫିଟନେସ୍ କାଗଜପତ୍ର ସହ ୩ ହଜାର ଟଙ୍କା ଜବତ କରିଛି ପୋଲିସ ।

{"id":169184}

ସରକାର ଦଲାଲମୁକ୍ତ ଆରଟିଓ ପାଇଁ ପଦକ୍ଷେପ ନେଇଥିବା ବେଳେ ଧନୁପାଲିର ୪୧ ବର୍ଷ ବୟସ୍କ ନାରାୟଣ ଓରାମ ବେଧଡକ ଭାବେ ପରିବହନ କାର୍ଯ୍ୟାଳୟ ପରିସରରେ ଦଲାଲଗିରି ଜାରି ରଖିଥିଲା। ଦଲାଲଙ୍କ ବିରୋଧରେ ଟାଉନ ଥାନାରେ ଏକ କେସ୍ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.