Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ରାଜ୍ୟର ବିଭିନ୍ନ ଡାକ୍ତରଖାନାରୁ ୩୦ ଦଲାଲ ଗିରଫ

26/09/2019 at 5:47 PM

ଭୁବନେଶ୍ୱର/କଟକ – ରାଜ୍ୟର ବିଭିନ୍ନ ଡାକ୍ତରଖାନାରୁ ୩୦ ଜଣ ଦଲାଲଙ୍କୁ ଗିରଫ କରାଯାଇଥିବା ଓଡିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୁଲିସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଭୁବନେଶ୍ୱରରୁ ୪ ଜଣ, ସମ୍ବଲପୁରରୁ ୫ ଜଣ , ବଲାଙ୍ଗୀରରୁ ୫ ଜଣ , ଭଦ୍ରକରୁ ୪ ଜଣ , ମୟୁରଭ୍‍ଜରୁ ୩ ଜଣ , ରାଉର କେଲାରୁ ୪ ଜଣ, ବାଲେଶ୍ୱରରୁ ୩ ଜଣ ଓ ନବରଙ୍ଗପୁରରରୁ ୨ ଜଣ ଦଲାଲଙ୍କୁ ଗିରଫ କରାଯାଇଛି ।

ସରକାରୀ ଡାକ୍ତରଖାନାରୁ ରୋଗୀମାନଙ୍କୁ ଏମାନେ ପ୍ରଭାବିତ କରି ଘରୋଇ ଡାକ୍ତରଖାନା ପଠାଉଥିବା ଅଭିଯୋଗ ହୋଇଛି । ପୁଲିସ ଏମାନଙ୍କୁ ଗିରଫ କରିବା ପରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

କେଉଁ ଘରୋଇ ଡାକ୍ତରଖାନା, ପାଥୋଲାବ ଓ ନର୍ସିଂ ହୋମ ସହ କେଉଁ ଡାକ୍ତରମାନଙ୍କ ସହ ଏମାନଙ୍କର ସମ୍ପର୍କ ଅଛି ତାହାର ତଦନ୍ତ କରାଯିବ ବୋଲି ସୂଚନା ଦିଆଯାଇଛି।

ଏହି ଦଲାଲିକୁ ରୋକିବା ପାଇଁ ସମୟ ସମୟରେ ପୁଲିସ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।

   Related Posts