ନିଜ ଫୋନରେ ଭଙ୍ଗା ସ୍କ୍ରିନଗାର୍ଡ଼ ବଦଳାଇ ନାହାନ୍ତି କି ? ତେବେ ତୁରନ୍ତ କିଣନ୍ତୁ ନୂଆ ସ୍କ୍ରିନଗାର୍ଡ଼ : ନଚେତ୍ ପଡ଼ିବେ ଅସୁବିଧାରେ

Published By : Prameya-News7 Bureau | September 05, 2019 IST

 ନୂଆଦିଲ୍ଲୀ ୫/୯: ଅଧିକାଂଶ ଲୋକଙ୍କ ଭଙ୍ଗା ସ୍କ୍ରିନଗାର୍ଡ଼ ବ୍ୟବହାର କରିବା ଅଭ୍ୟାସ ରହିଥାଏ ଏବଂ ଏହି ଅଭ୍ୟାସ ତାଙ୍କର ବଦଳିନଥାଏ। ଏହା ଆପଣଙ୍କ ପାଇଁ କେତେ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ଏହା ବିଷୟରେ ବୋଧହୁଏ ଆପଣ ଜାଣିନଥିବେ।

{"id":153379}

ସ୍କ୍ରିନଗାର୍ଡ଼ ସ୍ମାର୍ଟଫୋନର ଏପରି ଏକ ଅଂଶ ହୋଇଥାଏ ଯାହା ଅଧିକାଂଶ ସମୟରେ ଭାଙ୍ଗି ଯାଇଥାଏ । ତଥାପି ଲୋକେ ଏହାକୁ ବ୍ୟବହାର କରିଥାଆନ୍ତି। କିନ୍ତୁ ଏହା ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଥାଇଲାଣ୍ଡର ସ୍ଥାନୀୟ ଖବରକାଗଜରୁ ମିଳିଥିବା ସୂଚନା ଅନୁଯାୟୀ ଅଜୁଆନ ଇକବାଲ ଅବଦୁଲାହ ସାନି ନାମକ ୨୩ବର୍ଷ ବୟସ୍କ ଜଣେ ଯୁବକଙ୍କୁ ତାଙ୍କ ଆଙ୍ଗୁଠି ହରାଇବାକୁ ପଡ଼ିଥିଲା। ଭାଙ୍ଗିଯାଇଥିବା ସ୍କ୍ରିନଗାର୍ଡ଼ର ଏକ ଛୋଟ ଟୁକୁରା ତାଙ୍କ ଆଙ୍ଗୁଠିରେ ପଶି ଯାଇଥିଲା। କିଛି ଦିନ ପରେ ତାହା ଫୁଲିଯାଇଥିଲା ଏବଂ ଏଥିରେ ସଂକ୍ରମଣ ହୋଇଯାଇଥିଲା। ଆଣ୍ଟିବାୟୋଟିକ୍ ଔଷଧ ନେବା ପରେ ମଧ୍ୟ ଏହା ଠିକ୍ ହୋଇନଥିଲା । ଏହା ପରେ ଡାକ୍ତର ଏହି କ୍ଷତର କାରଣ ଜାଣିବା ପରେ ଏହାର ସର୍ଜରି କରିଥିଲେ। ଏଥିରେ ସଂକ୍ରମଣ ହୋଇଯାଇଥିବାରୁ ଡାକ୍ତରଙ୍କୁ ଆଙ୍ଗୁଠିର କିଛି ଅଂଶ କାଟିବାକୁ ପଡ଼ିଥିଲା।

{"id":153380}

୧. ଟଚ ସ୍କ୍ରିନ୍ ହେବ ଖରାପ : ଯେତେ ଅଧିକ ସମୟ ଭଙ୍ଗା ସ୍କ୍ରିନଗାର୍ଡ଼ ଆପଣଙ୍କ ଫୋନରେ ରହିବ ସେତେ ଅଧିକ ଆପଣଙ୍କ ଫୋନରେ କ୍ଷତି ହେବ। ତେଲ,ପାଣି ଆଦି ଫୋନ ଭିତରେ ପଶିଯିବ। ସ୍ମାର୍ଟଫୋନର ସ୍ପିଡ ମନ୍ଥର ହେବ । ଏହା ଦ୍ବାରା ଫୋନ୍ ମଧ୍ୟ ସ୍କ୍ରାଚ ହୋଇଯିବ।

{"id":153381}

୨. ଆଙ୍ଗୁଠିରେ ପଶିଯିବ କାଚ ଟୁକୁରା : ଏହା ଅତ୍ୟନ୍ତ ସାଧାରଣ କଥା। ଅତି ସହଜରେ ସ୍କ୍ରିନଗାର୍ଡ଼ର ଭଙ୍ଗା ଟୁକୁରା ଆଙ୍ଗୁଠିରେ ପଶିଯାଇଥାଏ। ଏହି କ୍ଷତ ଅନେକ ଥର ଗୁରୁତର ହୋଇଯାଇଥାଏ। ଅଧିକାଂଶ ସମୟରେ ଆମେ ଜାଣି ପାରିନଥାଉ ଏବଂ ଏହି ଭଙ୍ଗା ଟୁକୁରା ଆମ ଆଙ୍ଗୁଠି ଭିତରେ ପଶି ଯାଇଥାଏ। ସେଥିପାଇଁ ଏପରି କିଛି ଘଟିବା ପୂର୍ବରୁ ଭଙ୍ଗା ସ୍କ୍ରିନଗାର୍ଡ଼ ବଦଳାଇ ଦିଅନ୍ତୁ।

{"id":153382}

୩.ଦୃଷ୍ଟିଶକ୍ତି ଉପରେ ପଡ଼ିବ ପ୍ରଭାବ : ସ୍ମାର୍ଟଫୋନରେ ହାଇ- ଡିଫେକ୍ସନ ସ୍କ୍ରିନ ହୋଇଥାଏ। ଯଦି ଆପଣଙ୍କ ସ୍କ୍ରିନଗାର୍ଡ଼ ଅନେକ ସ୍ଥାନରେ ଭାଙ୍ଗିଯାଇଛି ତେବେ ଏହାର ପ୍ରଭାବ ଆଖି ଉପରେ ମଧ୍ୟ ପଡ଼ିପାରେ। ଆମେ ଦିନରେ ଅଧିକାଂଶ ସମୟ ସ୍ମାର୍ଟଫୋନ ସହ ବିତାଇଥାଉ। ଏପରି ଭଙ୍ଗା ସ୍କ୍ରିନକୁ ଦେଖିବା ଦ୍ବାରା ମୁଣ୍ଡବ୍ୟଥାର ସମସ୍ୟା ମଧ୍ୟ ଭୋଗିବାକୁ ପଡ଼ିପାରେ।

{"id":153384,"width":572,"height":376}

୪. ରାସ୍ତାରେ ଅସୁବିଧା : ଯଦି ଆପଣ ଗାଡ଼ି ଚଲାଉଛନ୍ତି ଏବଂ ସ୍ମାର୍ଟଫୋନ୍ ସହାୟତାରେ ରାସ୍ତା ଦେଖୁଛନ୍ତି ତେବେ ଭଙ୍ଗା ସ୍କ୍ରିନଗାର୍ଡ଼ ଏଥିରେ ବାଧା ସୃଷ୍ଟି କରିଥାଏ। ଏହା ଦ୍ବାରା ରୋଡ ମ୍ୟାପ୍ ପରିଷ୍କାର ଦେଖାଯାଇନଥାଏ ଯାହା ଦ୍ବାରା ଆପଣ ଭୁଲ ରାସ୍ତାରେ ଚାଲିଯାଇଥାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.