Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଭ୍ୟାକସିନ୍ ଲଗାଇବା ବେଳେ ଭାଙ୍ଗିଗଲା ଛୁଞ୍ଚି, ଅକାମୀ ହୋଇଗଲା ଯୁବକଙ୍କ ଡାହାଣ ହାତ ଏବଂ ଗୋଟିଏ ଗୋଡ଼

20/09/2021 at 4:20 PM

ଲଳିତପୁର ୨୦/୦୯: ଉତ୍ତରପ୍ରଦେଶର ଲିଳିତପୁରରୁ ସ୍ବାସ୍ଥ୍ୟ ବିଭାଗର ବଡ଼ ଭୁଲ ସାମ୍ନାକୁ ଆସିଛି। ଜଣେ ଯୁବକଙ୍କ ହାତରେ କରୋନା ଭ୍ୟାକସିନ୍‌ ଲଗାଇବା ବେଳେ ଛୁଞ୍ଚି ଭାଙ୍ଗିଯାଇଥିବା ଜଣାପଡ଼ିଛି। ଏଥି ଯୋଗୁଁ ଯୁବକଙ୍କ ଅବସ୍ଥା ବିଗିଡ଼ିଯାଇଛି। ଅସହନୀୟ ଯନ୍ତ୍ରଣା ହେବାରୁ ୯ ଦିନ ପରେ ଡାକ୍ତରମାନେ ହାତରୁ ଛୁଞ୍ଚି ବାହାର କରିଦେଲେ ସତ କିନ୍ତୁ ଯୁବକଙ୍କ ଡାହାଣ ହାତ ଏବଂ ଗୋଡ କାମ କରିବା ବନ୍ଦ କରିଦେଇଛି।

ଏବେ ତାଙ୍କୁ ଝାନ୍ସୀ ମେଡିକାଲକୁ ସ୍ଥାନନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ବନୌନୀ ଗାଁର ୨୨ ବର୍ଷୀୟ ଇଂଦ୍ରେଶ ସେପ୍ଟେମ୍ବର ୯ ତାରିଖ ଦିନ ଗାଁ ସ୍କୁଲ୍‌ରେ ଆୟୋଜିତ କ୍ୟାମ୍ପରେ ଭ୍ୟାକ୍ସିନ୍‌ ନେଇଥିଲେ। ଭ୍ୟାକସିନ୍‌ ଲଗାଇବା ପରେ ତାଙ୍କ ହାତ ଫୁଲିବା ସହ ତାଙ୍କୁ ଜ୍ବର ଆସିଥିଲା। ଏହା ପରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା। ତାଙ୍କର ହାତ ଧିରେ ଧିରେ ଜଡ଼ ପଡ଼ିବା ଆରମ୍ଭ କରିବାରୁ ସେପ୍ଟେମ୍ବର ୧୩ ତାରିଖରେ ଯୁବକ ଜିଲ୍ଲା ହସ୍ପିଟାଲର ଡାକ୍ତରଙ୍କୁ ଦେଖାଇଥିଲେ।

ଡାକ୍ତର ପରୀକ୍ଷା ପରେ ଜାଣିବାକୁ ପାଇଥିଲେ ଇଂଦ୍ରେଶଙ୍କ ହାତରେ ଛୁଞ୍ଚି ଭାଙ୍ଗି ରହିଯାଇଥିଲା। ସିଟି ସ୍କାନ ଏବଂ ଏକ୍ସରେ ରିପୋର୍ଟ ମିଳିବା ପରେ ସେପ୍ଟେମ୍ବର ୧୮ରେ ଡାକ୍ତରମାନେ ଅପରେସନ୍‌ କରି ତାଙ୍କ ହାତରୁ ଛୁଞ୍ଚି ବାହାର କରିଥିଲେ। କିନ୍ତୁ ତାପରଠୁ ତାଙ୍କର ଡାହାଣ ହାତ ଏବଂ ଗୋଟିଏ ଗୋଡ କାମ କରିବା ବନ୍ଦ କରିଦେଇଛି। ଏହା ପରେ ସେଠାକର ଡାକ୍ତର ଇଂଦ୍ରେଶଙ୍କୁ ଝାନ୍ସୀ ମେଡିକାଲ୍‌କୁ ରେଫର କରିଦେଇଥିବା ଜଣାପଡ଼ିଛି ।  

   Related Posts