ଭାଙ୍ଗିଲା ୧୩୩ ବର୍ଷର ପରମ୍ପରା, ପ୍ରଫେସର ସଙ୍ଗୀତା ଶ୍ରୀବାସ୍ତବ ଆହ୍ଲାବାଦ ବିଶ୍ଵ ବିଦ୍ୟାଳୟର କୂଳପତି ନିଯୁକ୍ତ

Published By : Prameya-News7 Bureau | December 01, 2020 IST

ପ୍ରୟାଗରାଜ ୦୧।୧୨: ଆହ୍ଲାବାଦ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ନୂତନ କୂଳପତି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ପ୍ରଫେସର ସଙ୍ଗୀତା ଶ୍ରୀବାସ୍ତବ। ଦୀର୍ଘ ୧୩୩ ବର୍ଷ ବିଶ୍ଵ ବିଦ୍ୟାଳୟ ଇତିହାସରେ ଏବଂ ୨୦୦୫ରେ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ମାନ୍ୟତା ମିଳିବା ପରେ ପ୍ରଥମ ମହିଳା କୂଳପତି ହେବାର ସୌଭାଗ୍ୟ ଅର୍ଜନ  କରିଛନ୍ତି ସଙ୍ଗୀତା।

ପ୍ରଫେସର ଶ୍ରୀବାସ୍ତବ କେନ୍ଦ୍ରୀୟ ମାନ୍ୟତା ମିଳିବା ପରେ ଆହ୍ଲାବାଦ  ବିଶ୍ଵ ବିଦ୍ୟାଳୟର ଚତୁର୍ଥ ନିୟମିତ ଏବଂ ପ୍ରଥମ ମହିଳା କୂଳପତି। ସେ ପ୍ରଫେସର ଆରଏଲ ହାଙ୍ଗଲୁଙ୍କ ସ୍ଥାନ ନେଇଛନ୍ତି। ହାଙ୍ଗଲୁ ୨୦୧୯ ଡିସେମ୍ଵର ୩୧ରେ କୂଳପତି ପଦରୁ ଇସ୍ତଫା ଦେଇଥିଲେ। ସେହି ଦିନଠୁ ଉପ କୂଳପତି ଏହି ଦାୟିତ୍ଵ ତୁଲାଇ ଆସୁଥିଲେ। ୨୦୦୫ରୁ କେନ୍ଦ୍ରୀୟ ମାନ୍ୟତା ମିଳିବା ପରଠୁ ଆଜି ପର୍ଯ୍ୟନ୍ତ ବିଶ୍ଵ ବିଦ୍ୟାଳୟରେ ପ୍ରଫେସର ଆରଜି ହର୍ଷେ, ପ୍ରଫେସର ଏକେ ସିଂହ ଏବଂ ପ୍ରଫେସର ଆରଏଲ ହାଙ୍ଗଲୁ କୂଳପତି ରହିଥିଲେ।

{"id":371029,"sizeSlug":"large"}

ଆହ୍ଲାବାଦ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର ନବନିଯୁକ୍ତ କୂଳପତି ପ୍ରଫେସର ସଙ୍ଗୀତା ଶ୍ରୀବାସ୍ତବ କହିଛନ୍ତି, ଶିକ୍ଷକଙ୍କ ନିଯୁକ୍ତି ଶୀଘ୍ର ଆରମ୍ଭ ହେବ। ଶିକ୍ଷକଙ୍କ ନିଯୁକ୍ତି ହେବା ପରେ ଏନଆଇଆରଏଫ ମାନ୍ୟତାରେ ଅବଶ୍ୟ ସୁଧାର ଆସିବ। ଏଥିସହ ତୃତୀୟ ଶ୍ରେଣୀରେ ଖାଲି ପଡିଥିବା ୪୦୦ ପଦରେ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ଯଥା ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରି ନିଯୁକ୍ତି ପୂରା କରାଯିବ ବୋଲି ସେ କହିଛନ୍ତି।

ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, ବିଶ୍ଵ ବିଦ୍ୟାଳୟରେ ନୂତନ ଶିକ୍ଷା ନୀତି ଆରମ୍ଭ ହୋଇ ଯାଇଛି। ୟୁଜିସିର ମାର୍ଗଦର୍ଶିକା ପରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ବର୍ତ୍ତମାନ ସ୍ନାତୋକ ଚାରି ବର୍ଷ ହେବ। ବିଶ୍ଵ ବିଦ୍ୟାଳୟରେ ଏମିତି ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ ଯେଉଁଥିରେ ଛାତ୍ର-ଛାତ୍ରୀଙ୍କ ବ୍ୟକ୍ତିତ୍ଵ  ବିକଶିତ ହେବା ସହ ସେମାନଙ୍କଠାରେ  ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆସିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.