ଦିଗପହଣ୍ଡି: ଦୋକାନ କବାଟର ତାଲା ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ

Published By : Prameya-News7 Bureau | November 15, 2020 IST

ଦିଗପହଣ୍ଡି୧୫/୧୧: ସିମେଣ୍ଟ ଦୋକାନ କବାଟର ତାଲା ଭାଙ୍ଗି ୫୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଦିଗପହଣ୍ଡି ମେନ୍ ରୋଡରେ ଥିବା ଅର୍ଣ୍ଣପୂର୍ଣ୍ଣା ଷ୍ଟିଲସ ସିମେଣ୍ଟ ଲୁହା ଛଡ଼ ଦୋକାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୋକାନର ପଛ କବାଟ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଦୋକାନ ଭିତରେ ପଶିଥିଲେ। ଦୋକାନ କ୍ୟାସ କାଉଣ୍ଟର ଟଙ୍କା ବକ୍ସ ତାଡି ସେଥିରେ ପ୍ରାୟ ୫୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି।

ଦୋକାନରେ ଲାପଟପ୍, ମୋବାଇଲ ଫୋନ୍ ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଥିଲେ ମଧ୍ୟ ସେଗୁଡିକୁ ଦୁର୍ବୃତ୍ତମାନେ ନେଇ ନାହାନ୍ତି।  ଦୋକାନ ମାଲିକ ଭି. ପ୍ରଶାନ୍ତ କୁମାର ରାଜୁ ଶନିବାର ସକାଳୁ ଦୋକାନ ଖୋଲିବା ପରେ ସମସ୍ତ ଚୋରି ଘଟଣା ଜାଣିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.