ଭାରସାମ୍ୟ ହରାଇ ଓଲଟିଲା କୁକୁଡା ବୋଝେଇ ପିକଅପ୍, ମରିଗଲେ ସବୁ କୁକୁଡା

Published By : Prameya-News7 Bureau | June 18, 2021 IST

ସାଲେପୁର ୧୮।୬: ଓଲଟିଲା କୁକୁଡ଼ା ବୋଝେଇ ପିକଅପ୍ ଭ୍ୟାନ୍ । ଭାରସାମ୍ୟ ହରାଇ ରାସ୍ତାରୁ ଖସିପଡି ବିଲ ଭିତରକୁ ପସିଯାଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଜପକୁଦ ଫାଣ୍ଡି ଅନ୍ତର୍ଗତ କଟରପା ଛକଠାରେ ।

{"id":467911,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଏକ କୁକୁଡ଼ା ବୋଝେଇ ପିକଅପ ଗାଡିଟି ଭାରସାମ୍ୟ ହରାଇ ବିଲରେ ପସିଯାଇଥିଲା । ଜପକୁଦ ଫାଣ୍ଡି ଅନ୍ତର୍ଗତ ବାଲିଆଠାରୁ କୁକୁଡ଼ା ଲୋଡ଼କରି ପିକଅପ୍ ଗାଡିଟି ବାହାର ରାଜ୍ୟ ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଜେସିବି ମେସିନ ସାହାଯ୍ୟରେ ପିକଅପଟିକୁ ଉଠାଇଥିଲେ । ହେଲେ କୁକୁଡାଗୁଡିକ ମରିଯାଇଥିବା ଦେଖିବାକୁ ମିଳିଛି । ପରେ ଜପକୁଦ ଫାଣ୍ଡିକୁ କୁକୁଡ଼ା ଗାଡିକୁ ନିଆଯାଇଥିଲା । ସେଠାରୁ ଗାଡିଟିକୁ ଛାଡି ଦେଇଥିବା ସୂଚନା ମିଳିଛି । କିନ୍ତୁ ଗାଡିଟିରେ କିପରି ବାହାର ରାଜ୍ୟକୁ କୁକୁଡ଼ା ଚାଲାଣ ହେଉଥିଲା, ଗାଡିର କାଗଜପତ୍ର ଓ ଇନସ୍ୟୁରାନ୍ସ ନଥିବା ବେଳେ ଗାଡିକୁ କିପରି ଫାଣ୍ଡି ଅଧିକାରୀ ଛାଡିଦେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.