Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ବାପାଙ୍କ କବଳରୁ ମୁକୁଳିଲେ ହଲିଉଡ୍ ଗାୟିକା ବ୍ରିଟନୀ : ଦୀର୍ଘ ୧୩ ବର୍ଷର ଲଢେଇ ଜିତିଲେ

1/10/2021 at 9:50 AM

ଲସ୍‌ ଆଞ୍ଜେଲ୍ ୦୧/୧୦ : ମୁକୁଳିଲେ ହଲିଉଡ଼ର ଖ୍ୟାତାନାମା ତଥା ପପୁଲାର ସିଙ୍ଗର ବ୍ରିଟନୀ ସ୍ପିଅର୍ସ। ନିଜ ବାପାଙ୍କ କବଳରୁ ମୁକ୍ତ ହେବା ପାଇଁ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିବା ବ୍ରିଟନୀଙ୍କୁ ମିଳିଛି ବଡ ଆଶ୍ୱସ୍ତି। ଦୀର୍ଘ ଦିନର ଲଢ଼େଇ ପରେ ନିଜ କବଳରୁ ବ୍ରିଟନୀଙ୍କୁ ମୁକ୍ତ କରିବା ପାଇଁ କୋର୍ଟ ତାଙ୍କ ପିତା ଜେମି ସ୍ପିଅର୍ସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି ବ୍ରିଟନୀଙ୍କ ଫ୍ୟାନ୍ସ ଏବଂ ବଲିଉଡର ବହୁ ସେଲିବ୍ରିଟି।

ଜେମିଙ୍କ ନିକଟରେ ୨୦୧୩ ମସିହାରୁ ଝିଅର ଦାୟିତ୍ୱ ଥିଲା। ହେଲେ ସେ ଏହାର ଦୁରୋପଯୋଗ କରୁଥିବା ଅଭିଯୋଗ ଆଣୁଥିଲେ ବ୍ରିଟନୀ । ଏପରିକି ତାଙ୍କ ଜୀବନକୁ ପିତା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରୁଥିବା ବେଳେ ତାଙ୍କ ଦ୍ୱାରା ଅର୍ଜିତ ଅର୍ଥକୁ ନିଜ କଷ୍ଟଡିରେ ରଖୁଥିଲେ। ଏପରିକି ବିନା ସୂଚନାରେ ତାଙ୍କୁ ବିଭିନ୍ନ ଔଷଧ ଦେଉଥିଲେ। ଏପରିକି ନିଜ ଦୀର୍ଘ ଦିନର ବୟଫ୍ରେଣ୍ଡଙ୍କୁ ସେମ ଅସଗରୀଙ୍କୁ ବିବାହ କରି ନିଜ ସଂସାର ଗଢ଼ିବାକୁ ଚାହୁଁଥିଲେ ବି ତାଙ୍କ ବାପା ଏଥିରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ଆଣିଥିଲେ ହଲିଉଡ ଗାୟିକା।  ନିଜ ପିତାଙ୍କ ଦଖଲ ଅନ୍ଦାଜୀ ଯୋଗୁ ଅଣନିଶ୍ୱାସୀ ହୋଇ ପଡ଼ିଥିବା ବ୍ରିଟନୀ ଶେଷରେ ନିଜ ସ୍ୱାଧୀନତା ପାଇଁ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ।

ବ୍ରିଟନୀଙ୍କ ଓକିଲ ତାଙ୍କ ପିତା ଜେମିଙ୍କ ଉପରକୁ ଆଙ୍ଗୁଳି ଉଠାଇ ଖୁବ୍‌ ଶୀଘ୍ର ତାଙ୍କ ମୁକ୍ତ କରିବାକୁ ଦାବି ଉଠାଇଥିଲେ। ବ୍ରିଟନୀଙ୍କ ସପକ୍ଷରେ ଫ୍ୟାନ୍ସମାନେ କୋର୍ଟ ବାହାରେ ରୁଣ୍ଡ ହୋଇଥିବା ବେଳେ ତାଙ୍କ ପିତାଙ୍କୁ ଜେଲ୍‌ ଭିତରକୁ ଠେଲିବାକୁ  ବି ଦାବି ଜଣାଇଥିଲେ।

ହେଲେ କୋର୍ଟ ବ୍ରିଟନୀଙ୍କୁ ତାଙ୍କ ପିତାଙ୍କ କବଳରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ତାଙ୍କ ଦ୍ୱାରା ଅର୍ଜିତ ସମସ୍ତ ଅର୍ଥ ମଧ୍ୟ ଫେରାଇବାକୁ ସ୍ପଷ୍ଟ ଭାବେ ଜଣାଇଛନ୍ତି।  ବ୍ରିଟନୀଙ୍କୁ ମିଳିଥିବା ସ୍ୱାଧୀନତାରେ ତାଙ୍କ ପୁରୁଷ ବନ୍ଧୁ ଖୁବ୍‌ ଖୁସି ଥିବାର ଜାହିର କରିଛନ୍ତି। ଏପରିକି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ବ୍ରିଟନୀଙ୍କ ଅସମୟରେ ବହୁ ବଲିଉଡ ସେଲିବ୍ରେଟି ବି ତାଙ୍କୁ ମାନସିକ ସ୍ତରରେ ସପୋର୍ଟ ଜଣାଇଥିଲେ। ମଲାଇକା ଅରୋରା, କରିନା କପୁର, ରିଆ ଚକ୍ରବର୍ତ୍ତୀଙ୍କ ପରି ଷ୍ଟାର ବ୍ରିଟନୀଙ୍କୁ ସ୍ୱାଧୀନତା ମିଳୁ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କୁ ସପୋର୍ଟ ମଧ୍ୟ କରିଥିଲେ।

   Related Posts