Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ବିଶୃଙ୍ଖଳାକୁ ବିରୋଧ କରିବାରୁ ବ୍ରିଟିଶ ଶିଖ୍‌ଙ୍କ ଗଳା ଚିପି ହତ୍ୟା, ତା’ପରେ କ’ଣ ହେଲା ଜାଣନ୍ତୁ

24/08/2019 at 8:27 PM

ଲଣ୍ଡନ୨୪|୮:  ଥାଇଲାଣ୍ଡର ଏକ ହୋଟେଲ​‌ରେ ନାଇଜେରିଆର ଜଣେ ବ୍ୟକ୍ତି ୩୪ ବର୍ଷୀୟ  ବ୍ରିଟିଶ  ସିଖ୍‌ ଅମିତପାଲ ସିଂହ ବଜାଜଙ୍କ ଗଳା ଚିପି ହତ୍ୟା କରିଛି।

ସୂଚନା ଅନୁସାରେ,ଅମିତପାଲ ସିଂହ ବଜାଜ ଓ ତାଙ୍କର ପତ୍ନୀ ଓ ଦୁଇ ବର୍ଷର ପୁଅ ଛୁଟି କାଟିବା ପାଇଁ ଥାଇଲାଣ୍ଡ ଯାଇଥିଲେ। ଥାଇଲାଣ୍ଡର ଫୁକେତରେ ଥିବା ପଞ୍ଚ ତାରାକା ହୋଟେଲ ‘ସାନ୍ତରା ଗ୍ରାଣ୍ଡ’ରେ ରହିଥିଲେ। ସେହି ହୋଟେଲରେ ଥିବା  ନାଇଜେରିଆନ ନାଗରିକ ଜୋର୍‌ରେ ପାଟିତୁଣ୍ଡ କରୁଥିବାର ଦେଖି ଧୀରେ ପାଟି କରିବା ପାଇଁ ଅମିତପାଲ ତାଙ୍କୁ ଅନୁରୋଧ କରିଥିଲେ। ଜୋରରେ ପାଟିତୁଣ୍ଡ କରିବାରୁ ତାଙ୍କ ସ୍ତ୍ରୀ ଓ ପିଲା ଶୋଇ ପାରୁ ନାହାଁନ୍ତି ବୋଲି ସେ ନାଜେରିଆନ ନାଗରିକକୁ କହିଥିଲେ।

ଅମିତାପାଲଙ୍କ ପତ୍ନୀ ବନ୍ଧନା କୌରଙ୍କ କହିବା ମୁତାବକ, ନାଇଜେରିଆନ ନାଗରିକ ବାଲକୋନି ଦେଇ ରୁମକୁ ପଶିଥିଲେ। ଅମିତପାଲଙ୍କ ଗଳା ଚିପି ସେ ହତ୍ୟା କରିଥିଲା।ପତ୍ନୀ ଓ ପୁଅକୁ ବଞ୍ଚାଇବାକୁ ଯାଇ ସେ ନିଜ ଜୀବନ ହରାଇଦେଲେ ବୋଲି ତାଙ୍କ ପତ୍ନୀ ବନ୍ଧନା କହିଛନ୍ତି।

ହୋଟେଲ କର୍ମଚାରୀ ସୂଚନା ଦେବା ପରେ ଘଟଣାସ୍ଥଳରେ ପୋଲିସ  ଓ ଆମ୍ବୁଲାନ୍ସ ପହଞ୍ଚିଥିଲା। ଶବ ବ୍ୟବଚ୍ଛେଦ ପାଇଁ ଅମିତାପାଲଙ୍କ ମୃତ ଶରୀରକୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା। ଥାଇଲାଣ୍ଡର ବ୍ରିଟିଶ କନସଲ ଜେନେରାଲର ଅଧିକାରୀମାନଙ୍କୁ  ଅମିତପାଲ ଓ ତାଙ୍କ ପରିବାର ସଂପର୍କରେ ସୂଚନା ଦିଆଯାଇଛି। ଏହି ଘଟଣା ପରେ ନାଇଜେରିଆ ବୈଦେଶିକ ମନ୍ତ୍ରାଳୟ ଦ୍ବାରା ଅଭିଯୁକ୍ତ ନାଇଜେରିଆନ ନାଗରିକକୁ ଥାଇଲାଣ୍ଡରୁ ଗିରଫ କରାଯାଇଛି। 

   Related Posts