Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

Tiktok ଧରାପକାଇଲା ବ୍ରିଟିଶ ସ୍କୁଲ ଛାତ୍ରଛାତ୍ରୀଙ୍କ ଠକେଇ, ଏମିତି ପ୍ରସ୍ତୁତ କରୁଛନ୍ତି କୋଭିଡ ପଜିଟିଭ ରିପୋର୍ଟ, ରହୁଛନ୍ତି ଛୁଟିରେ

3/07/2021 at 6:18 PM

ଲଣ୍ଡନ: କରୋନା ଭାଇରସ ମହାମାରୀ ଯୋଗୁ ସାରା ବିଶ୍ୱରେ ଲକ୍ଷଲକ୍ଷ ଛାତ୍ରଛାତ୍ରୀ ସ୍କୁଲ ଦ୍ୱାର ମାଡିପାରୁନାହାନ୍ତି। ଏଥିରେ ସଂକ୍ରମଣ ଥମିବା ପରେ ବ୍ରିଟେନରେ ଶିକ୍ଷାନୁଷ୍ଠାନ ଖୋଲିଥିବା ବେଳେ ସ୍କୁଲ ଛାଡରା ପିଲାମାନେ ଏବେ ପାଠପଢି ଯିବାକୁ ମଙ୍ଗୁ ନାହାନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମିଥ୍ୟା କୋଭିଡ ପଜିଟିଭ ରିପୋର୍ଟ ଦେଇ ଘରେ ରହୁଛନ୍ତି। ତେବେ ପିଲାଙ୍କ କାରନାମା ବେଶି ସମୟ ଛପି ରହିପାରିନି, ସେହିମାନଙ୍କ କେହି ସାଥୀ ଫେକ୍‌ କୋଭିଡ ରିପୋର୍ଟ ପ୍ରସ୍ତୁତି ପ୍ରଣାଳୀ ସୋସିଆଲ ଭିଡିଓ ସାଇଟ୍‌ ଟିକଟକ୍‌ରେ ପକାଇ ଦେବା ଏବେ ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ତେବେ ବ୍ରିଟେନରେ ପିଲାମାନେ ଯାହାବି କରୁଛନ୍ତି ତାହା ବାସ୍ତବିକ ଆଶ୍ଚର୍ଯ୍ୟଜନକ। ଛୋଟଛୋଟ ପିଲାମାନେ ନିଜର କୋଭିଡ ପଜିଟିଭ ରିପୋର୍ଟ ତିଆରି ଦେଉଛନ୍ତି। ଯାହାକୁ ସେମାନେ ସ୍କୁଲକୁ ପଠାଇ ପାଠ ପଢାକୁ ଠକୁଛନ୍ତି। ଯେଉଁଥିରେ ସ୍କୁଲ ବି ଧୋକାରେ ପଡିଛନ୍ତି। ‘ୟର୍କସାୟର ଇଭିନିଂ ପୋଷ୍ଟ’ ରିପୋର୍ଟ ଅନୁସାରେ ପିଲାମାନେ କରୋନା ଟେଷ୍ଟ କିଟ୍‌ରେ ଲେମ୍ବୁ ରସ ଅଥବା ସିରକା ପକାଇ ପଜେଟିଭ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ଏଥିରେ ପିଲାମାନେ ରାପିଡ ଡାୟଗ୍ନୋଷ୍ଟିକ ଟେଷ୍ଟ (ଆରଡିଟି) ରେ ଲେମ୍ବୁରସ ଅଥବା ଅନ୍ୟ କୌଣସି ପ୍ରକାରର ଲିକ୍ୱିଡ ପକାଇ ରିପୋର୍ଟ ପଜେଟିଭ କରୁଛନ୍ତି ଓ ସ୍କୁଲକୁ ଦେଇ ଘରେ ଛୁଟିର ମଜା ଉଠାଉଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ପିଲାଙ୍କ ଏହି କର୍ତ୍ତୃତକୁ ସୋସିଆଲ ମିଡିଆ ଉଜାଗର କରିଦେଇଛି। ଫେକ୍ କୋଭିଡ ଟେଷ୍ଟ ନାମରେ ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ଅପଲୋଡ ହେଲାଣି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଅଭିଭାବକଙ୍କ ସଂଘ ଆସୋସିଏସନ ଅଫ ସ୍କୁଲ ଅଣ୍ଡ କଲେଜ ଲିଡର୍ସର ସାଧାରଣ ସମ୍ପାଦକ ଜିଓଫ ବାର୍ଟନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସବୁ ଛାତ୍ରଛାତ୍ରୀ ଏପରି କରୁ ନଥିବା କହିଛନ୍ତି। ହେଲେ ଅଭିଭାବକଙ୍କୁ ନିଜର ଶିଶୁ ପ୍ରତି ଯତ୍ନବାନ ହେବାକୁ ତାଗିଦ କରିଛନ୍ତି। ସେହିପରି ଏତେ ସଂଖ୍ୟକ ଟେଷ୍ଟ କିଟ୍‌ ଅକାରଣରେ ନଷ୍ଟ ନ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି।

ଫିଜି ଡ୍ରିଙ୍କସ୍‌ ଓ ସାଇଟ୍ରସ ଫ୍ରୁଟ ରସକୁ ଆଣ୍ଟିଜେନ ଟେଷ୍ଟ କିଟ୍‌ରେ ଉପଯୋଗ କରାଗଲେ ଏହାର ରିପୋର୍ଟ କୋଭିଡ ପଜିଟିଭ ଆସିବ ବୋଲି ୟୁକେ ଫ୍ୟାକ୍ଟ ଚେକ୍‌ ସଂସ୍ଥା ଫୁଲଫ୍ୟାକ୍ଟ କହିଛନ୍ତି। ତେବେ ଭ୍ରମ ସୃଷ୍ଟି କରୁଥିବା ଏପରି ସାମଗ୍ରୀଗୁଡିକୁ ଟିକ୍‌ ଟକ୍‌ ତାଙ୍କ ପ୍ଲାଟଫର୍ମରୁ ହଟାଇ ଦେଇଥିବା କହିଛନ୍ତି। ବିଶ୍ୱରେ କରୋନାର ପ୍ରସାର ଆରମ୍ଭ ଠାରୁ ପ୍ଲାଟଫର୍ମ ଯେପରି ତ୍ରୁଟିପୂର୍ଣ୍ଣ ସୂଚନା ପ୍ରସାରଣର ମଞ୍ଚ ନ ହେଉ ସେଥିପ୍ରତି କର୍ତ୍ତୃପକ୍ଷ ଧ୍ୟାନ ଦେଇଥିବା ଟିକଟକ ମୁଖପାତ୍ର କହିଛନ୍ତି।

   Related Posts