ଏ ବର୍ଷ ପୁଣି ଚୀନ୍‌ରୁ ଆସିବ ନୂଆ ଭାଇରସ୍, ବିଶ୍ବକୁ ରକ୍ଷା କରିବ ଟିକା : ବ୍ରିଟିଶ୍ ଜ୍ୟୋତିଷଙ୍କ ଭବିଷ୍ୟବାଣୀ

Published By : Prameya-News7 Bureau | January 09, 2021 IST

ଲଣ୍ଡନ ୯।୧: କରୋନା ଭାଇରସ୍ ଯୋଗୁଁ ୨୦୨୦ ବର୍ଷ ପୁରା ବରବାଦ ହୋଇଯାଇଛି । ୧୦ ବର୍ଷ ପୂର୍ବରୁ ଆସିଥିବା ସ୍ପେନିଶ୍ ଫ୍ଲୁ ପରେ ଏହା ବିଶ୍ବର ସବୁଠୁ ଭୟଙ୍କର ମହାମାରୀ  ଥିଲା । ଯାହା ସମସ୍ତଙ୍କୁ କ୍ଷତି ପହଞ୍ଚାଇଛି । ଏବେ ବି ବିଶ୍ବରେ ଏହି ମହାମାରୀ ସଙ୍କଟ ଟଳିନାହିଁ । ବ୍ରିଟେନ୍ ଏବଂ ଦକ୍ଷିଣ ଆଫ୍ରିକାରେ ଏହି ଭାଇରସ୍ ର ନୂଆ ଷ୍ଟ୍ରେନ୍ ଏବେ ଆତଙ୍କ ଖେଳାଇଛି । ଏହି ସମୟରେ ବ୍ରିଟେନ୍ ର ଜଣାଶୁଣା ଜ୍ୟୋତିଷ ହେମିଲଟନ୍ ପାର୍କର କରୋନାକୁ ନେଇ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରି ନୂଆ ବିପଦକୁ ନେଇ ଚେତାବାନୀ ଦେଇଛନ୍ତି ।

{"id":389404,"sizeSlug":"large","linkDestination":"none"}

Express.co.in ଅନୁସାରେ ହେମିଲଟନ୍ ପାର୍କର ଭବିଷ୍ୟବାଣୀ କରିଛନ୍ତି ଯେ, ୨୦୨୧ରେ କରୋନା ମହାମାରୀ ଉପରେ ନିୟନ୍ତ୍ରଣ ଆସିବ । ବହୁଳ ଟିକାକରଣ ଯୋଗୁଁ ପୁଣି ଥରେ ପରିସ୍ଥିତି ସ୍ବାଭାବିକ ହେବାକୁ ଲାଗିବ । ଚଳିତ ବର୍ଷ ଗ୍ରୀଷ୍ମ ସରିବା ପରେ ମହାମାରୀର ସମାଧାନ ବାହାର କରିଦିଆଯିବ । ପ୍ରତିବନ୍ଧକ ସତ୍ତ୍ବେ ୟୁନାଇଟେଡ୍ କିଙ୍ଗଡମ୍ ଭାଇରସ୍ କବଳରେ ରହିବ । ସ୍କଟଲ୍ୟାଣ୍ଡ ଉପରେ ସଙ୍କଟ ଦେଖାଦେବ । ଟିକା ନେବା ପରେ ଲୋକମାନେ ପୁଣି ଥରେ ସ୍ବାଭାବିକ ଜୀବନଶୈଳୀରେ ବଞ୍ଚିବେ । ଟିକା ଯୋଗୁଁ ଲକ୍ଷାଧିକ ଲୋକଙ୍କ ଜୀବନ ବଞ୍ଚିଯିବ । ଏଥିରେ ଅକ୍ସଫୋର୍ଡ ଟିକାର ମୁଖ୍ୟ ଭୂମିକା ରହିବ । କମ୍ ମୂଲ୍ୟ ଏବଂ ସହଜରେ ସଂରକ୍ଷିତ ହେବା କାରଣରୁ ଏହି ଟିକା ବଜାରରେ ଅଧିକ ଭରସା ଜିତିବ ।

{"id":389406,"sizeSlug":"large","linkDestination":"none"}

ସମ୍ପୂର୍ଣ୍ଣ ଭାବେ ଶେଷ ହେବନାହିଁ କରୋନା ଭାଇରସ୍ । ଟିକାକରଣ ଏହାକୁ ସମ୍ପୂର୍ଣ୍ଣ ସମାପ୍ତ କରିପାରିବନାହିଁ । ଭାଇରସ୍ ଏକ ଏଭଳି ରୂପରେ ପରିବର୍ତ୍ତିତ ହୋଇଯିବ ଯାହାପରେ ଟିକାର ଆବଶ୍ୟକତା ରହିବନାହିଁ । କରୋନା ଭାଇରସର ଆତଙ୍କ ଥମିବା ପରେ ଚୀନରୁ ଏକ ନୂଆ ଭାଇରସ୍ ଆସିବ । ଏହା SARS-CoV-2  ଫ୍ୟାମିଲିରୁ ଆସିବନି । ଆତଙ୍କ ଖେଳାଇବା ପୂର୍ବରୁ ହିଁ ଏହାକୁ ନିୟନ୍ତ୍ରଣ କରିଦିଆଯିବ । ଏହି ଭାଇରସ୍ ଶୀଘ୍ର ନିୟନ୍ତ୍ରଣରେ ଆସିଯିବ । ସେ ଏହା ମଧ୍ୟ କହିଛନ୍ତି ଯେ, କୋଭିଡ୍ ୧୯ର ବିପଦ ଟଳିବା ପରେ ବିଶ୍ବ ଉନ୍ନତ ହୋଇଯିବ ।

{"id":389407,"sizeSlug":"large","linkDestination":"none"}

ଏହା ପୂର୍ବରୁ ନାସ୍ତ୍ରେଦମସ ଏବଂ ବାବା ବେଗାଙ୍କ ଭଳି ବଡ ଭବିଷ୍ୟବକ୍ତାଙ୍କ ଭବିଷ୍ୟବାଣୀରେ ଏମିତି କିଛି  କୁହାଯାଇଥିଲା । ଏମାନଙ୍କ ଭବିଷ୍ୟବାଣୀରେ ୨୦୨୦ରେ ମହାମାରୀ ଆତଙ୍କ ସୃଷ୍ଟି କରିବା ନେଇ କୁହାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.