ବ୍ରିଟିଶ ଭବିଷ୍ୟତ ବକ୍ତାଙ୍କ ଚେତାବନୀ- ଚୀନ୍‌ରୁ ଆସିବ ଆଉ ଏକ ଭୟାନକ ଭୂତାଣୁ

Published By : Prameya-News7 Bureau | January 09, 2021 IST

ଲଣ୍ଡନ: କରୋନା ଭାଇରସ ମହାମାରୀ ଗତ ୨୦୨୦ ବର୍ଷକୁ ଆକ୍ରାନ୍ତ କରି ରଖିଥିଲା। ତେବେ ବର୍ଷ ଶେଷ ଆଡକୁ ଟିକା ଆବିଷ୍କାର ଲୋକଙ୍କୁ ଆଶ୍ୱସ୍ତ କରିଥିବା ବେଳେ ୨୦୨୧ ବର୍ଷ ଆରମ୍ଭରେ ଅନେକ ଦେଶ ଟିକାକରଣ କଲେଣି। ଏଥିରେ ଧିରେ ଧିରେ ହେଉ ପଛେ ବିଶ୍ୱରୁ ଭୂତାଣୁ ସଂକ୍ରମଣ ହଟିଯିବ ବୋଲି ଲକେ ଏବେ ଆଶାବାଦୀ।  ହେଲେ ଏଥିରେ  ଇଂରେଜ ଭବିଷ୍ୟତ ବକ୍ତା କ୍ରେଗ ହେମିଲ୍ଟନ ପାର୍କରଙ୍କ ଭବିଷ୍ୟତବାଣୀ ଏବେ ଲୋକଙ୍କୁ ଚିନ୍ତାରେ ପକାଇଛି। 

{"id":389778,"sizeSlug":"large","linkDestination":"none"}

ହେମିଲ୍ଟନ ଏକ୍ସପ୍ରେସ୍ ଡଟ୍ କୋ ଡଟ୍ ୟୁକେକୁ ଦେଇଥିବା ସାକ୍ଷାତକାରରେ କରୋନାର ଅନ୍ତିମ ସମୟ ସମ୍ପର୍କରେ ସୂଚିତ କରିଛନ୍ତି । ହେଲେ ବିଶ୍ୱ ଲାଗି ନୂଆ ବିପଦର ଚେତାବନୀ ମଧ୍ୟ ଦେଇଛନ୍ତି। ଏହି ବିପଦ ଚୀନରୁ ହିଁ ଆସିବ ବୋଲି କହିବା  ଏବେ ଲୋକଙ୍କୁ ଦ୍ୱିତୀୟବାର ଚିନ୍ତା କରିବାକୁ ବାଧ୍ୟ କରିଛି।

{"id":389779,"width":577,"height":433,"sizeSlug":"large","linkDestination":"none"}

୨୦୨୧ରେ ଭୂତାଣୁ ବ୍ରିଟେନରେ ଉଗ୍ର ରୂପ ଧାରଣ କରିବ ବୋଲି ହେମିଲ୍ଟନ ସତର୍କ କରିଛନ୍ତି। ସ୍କଟଲ୍ୟାଣ୍ଡ ୟାର୍ଡ ଉପରେ ବିପଦ ଘନେଇବ ବୋଲି ସତର୍କ କରିଥିବା ବେଳେ ଆଗାମୀ ଗ୍ରୀଷ୍ମ ସୁଧା ଦେଶରେ ଭୂତାଣୁ ଆୟତ ହେବ ବୋଲି କହିଛନ୍ତି। ଫଳରେ  ଲୋକେ ପୁଣି ସ୍ୱଭାବିକ ଜୀବନଯାପନ କରିପାରିବେ। ବ୍ରିଟେନରୁ କୋଭିଡ ଅଗଷ୍ଟ ମାସ ବେଳକୁ ସମାପ୍ତ ହୋଇସାରିଥିବ ।  ସେହିପରି ବିଶ୍ୱର ଅନ୍ୟ ଦେଶରୁ ମଧ୍ୟ ଧିରେ ଧିରେ ଅପସରି ଯିବ। ହେଲେ ଆମାଜନ ଓ ସାଇବେରିଆରେ କିନ୍ତୁ ଭୂତାଣୁ ଘର କରି ରହିଯିବ ବୋଲି ସେ ସତର୍କ କରାଇଛନ୍ତି।

{"id":389781,"sizeSlug":"large","linkDestination":"none"}

ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣରେ ଅକ୍ସଫର୍ଡ ଭାକ୍ସିନ ସହାୟକ ହେବ। ଏହାର ସହଜ ସଂରକ୍ଷଣ  ଓ ସୁଲଭ ମୂଲ୍ୟ ଭାକ୍ସିନ ଦୀର୍ଘ ଦିନ ପର୍ଯ୍ୟନ୍ତ ବିଶ୍ୱରେ କରୋନା ମୁକାବିଲାରେ ସହାୟକ ହେବ ବୋଲି ହାମିଲ୍ଟନ କହିଛନ୍ତି। ତେବେ ଚୀନ୍‌ରେ ପୁଣି ଏକ ଘାତକ ଭୂତାଣୁରୁ ସୃଷ୍ଟି ହେବ ବୋଲି ସତର୍କ କରିଛନ୍ତି। ତେବେ ଏହା ବିଶ୍ୱକୁ ବ୍ୟାପିବା ପୂର୍ବରୁ ଏହା ଉପରେ ଚୀନ ସରକାର କାବୁ ପାଇପାରିବେ ବୋଲି ହାମିଲ୍ଟନ କହିଛନ୍ତି। ହେଲେ ଏଥିଯୋଗୁ ଚୀନ୍‌ ବିଶ୍ୱ ରୋଷର ଶିକାର ହେବା ନିଶ୍ଚିତ ବୋଲିସତର୍କ କରିଛନ୍ତି।

{"id":389783,"sizeSlug":"large","linkDestination":"none"}

ତେବେ ଯାହାବି ହେଉ ବିଶ୍ୱବାସୀଙ୍କୁ ୨୦୪୮ ବେଳକୁ ଚୀନ୍‌ ଭୂତାଣୁର ବାସ୍ତିବିକତା ଜାଣିସାରିତିବେ ବୋଲି ହେମିଲଟନ କହିଛନ୍ତି। କରୋନା ପରବର୍ତ୍ତି ବିଶ୍ୱ କରୋନା ପୂର୍ବ ପରିସ୍ଥିତିରୁ ସମ୍ପୂର୍ଣ୍ଣ ଭିନ୍ନ ହେବ ବୋଲି ସେ କହିଛନ୍ତି। କରୋନାରୁ ବର୍ତ୍ତିଯାଇଥିବା ଲୋକେ ପରବର୍ତ୍ତି ଜୀବନ ଆଧ୍ୟାତ୍ମିକ ହେବ ବୋଲି କହିଛନ୍ତି  ହେମିଲ୍ଟନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.