Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଫାଇଟର୍ ହୋଇ ଫେରିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍, ଏବେ ଦେଶରେ କରୋନା ବିରୋଧରେ ଯୁଦ୍ଧ

21/04/2020 at 10:51 PM

ଲଣ୍ଡନ ୨୧।୪: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ କରୋନା ଭାଇରସକୁ ପରାସ୍ତ କରି ଘରକୁ ଫେରିବା ପରେ ବର୍ତ୍ତମାନ ତାଙ୍କ ଦେଶରେ କରୋନାକୁ ପରାସ୍ତ କରିବାରେ ଲାଗିପଡିଛନ୍ତି । କରୋନା ସଂକ୍ରମିତ ହେବା ପରେ ଆଇସିୟୁରେ ଭର୍ତ୍ତି ହୋଇଥିବା ବୋରିସ୍ ଜନସନ ଧୀରେ ଧୀରେ କାମ କରିବା ଆରମ୍ଭ କରିଛନ୍ତି । ସେ ତାଙ୍କର ଅଧିକାରୀ ଏବଂ କ୍ୟାବିନେଟ୍ ସହକର୍ମୀଙ୍କଠାରୁ ଅପଡେଟ୍ ନେଉଛନ୍ତି । ବୋରିସ୍ ଜନସନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିବାକୁ ଯାଉଛନ୍ତି । ଏହା ବ୍ୟତୀତ ସେ ଫୋନରେ ରାଣୀ ଏଲିଜାବେଥ୍ ଦ୍ବିତୀୟଙ୍କ ସହ ମଧ୍ୟ କଥା ହେବେ । ତେବେ ବୋରିସ୍ ଜନସନ ଏବେ ସରକାରୀ ଭାବେ ଦାୟିତ୍ବ ଗ୍ରହଣ କରିବେ ନାହିଁ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖପାତ୍ର କହିଛନ୍ତି ଯେ, ସେ କ୍ରମାଗତ ଭାବରେ କରୋନା ଭାଇରସ୍ ଉପରେ ଅପଡେଟ୍ ନେଉଛନ୍ତି । ସେ ପ୍ରଥମେ ବୈଦେଶିକ ସଚିବ ଡୋମିନିକ୍ ରାବ ଏବଂ ତାଙ୍କ ଟିମ୍ ର ବରିଷ୍ଠ ସଦସ୍ୟଙ୍କ ସହ କଥା ହୋଇଛନ୍ତି । ସୋମବାର ସେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଏକ ଶୋକ ବାର୍ତ୍ତା ପଠାଇ ଗୁଳି ବିନିମୟରେ ନିହତ ହୋଇଥିବା ଲୋକଙ୍କୁ ସମବେଦନା ଜଣାଇଛନ୍ତି । ବୋରିସ୍ ଜନସନ ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତିଙ୍କ ସହ କଥା ହେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନିବାସରୁ ଏହା ମଧ୍ୟ ସ୍ପଷ୍ଟ କରାଯାଇଥିଲା ଯେ, ସେ ବର୍ତ୍ତମାନ ବିଶ୍ରାମ କରିବେ ଏବଂ କୌଣସି କାର୍ଯ୍ୟ ଆନୁଷ୍ଠାନିକ ଭାବେ କରିବେ ନାହିଁ । ଡୋମିନିକ୍ ରାବ୍ ତାଙ୍କ ଡେପୁଟି ଭାବରେ କାର୍ଯ୍ୟ ଜାରି ରଖିବେ ।

ଗତ ସପ୍ତାହରେ ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ବୋରିସ୍ ଜନସନ ତାଙ୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରହିଛନ୍ତି । କରୋନା ପଜିଟିଭ୍ ହେବା ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡିଥିଲା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ତାଙ୍କ ସୁସ୍ଥତା କାମନା କରିଥିଲେ ।

ବ୍ରିଟେନରେ ଏହା ଏକ ପ୍ରଥା ଯେ ଏହି ସ୍ଥାନର ପ୍ରଧାନମନ୍ତ୍ରୀ ପ୍ରତି ସପ୍ତାହରେ ରାଜ ପରିବାରକୁ ଭେଟନ୍ତି । ବ୍ରିଟେନରେ କରୋନା ଭାଇରସ୍ ଲକ୍ ଡାଉନ୍ ହେତୁ ଏହି ପରମ୍ପରା ବର୍ତ୍ତମାନ ଫୋନ୍ ମାଧ୍ୟମରେ ପାଳନ କରାଯାଉଛି । ତେଣୁ ବୋରିସ୍ ଜନସନ ତିନି ସପ୍ତାହ ପରେ ଫୋନ୍ ଯୋଗେ ସେମାନଙ୍କ ସହ କଥା ହେବେ ।

   Related Posts