ଡାକ୍ତରଖାନାରେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ : କିଛି ଦିନ ତଳେ କରୋନା ପଜିଟିଭ୍‌ ଥିବା ଜଣାପଡିଥିଲେ ବୋରିସ୍‌ ଜନ୍‌ସନ୍‌

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ ୦୬।୦୪: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଡାକ୍ତରଖାନାରେ ଭର୍ତ୍ତି । କରୋନା ଭୂତାଣୁ ସଂକ୍ରମିତ ହେବା ପରେ ରବିବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଜନସନଙ୍କ ଦେହରେ ଏପର୍ଯ୍ୟନ୍ତ କରୋନା ଭୂତାଣୁର ଲକ୍ଷଣ ଦେଖାଯାଉଛି। ପରୀକ୍ଷା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମାର୍ଚ୍ଚ ୨୭ ତାରିଖରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ କରୋନା ଭୂତାଣୁ ଲକ୍ଷଣ ଦେଖାଯାଇଥିଲା। ତାଙ୍କ ଶରୀରରେ କରୋନା ପଜିଟିଭ ଲକ୍ଷଣ ଥିବା ଜଣାପଡ଼ିଥିଲା। ପୂର୍ବରୁ ମଧ୍ୟ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଗର୍ଭବତୀ ପ୍ରେମିକା କରୋନା ସଂକ୍ରମିତ ଥିବା ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଥିଲେ ।

ତେବେ ବର୍ତ୍ତମାନ ସୁଦ୍ଧା ବ୍ରିଟେନରେ କରୋନା ଭାଇରସ୍ ଯୋଗୁଁ ୭ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । କୋଭିଡ-୧୯ ରୋଗରେ ୫ ବର୍ଷର ଶିଶୁର ମଧ୍ୟ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ବ୍ରିଟେନରେ ମୋଟ୍ ୪୩୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୨ ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ବ୍ରିଟେନର ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଏହାସହ ପ୍ରିନ୍ସ ଚାର୍ଲ୍ସ ମଧ୍ୟ କୋଭିଡ-୧୯ରେ ସଂକ୍ରମିତ ହୋଇଥିଲେ । ସେ ମଧ୍ୟ ଆଇସୋଲେସନରେ ରହିଥିଲେ । ୭ ଦିନ ପରେ ସେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.