ନିର୍ବନ୍ଧ କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ, ମା ହେବାକୁ ଯାଉଛନ୍ତି ୨୪ ବର୍ଷର ସାନ ପ୍ରେମିକା

Published By : Prameya-News7 Bureau | March 01, 2020 IST

ନୂଆଦିଲ୍ଲୀ ୦୧। ୦୩- ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ(୫୫) ତାଙ୍କର ପ୍ରେମିକା କେରି ସିମଣ୍ଡ୍ସ (୩୧)ଙ୍କ ସହିତ ବିବାହ ନିର୍ବନ୍ଧ କରିଥିବା ଘୋଷଣା କରିଛନ୍ତି। ଏହା ସହିତ ଉଭୟ ଚଳିତ ବର୍ଷ ଗ୍ରୀଷ୍ମମାସ ସମୟରେ ପିତା-ମାତା ହେଉଥିବା ଜନସନ ସୂଚନା ଦେଇଛନ୍ତି।

{"id":231122,"sizeSlug":"large"}

ବୋରିସ୍ ଜନସନ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ହିଁ କେରି ସିମଣ୍ଡ୍ସଙ୍କ ସହିତ ଏକାଠି ରହୁଥିଲେ। କୁହାଯାଉଛି ଯେ, ଶିଶୁକୁ ଜନ୍ମ ଦେବା ପୂର୍ବରୁ ଜନସନ ଓ କେରି ବିବାହ ବନ୍ଧନରେ ଆବଦ୍ଧ ହେବେ। ବ୍ରିଟିଶ ଗଣମାଧ୍ୟମ ଅନୁସାରେ, ବ୍ରିଟେନର ୨୫୦ ବର୍ଷର ଇତିହାସରେ ପ୍ରଥମ ଥର କୌଣସି ରାଜନେତା ପ୍ରଧାନମନ୍ତ୍ରୀ ପଦରେ ଥାଇ ବିବାହ କରିବା ପ୍ରଥମ ଘଟଣା ହେବାକୁ ଯାଉଛି। ଏହା ସହିତ ଜନସନ ବ୍ରିଟେନର ଏମିତି ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି, ଯିଏ ନିଜର କାର୍ଯ୍ୟକାଳରେ ତଲାକ ଓ ବିବାହ କରୁଛନ୍ତି।

{"id":231123,"sizeSlug":"large"}

କିଏ ଏହି କେରି ସିମଣ୍ଡ୍ସ

ସୂଚନା ଅନୁଯାୟୀ, ସଂପ୍ରତି ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଜନସନ ଓ କେରି ଅବସ୍ଥାନ କରୁଛନ୍ତି। କେରି ଜଣେ ପରିବେଶକର୍ମୀ। ସେ କିଛି ପର୍ଯ୍ୟାବରଣ ପ୍ରକଳ୍ପ ଉପରେ କାମ କରୁଛନ୍ତି। କେରି ସଂପ୍ରତି ନିଜର ଏହି ପ୍ରକଳ୍ପ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଓ ତାଙ୍କର ପ୍ରେମିକା କେରି ସିମଣ୍ଡ୍ସ ନୂତନ ବର୍ଷରେ ନିଜର ଛୁଟିକୁ ନେଇ ଚର୍ଚ୍ଚାରେ ଥିଲେ। ଉଭୟ ନୂତନ ବର୍ଷ ପାଳନ ପାଇଁ ସେଣ୍ଟ ଲୁସିଆ ଯାଇଥିଲେ। ଏହି ସମୟରେ ଦୁହେଁ ସାଧାରଣ ଯାତ୍ରୀଙ୍କ ପରି ଇକୋନୋମି କ୍ଲାସରେ ଯାତ୍ରା କରିଥିଲେ।

{"id":231124,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.