Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ବ୍ରେଗଜିଟ୍ ନିର୍ବାଚନ ପରେ ବଦଳିବ ବ୍ରିଟେନର ରାଜନୈତିକ ଚିତ୍ର, PM ବୋରିଶ ଜନସନ୍ କହିଲେ ଭାରତୀୟଙ୍କ ଲାଗି କୋହଳ ହେବ ଭିସା ନୀତି

8/12/2019 at 4:45 PM

ଲଣ୍ଡନ:  ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ ଭାରତ ସହ ସମ୍ପର୍କକୁ ଅଧିକ ମଜଭୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ବ୍ରିଟେନ ଜିଡିପିରେ ଭାରତୀୟ ଓ ପ୍ରବାସୀ ଭାରତୀୟଙ୍କ ଯୋଗଦାନ ୨ ପ୍ରତିଶତ ବୋଲି ପ୍ରଧାନମନ୍ତ୍ରୀ କହିଥିବା ବେଳେ ଆଗକୁ ଅର୍ଥନୀତିକୁ ଅଧିକ ମଜଭୁତ କରିବା ଲାଗି ଭାରତୀୟଙ୍କ ନିମନ୍ତେ ସରକାର ଭିସା ନିୟମରେ ସଂଶୋଧନ କରିବେ।

ତେବେ ବ୍ରେଗଜିଟ୍ ସାଧାରଣ ନିର୍ବାଚନ ପରେ ଏ ଦିଗରେ ତାଙ୍କ ସରକାର କାର୍ଯ୍ୟ କରିବ ବୋଲି ଜନସନ କହିଛନ୍ତି। ଏଥିରେ ଭାରତୀୟ ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଭିସା ନିୟମ କୋହଳ  କରାଯିବ। ସ୍ୱାମୀନାରାୟଣ ସମ୍ପ୍ରଦାୟଙ୍କ ସ୍ୱାମୀ ମହାରାଜଙ୍କ ୯୮ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଜନସନ୍ ଏହା କହିଛନ୍ତି।

ଜନସନ ଦେଶରେ ସମାନ ଇମ୍ମିଗ୍ରେସନ ନିୟମ ଲାଗୁ ନିମନ୍ତେ ବିଚାର କରୁଥିବା କହିଛନ୍ତି। ଏହା ଇୟୁରୋପିୟନ ୟୁନିୟନ ହେଉ କି ବିଶ୍ୱର ଯେ କୌଣସି ସ୍ଥାନରୁ ବ୍ରିଟେନରେ ସମସ୍ତଙ୍କ ଲାଗି ଗୋଟିଏ ନିୟମ ଲାଗୁ କରାଯିବ ବୋଲି କହିଛନ୍ତି। ଏଥିରେ ସ୍ପେଶାଲ ଫାଷ୍ଟ ଟ୍ରାକ୍ ଭିସା ଜାରି ନେଇ ଜନସନ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଡିସେମ୍ବର ୧୨ ତାରିଖରେ ବ୍ରିଟେନରେ ବ୍ରଗଜିଟ୍ ଇସ୍ୟୁକୁ ନେଇ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହାର ଫଳାଫଳ ଉପରେ ଯଦି ଏଥିରେ ଜନସନ ସଫଳ ହୁଅନ୍ତି ତେବେ ବ୍ରିଟେନ ସବୁଦିନ ଲାଗି ସମସ୍ୟା ମୁକ୍ତ ହେବ ବୋଲି ଜନସନ କହିଛନ୍ତି।

   Related Posts