ବୋରିସ୍ ଜନ୍‌ସନ୍‌ଙ୍କ ଅବସ୍ଥା ଗୁରୁତର, ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି

Published By : Prameya-News7 Bureau | April 07, 2020 IST

ଲଣ୍ଡନ ୦୭।୦୪: ବିଗିଡିଲା ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ । ବର୍ତ୍ତମାନ  ଅକ୍ସିଜେନ୍‌ ସପୋର୍ଟରେ ରହିଛନ୍ତି ବୋରିସ୍ ଜନ୍‌ସନ୍‌ । ପୂର୍ବରୁ ଆସିୟୁ ଥିଲେ ବିଟ୍ରିଶ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ । ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଅକ୍ସିଜେନ୍‌ର ସପୋର୍ଟରେ ରଖାଯାଇଛି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଭେଣ୍ଟିଲେଣ୍ଟରରେ ରଖାଯାଇନାହିଁ ବୋଲି ସରକାରଙ୍କ ଜଣେ ମନ୍ତ୍ରୀ ସୂଚନା ଦେଇଛନ୍ତି ।

wp:core-embed/twitter {"url":"https://twitter.com/ANI/status/1247431177633325056","type":"rich","providerNameSlug":"twitter","className":""}
https://twitter.com/ANI/status/1247431177633325056
/wp:core-embed/twitter

ଗତ ମାର୍ଚ୍ଚ ୨୬ରେ ବୋରିସ ଜନସନ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଥିଲା ଜନ୍ ସନ୍ ହସ୍ପିଟାଲରେ ଭର୍ତ୍ତି ହେବା ପରେ ମଧ୍ୟ ନିଜର କାମ କରୁଥିଲେ । କିନ୍ତୁ ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତି ଲାଗି ବିଦେଶ ମନ୍ତ୍ରୀ ଡାମିନିକ ରାବ ପ୍ରଧାନମନ୍ତ୍ରୀଙ୍କ ସ୍ଥାନରେ କାମ କରିବେ । ବ୍ରିଟିଶ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିଲା । ଜନସନଙ୍କ ଶରୀରରେ ଏବେ ବି କରୋନା ଲକ୍ଷଣ ଦେଖାଯାଉଛି ଏବଂ ତାଙ୍କୁ ପରୀକ୍ଷା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କରୋନା ଭାଇରସରେ ପୀଡ଼ିତ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନ୍ ସନ୍ ଙ୍କୁ ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.