ଭାରତରେ ଫସି ରହିଛନ୍ତି ଜଣେ ବିଦେଶୀ: ପ୍ରଥମେ ଡେଙ୍ଗୁ, ପରେ କରୋନା ଓ ଏବେ ପୁଣି ସାପ କାମୁଡ଼ିବାରୁ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | November 22, 2020 IST

ନୂଆଦିଲ୍ଲୀ ୨୨/୧୧ : ମାନବିକତା ଧର୍ମ ବେଳେବେଳେ ମଣିଷ ପାଇଁ ମହଙ୍ଗା ହୋଇପଡେ। ବ୍ରିଟେନରୁ ଆସି ଭାରତରେ ଚାରିଟି କାମ କାମ କରୁଥିବା ଜଣେ ବ୍ୟକ୍ତିଙ୍କ କାହାଣୀ ଯାହା ସମ୍ପର୍କରେ ଶୁଣି ଆପଣଙ୍କର ମଧ୍ୟ ଲୋମଟାଙ୍କୁରୀ ଉଠିବ। ବ୍ୟକ୍ତି ଜଣକ ରାଜସ୍ଥାନରେ ଫସି ରହିଛନ୍ତି। ଥରେ ନୁହେଁ ବରଂ ୩ଥର ସେ ମୃତ୍ୟୁକୁ ସାମ୍ନା କରିସାରିଲେଣି। ପ୍ରଥମେ ଡେଙ୍ଗୁ, ଡେଙ୍ଗୁରୁ ସୁସ୍ଥ ହେବାପରେ କରୋନାରେ ଆକ୍ରାନ୍ତ ହେଲେ। କରୋନାରୁ ସୁସ୍ଥ ହେବାପରେ ତାଙ୍କୁ ସାପ କାମୁଡି ଦେଇଛି। ବର୍ତ୍ତମାନ ସେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି, ତାଙ୍କର ଚିକିତ୍ସା ଚାଲିଛି। ବ୍ରିଟେନର ଏହି ଯୁବକ ଜଣକ ହେଲେ ଇୟାନ ଜନ୍ସ।

କିଛି ଦିନ ପୂର୍ବରୁ ଜୟପୁରରୁ ୩୫୦ କିମି ଦୂର ଏକ ସହରରେ ଇୟାନ ଜନ୍ସଙ୍କୁ ଏକ ବିଷାକ୍ତ କୋବ୍ରା ସାପ କାମୁଡି ଦେଇଥିଲା। ସେ ବର୍ତ୍ତମାନ ଯୋଧପୁର ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ଅଭିଷେକ ତାତେର କହିଛନ୍ତି ଯେ, ସେ ଗତ ସପ୍ତାହରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଏକ ସାପ କାମୁଡି ଦେଇଥିଲା। ଡାକ୍ତର ପ୍ରଥମେ ଭାବିଲେ ସେ ପୁଣି କରୋନା ସଂକ୍ରମିତ ହୋଇଛନ୍ତି। କିନ୍ତୁ କରୋନା ଟେଷ୍ଟରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ତାଙ୍କ ଭିତରେ ସାପ କାମୁଡିବା ଲକ୍ଷଣ ପରିଲକ୍ଷିତ ହୋଇଥିଲା। ଜନ୍ସଙ୍କ ଆଖିକୁ ଭଲ ଭାବେ ଦେଖାଯାଉନଥିଲା। ସେ ଠିକ ଭାବେ ଚାଲି ମଧ୍ୟ ପାରୁନଥିଲେ।

{"id":365753,"sizeSlug":"large"}

ଡାକ୍ତରଙ୍କ କହିବାନୁଯାୟୀ, ଜନ୍ସଙ୍କୁ ଗତ ସପ୍ତାହରେ ଛୁଟି ମିଳିଥିଲା। GoFundMe ୱେବସାଇଟରେ ତାଙ୍କ ପୁଅ ଏକ ବୟାନ ଜାରି କରି କହିଛନ୍ତି ଯେ, ତାଙ୍କ ପିତା ଜଣେ ଯୋଦ୍ଧା। ଭାରତରେ ଥିବାବେଳେ ତାଙ୍କୁ ପ୍ରଥମେ ମ୍ୟାଲେରିଆ ହୋଇଥିଲା। ଏହାପରେ ଡେଙ୍ଗୁ। ଡେଙ୍ଗୁ ଭଲ ହେବାପରେ ପୁଣି ମ୍ୟାଲେରିଆ ହୋଇଥିଲା। ମ୍ୟାଲେରିଆ ଭଲ ହେବାପରେ କରୋନାରେ ସଂକ୍ରମିତ ହୋଇଥିଲେ। ଏବେ ପୁଣି ବିଷାକ୍ତ ସାପ କାମୁଡି ଦେଇଛି। ଜନ୍ସଙ୍କ ପୁଅ କହିଛନ୍ତି ଯେ, ତାଙ୍କ ପିତା କରୋନା ଯୋଗୁଁ ଭାରତରେ ଫସି ରହିଛନ୍ତି। ସେ ନିଜ ଘରକୁ ଫେରି ପାରୁନାହାନ୍ତି। କିନ୍ତୁ ସେ ଭାରତରେ ରହି ଅନ୍ୟମାନଙ୍କୁ ସାହାଯ୍ୟ କରୁଥିବାରୁ ତାଙ୍କ ପୁଅ ଖୁସି ବ୍ୟକ୍ତ କରିଛନ୍ତି। ଜନ୍ସ ରାଜସ୍ଥାନର ପାରମ୍ପରିକ କାରିଗରଙ୍କ ସହ କାମ କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.