ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ

Published By : Prameya-News7 Bureau | April 16, 2021 IST

ନୂଆଦିଲ୍ଲୀ ୧୬/୦୪ : ଭାରତକୁ ପ୍ରତ୍ୟର୍ପଣ ହେବ ନିରବ ମୋଦି । ହଜାର ହଜାର କୋଟି ଟଙ୍କା ଠକେଇରେ କୁଖ୍ୟାତ ଠକ ନିରବ ମୋଦି ଭାରତ ଫେରିବ । ଏ ନେଇ ଅନୁମତି ଦେଇଛନ୍ତି ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ । ବ୍ରିଟେନ୍‌ ଗୃହ ମନ୍ତ୍ରାଳୟ ପକ୍ଷରୁ ଗ୍ରୀନ ସିଗ୍‌ନାଲ ମିଳିବା ପରେ ନିରବ ମୋଦିକୁ ଭାରତ ଆଣିବା ରାସ୍ତା ଏକ ପ୍ରକାର ସଫା ହୋଇଛି ।

wp:embed {"url":"https://twitter.com/ANI/status/1383028968249389061","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1383028968249389061
/wp:embed

ସୂଚନାଯୋଗ୍ୟ, ଭାରତରେ ନିରବ ମୋଦି ବିରୁଦ୍ଧରେ ବହୁ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି । ଋଣ ଜାଲିଆତି ମାମଲାରେ ଭାରତରୁ ଫେରାର ହୋଇଯାଇଥିଲା ନିରବ ମୋଦି । ଏହା ପରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ନିରବ ମୋଦିକୁ ଫେରାଇ ଆଣିବାକୁ ଅନେକ ସମୟରେ ପ୍ରକ୍ରିୟା ଜାରି ରହିଥିଲା । ତେବେ ବର୍ତ୍ତମାନ ନିରବ ମୋଦିକୁ ଭାରତ ଆଣିବାକୁ ଅନୁମତି ଦେଇଛନ୍ତି ବ୍ରିଟେନ୍‌ ଗୃହ ମନ୍ତ୍ରାଳୟ ।  

ସିବିଆଇ କହିବା ମୁତାବକ, ବ୍ରିଟେନ୍‌ ଗୃହମନ୍ତ୍ରୀ, ନିରବ ମୋଦିର ଭାରତ ପ୍ରତ୍ୟର୍ପଣକୁ ଅନୁମତି ଦେଇଛନ୍ତି । ପଞ୍ଜାବ ନେସନାଲ ବ୍ୟାଙ୍କରେ ପ୍ରାୟ ୧୨ ହଜାର କୋଟି ଟଙ୍କାର ଠକେଇ କରି ଲଣ୍ଡନ ପଳାଇଯାଇଥିଲା ନିରବ ମୋଦି । ବର୍ତ୍ତମାନ ବ୍ରିଟେନ ଗୃହ ବିଭାଗ ଗ୍ରୀନ୍‌ ସିଗ୍‌ନାଲ ଦେବା ପରେ ନିରବ ମୋଦିକୁ ଭାରତ ଆଣିବା ରାସ୍ତା ସଫା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.