ମହାତ୍ମାଗାନ୍ଧିଙ୍କ ସମ୍ମାନରେ ମୁଦ୍ରା ଜାରି କରିବ ବ୍ରିଟେନ, ଜାଣନ୍ତୁ କ'ଣ କହିଲେ ଅର୍ଥମନ୍ତ୍ରୀ

Published By : Prameya-News7 Bureau | October 11, 2019 IST

ଲଣ୍ଡନ : ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମବାର୍ଷିକ ଉପଲକ୍ଷେ ବ୍ରିଟିଶ ସରକାର ମୁଦ୍ରା ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସୂଚନା ଦେଇଛନ୍ତି ବ୍ରିଟିଶ ଅର୍ଥମନ୍ତ୍ରୀ ସାଜିଦ ଜାଭିଦ୍। ବ୍ରିଟେନ ୧୯୩୧ ଗୋଲଟେବୁଲ ସମ୍ମିଳନୀଲାଗି ମହାତ୍ମା ଗାନ୍ଧିଙ୍କ ଯାତ୍ରାର ସ୍ମାରକରେ ଏହି ମୁଦ୍ରା ଜାରି କରିବ। ଏଥିଲାଗି ରୟାଲ ମିଣ୍ଟକୁ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ମୁଦ୍ରା ଜାରି କରିବା ନିମନ୍ତେ କୁହାଯାଇଛି। ଯେଉଁଥିରୁ ସେ ଦୁନିଆକୁ  ଦେଇଥିବା ଶିକ୍ଷାକୁ ଲୋକେ ମନେ ପକାଇ ପାରିବେ ବୋଲି ଜାଭିଦ କହିଛନ୍ତି।

{"id":168820}

ଲଣ୍ଡନରେ ଅନୁଷ୍ଠିତ ବ୍ରିଟିଶ ଏସିୟାନ ସକ୍ସେସ ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅବସରରେ ଜାଭିଦ ଏହି ସୂଚନା ଦେଇଥିଲେ। ମହାତ୍ମା ଗାନ୍ଧି ଧନ ଦୌଲତ ଅଥବା ବଡ ପଦପଦବୀରୁ ଶକ୍ତି ମିଳେନା କହିଥିଲେ ବୋଲି ଜାଭିଦ ସ୍ମୃତିଚାରଣ କରିଥିଲେ। ସେହିପରି ଜୀବନରେ ସନ୍ତାନ ଲାଗି ପିତାମାତାଙ୍କ ଅବଦାନକୁ କେବେ ଭୁଲିବା କଥା ନୁହେଁ ବୋଲି ମଧ୍ୟ ମହାତ୍ମା ଗାନ୍ଧି ସମଗ୍ର ବିଶ୍ୱକୁ ଶିଖାଇଯାଇଥିବା ଜାଭିଦ ଉଲ୍ଲେଖ କରିଥିଲେ। ମନ୍ତ୍ରୀ ସାଜିଦ ଜାଭିଦ ଜଣେ ମୂଳ ପାକିସ୍ତାନୀ ବ୍ରିଟିଶ। ସେ ବ୍ରିଟିଶ ପାକିସ୍ତାନୀ ଡ୍ରାଇଭରଙ୍କ ପୁଅ।

{"id":168821}

ନୂଆ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍ ତାଙ୍କ ମନ୍ତ୍ରୀମଣ୍ଡଳରେ ସର୍ବାଧିକ ଭାରତୀୟ ଓ ପାକିସ୍ତାନୀ ମୂଳ ନେତାଙ୍କୁ ମନ୍ତ୍ରୀ କରିଛନ୍ତି। ମୂଳ ଭାରତୀୟ ନେତ୍ରୀ ପ୍ରିତି ପଟେଲଙ୍କୁ ଦେଶର ଗୁରୁତ୍ୱପୂର୍ଣ୍ଣ ଗୃହମନ୍ତ୍ରାଳୟ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ମୂଳ ଭାରତୀୟ ଋଷି ସୁନକ୍ ମଧ୍ୟ ବ୍ରିଟିଶ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି। ପ୍ରତିବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀକୁ ମିଳିତ ଜାତି ସଂଘ ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରିଥାଏ।  ତେବେ ଚଳିତବର୍ଷ ଗାନ୍ଦିଜୀଙ୍କ ୧୫୦ ତମ ଜୟନ୍ତୀ ବର୍ଷ ଉପଲକ୍ଷେ ବ୍ରିଟିଶ ସରକାର ତାଙ୍କ ସ୍ମୃତିରେ ଏହି ପଦକ୍ଷେପ ନେବାକୁ ଯାଉଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.