କରୋନାକୁ ନେଇ ବ୍ରିଟେନ ଅର୍ଥମନ୍ତ୍ରୀଙ୍କ ଭାଷଣ ଭାଇରାଲ, ଟ୍ୱିଟରରେ ଟ୍ରେଣ୍ଡ ହେଉଛି #RishiforPM

Published By : Prameya-News7 Bureau | March 23, 2020 IST

ଲଣ୍ଡନ: ସାରା ବିଶ୍ୱରେ କରୋନା ଏବେ ମହାମାରୀର ରୂପ ଧାରଣ କରିଛି। ୟୁରୋପୀୟ ଦେଶ ବ୍ରିଟେନରେ କରୋନା ପରିସ୍ଥିତି ଏବେ ଗୁରୁତର। ଦେଶରେ ୫ ହଜାରରୁ ଅଧିକ ଲୋକେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ କମ୍ପାନୀମାନେ ଗୁରୁତର ସଂକଟର ସମ୍ମୁଖୀନ ହୋଇଛନ୍ତି। ଏଣୁ ସରକାର ସହଯୋଗ ଲାଗି ପ୍ୟାକେଜ୍ ଘୋଷଣା କରୁଛନ୍ତି। ଏଥିରେ ଦେଶର ଅର୍ଥମନ୍ତ୍ରୀ ଋଷି ସୁନକଙ୍କ ଭାଷଣ ଏବେ ତାଙ୍କୁ ଦେଶବାସୀଙ୍କ ନିକଟରେ ପ୍ରିୟପାତ୍ର କରିଛି। ଲୋକେ ତାଙ୍କ ଭାଷଣରେ ଏତେ ପ୍ରଭାବିତ ହୋଇଛନ୍ତି ଯେ ଟ୍ୱିଟରରେ ତାଙ୍କୁ ଆଗାମୀ ପ୍ରଧାମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି ବୋଲି ହ୍ୟାସ୍ ଟ୍ୟାଗ୍ ଟ୍ରେଣ୍ଡ କରାଉଛନ୍ତି।

wp:html /wp:html

କରୋନା ସଂକ୍ରମଣ ଯୋଗୁ ଦେଶରେ ଉପୁଜିଥିବା ପରିସ୍ଥିତି ନେଇ ଋଷି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଯେଉଁଥିରେ ଦେଶବାସୀଙ୍କ ସଂଘର୍ଷରେ ତାଙ୍କ ସରକାର ମଧ୍ୟ ସାମିଲ ବୋଲି ଘୋଷଣା କରିଛନ୍ତି। ଆମେ ଆମ ପ୍ରତିଶ୍ରୁତିରେ ଅଟଳ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଋଷି କଞ୍ଜରଭେଟିଭ ପାର୍ଟିର ନେତା।  ହେଲେ ବି ତାଙ୍କ ବିଚାରଧାରା ଦଳର ବିଚାରଧାରାଠାରୁ ପୃଥକ ବୋଲି ଏବେ କହୁଛନ୍ତି ଲୋକେ।

wp:html /wp:html

ଭାଷଣରେ କ’ଣ କହିଛନ୍ତି ଋଷି
ବ୍ରିଟେନରେ କରୋନା ସଂକ୍ରମଣ ଯୋଗୁ କମ୍ପାନୀମାନେ ଗୁରୁତର ପ୍ରଭାବିତ ହୋଇଛନ୍ତି। ଅନେକ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଏବେ ବେତନ ଦେବା ଅବସ୍ଥାରେ ବି ନାହାନ୍ତି। ଏଥିରେ ଅର୍ଥମନ୍ତ୍ରୀ ଋଷି ସୁନକ ସେହି କର୍ମଚାରୀଙ୍କ ବେତନ ସରକାର ଦେବେ ବୋଲି ଘୋଷଣା କରିଛନ୍ତି ଯେଉଁମାନେ କରୋନା ଯୋଗୁ କାମ କରିପାରୁନାହାନ୍ତି। ସେହିପରି ସରକାର କମ୍ପାନୀମାନଙ୍କୁ କର୍ମଚାରୀଙ୍କ ୮୦ ପ୍ରତିଶତ ବେତନ ଦେବାକୁ ବି ଘୋଷଣା କରିଛନ୍ତି ଯେଉଁମାନେ କର୍ମଚାରୀଙ୍କୁ ବାହାର କରିବାକୁ ଚାହାନ୍ତିନି ବୋଲି କହିଛନ୍ତି। ସେହିପରି କମ୍ପାନୀମାନଙ୍କୁ ବିନା ସୁଧରେ ସରକାର ଋଣ ଯୋଗାଇଦେବାକୁ ବି ଘୋଷଣା କରିବା ଦେଶର ହଜାର ହଜାର କର୍ମଚାରୀ ଓ ନାଗରିକଙ୍କୁ ପ୍ରଭାବିତ କରିଛି। ଭାରତୀୟ ବଂଶୋଦଭବ ଋଷି ସୁନକ

{"id":242856,"sizeSlug":"large"}

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସିଧା ସମ୍ପର୍କ ଭାରତ ସହ ରହିଛି। ତାଙ୍କ ମୂଳ ପରିବାର ଭାରତର ପଞ୍ଜାବର ବାସିନ୍ଦା। ତେବେ ସେମାନେ ବ୍ରିଟେନ ଚାଲିଯାଇଛନ୍ତି। ଏହା ଛଡା ଋଷି ଇନଫୋସିସ୍‌ର ସଂସ୍ଥାପକ ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ। ନାରାୟଣ ମୂର୍ତ୍ତିଙ୍କ କନ୍ୟା ଅକ୍ଷତା ମୂର୍ତ୍ତିଙ୍କ ସହ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢୁଥିଲେ। ସେହି ସମୟରେ ଋଷିଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ୨୦୦୯ ମସିହାରେ ସେମାନେ ବିବାହ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.