ଝଗଡା ପରେ ପତ୍ନୀଙ୍କ ଗଳା ଚିପିଥିଲେ ବେନ ଷ୍ଟୋକ୍ସ, ଏବେ ପତ୍ନୀ ଖୋଲିଲେ ନିଶାର୍ଦ୍ଧର ପୁରାସତ୍ୟା

Published By : Prameya-News7 Bureau | October 09, 2019 IST

ଲଣ୍ଡନ : ଇଂଲଣ୍ଡ କ୍ରିକେଟ୍ ଟିମର ବେନ ଷ୍ଟୋକ୍ସ ଓରଫ ବେଞ୍ଜାମିନ ଆଣ୍ଡ୍ର୍ୟୁ ଷ୍ଟୋକ୍ସ ଆଜିକାଲି ଖୁବ୍ ଚର୍ଚ୍ଚାରେ। ଗତ ୱାର୍ଲଡ କପ୍ ରେ ବିଜୟ ଲାଗି ଗତ ସପ୍ତାହରେ ପ୍ରଫେସନାଲ କ୍ରିକେଟ୍ ଆସୋସିଏସନ ପକ୍ଷରୁ ଆୱାର୍ଡ ସେରିମନି ଅନୁଷ୍ଠିତ ହୋଇଥିଲା। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିବା କାର୍ଯ୍ୟକ୍ରମରେ ପତ୍ନୀ କ୍ଲେୟାରଙ୍କ ସହ ବେନଙ୍କ ଉଚ୍ଚବାଚ ପରେ ଷ୍ଟୋକ୍ସ ପତ୍ନୀଙ୍କ ଗଳାକୁ ଚିପି ଧରିଥିବାର ଫଟୋ ଏବେ ସୋସାଲ ମିଡିଆରେ ଭାଇରାଲ ହେଉଛି। ତେବେ ସେଦିନ ଅଧରାତିରେ ହୋଇଥିବା ଘଟଣାର ପୁରା ସତ୍ୟତା ଏବେ ଉଜାଗର କରିଛନ୍ତି କ୍ଲେୟାର । ଜାଣନ୍ତୁ କ'ଣ କହିଛନ୍ତି।

{"id":168163}

ତେବେ ଷ୍ଟୋକ୍ସଙ୍କ ସମ୍ପର୍କରେ ଏହି ଫଟୋ ଯୋଗୁ ଲୋକଙ୍କ ମନରେ ଉପୁଜିଥିବା ଧାରଣାକୁ କ୍ଲେୟାର ଖଣ୍ଡନ କରିଛନ୍ତି। ସେ ଓ ବେନ ଥଟ୍ଟା ମଜାରେ ଜଣେ ଜଣକର ଗଳାକୁ ଏପିରି ଧରିଥିଲେ ବୋଲି ଉଲ୍ଲେଖ କରିଛନ୍ତି। ତେବେ ଫଟୋରେ ଲାଗୁଛି ଉଭୟଙ୍କ ମଧ୍ୟରେ ଗରମା ଗରମ ଝଗଡା ହେବା ଯୋଗୁ କ୍ରୋଧିତ ଷ୍ଟୋକ୍ସ ପତ୍ନୀଙ୍କ ଗଳାଦବାଇ ଦେବାକୁ ଚେଷ୍ଟା କରୁଛନ୍ତି। କ୍ଲେୟାର ଟ୍ୱିଟ୍ ରେ ଆୱାର୍ଡ ସେରିମନିରୁ ସେମାନେ ମ୍ୟାକ୍ ଡୋନାଲ୍ଡ ଯାଇଥିବା ବି ଉଲ୍ଲେଖ କରିଛନ୍ତି। ତେବେ ଲୋକେ କେତେ ଶୀଘ୍ର କେତେ କଥା ଭାବିନେଉଛନ୍ତି ସେ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ତେବେ ଯାହା ହେଉ ଆମ ଦୁହିଁଙ୍କ ମଧ୍ୟରେ ସେଭଳି କିଛି ହୋଇନଥିବା କ୍ଲେୟାର ଉଲ୍ଲେଖ କରିଛନ୍ତି।

wp:html /wp:html

ବିଶ୍ୱକପ୍ ୨୦୧୯ର ହିରୋ ଷ୍ଟୋକ୍ସ ତାଙ୍କ ପତ୍ନୀଙ୍କ ଏହି ଟ୍ୱିଟ୍ ରେ ଇମୋଜି ଲଗାଇ ରି ଚ୍ୱିଟ୍ କରିଛନ୍ତି। ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଏକଜ୍ୟୁକୁଟିଭ ଟମ ହେରିସନ ମଧ୍ୟ କ୍ଲେୟାରଙ୍କୁ ସମର୍ଥନ କରିଛନ୍ତି। ସେଦିନ ଉତ୍ସବରେ ସେପରି କିଛି ହୋଇନଥିବା ସେତେବେଳେ ସେଠାରେ ଉପସ୍ଥିତ ଅନେକ ଲୋକଙ୍କୁ ପଚାରି ବୁଝିଛି ବୋଲି ହେରିସନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.