ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ୍ ଅନିଲ ଅମ୍ବାନୀଙ୍କୁ ଝଟକା, ୨୧ ଦିନରେ ଚୀନ୍ ବ୍ୟାଙ୍କର ଋଣ ପରିଶୋଧ କରିବାକୁ ଆଦେଶ

Published By : Prameya-News7 Bureau | May 24, 2020 IST

ଲଣ୍ଡନ ୨୪।୦୫: ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ୍ ଅନିଲ ଅମ୍ବାନୀଙ୍କୁ ଲାଗିଲା ଜୋରଦାର ଝଟକା। ବ୍ରିଟେନର ଏକ ଅଦାଲତ ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ୍ ଅନିଲ ଅମ୍ବାନୀକୁ ଚୀନର ତିନୋଟି ବ୍ୟାଙ୍କକୁ ୨୧ ଦିନ ଭିତରେ ୭୧.୭ କୋଟି ଡଲାର ପୈଠ କରିବାକୁ କହିଛନ୍ତି। ଏହି ବ୍ୟାଙ୍କ ଏକ ଚୁକ୍ତିନାମା ଆଧାରରେ ଅନିଲ ଅମ୍ବାନୀଙ୍କଠୁ ଅର୍ଥ ଆଦାୟ କରିବେ। କୋଭିଡ୍-୧୯ ମହାମାରୀକୁ ଦୃଷ୍ଟିରେ ରଖି ଜାରି ଗାଇଡ୍‌ଲାଇନ୍‌ ଅନୁଯାୟୀ ଲଣ୍ଡନରେ ଇଂଲଣ୍ଡ ଓ ଓ୍ଵେଲ୍ସର ହାଇକୋର୍ଟ ବାଣିଜ୍ୟିକ ଖଣ୍ଡପୀଠର ବିଚାରପତି ନିଜେଲ ଟିୟରେ କହିଛନ୍ତି, ଅମ୍ବାନୀ ଯେଉଁ ବ୍ୟକ୍ତିଗତ ଗ୍ୟାରେଣ୍ଟିକୁ ବିବାଦୀୟ ମାନୁଛନ୍ତି, ତାକୁ ମାନିବାକୁ ସେ ବାଧ୍ୟ।

{"id":275346,"sizeSlug":"large"}

ବିଚାରପରି ଟିୟରେ ନିଜର ଆଦେଶରେ କହିଛନ୍ତି, ଅମ୍ପାନୀ ଉକ୍ତ ଗ୍ୟାରେଣ୍ଟିକୁ ମାନିବାକୁ ବାଧ୍ୟ। ତେଣୁ ଅମ୍ପାନୀଙ୍କୁ ବ୍ୟାଙ୍କ୍‌କୁ ଗ୍ୟାରେଣ୍ଟି ଭାବେ ୭୧ କୋଟି ୬୯ ଲକ୍ଷ ୧୭ ହଜାର ୬୮୧.୫୧ ଡଲାର ଅର୍ଥ ପୈଠ କରିବାକୁ ପଡିବ। ଅନିଲ ଅମ୍ବାନୀଙ୍କ ମୁଖପାତ୍ର କହିଛନ୍ତି, ଏହି ମାମଲା ରିଲାଏନ୍ସ କମ୍ୟୁନିକେସନ ଦ୍ଵାରା ବୈଶ୍ଵିକ ପୁନଃବିତ୍ତପୋଷଣ ପାଇଁ ୨୦୧୨ରେ ନେଇଥିବା ଋଣ  ଉପରେ ହୋଇଥିବା ବ୍ୟକ୍ତିଗତ ଗ୍ୟାରେଣ୍ଟ ସମ୍ବନ୍ଧିତ ଅଟେ।

{"id":275347,"sizeSlug":"large"}

ମୁଖପାତ୍ର କହିଛନ୍ତି, ସ୍ପଷ୍ଟ କରାଯାଉଛି ଯେ, ଏହା ଅମ୍ବାନୀଙ୍କ ବ୍ୟକ୍ତିଗତ ଋଣ ନୁହେଁ। ଇଣ୍ଡଷ୍ଟ୍ରିଆଲ ଆଣ୍ଡ କର୍ମସିଆଲ ବ୍ୟାଙ୍କ ଅଫ ଚାଇନା ଏହି ଦାବି କରିଛି ଯେ, ଏହି ଗ୍ୟାରେଣ୍ଟି ଉପରେ ଅମ୍ଵାନୀ କେବେ ବି ହସ୍ତାକ୍ଷର କରି ନାହାନ୍ତି। ଅନ୍ୟପଟେ ଅମ୍ବାନୀ ବାରମ୍ବାର କହି ଆସିଛନ୍ତି ଯେ, ସେ ନିଜ ପକ୍ଷରୁ କାହାରିକୁ ଏହି ଗ୍ୟାରେଣ୍ଟି ଦେବାକୁ ଅଧିକୃତ କରି ନାହିଁ। କମ୍ପାନୀ ଏହି ମାମଲାରେ ଆଇନଗତ ପରାମର୍ଶ ନେଉଛି ଏବଂ ଏହା ପରେ ଆଗାମୀ ପଦକ୍ଷେପ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.