ବ୍ରିଟିଶ ହାଇକୋର୍ଟ ବି ମାନିଲେ ପୂର୍ବପତ୍ନୀଙ୍କୁ ଧମକାଉଛନ୍ତି ଦୁବାଇ ଶାସକ, କରିଛନ୍ତି ନିଜ ଝିଅଙ୍କ ଅପହରଣ

Published By : Prameya-News7 Bureau | March 06, 2020 IST

ଲଣ୍ଡନ: ଦୁବାଇ ଶାସକ ଶେଖ ମୁହମ୍ମଦ ବିନ ରଶିଦ ଅଲ-ମକତୁମ ତାଙ୍କ ପୂର୍ବତନ ପତ୍ନୀ ପ୍ରିନସେସ୍ ହୟା ବିନ୍ତ ଅଲ-ହୁସେନଙ୍କ ବିରୋଧରେ ଧମକ ଅଭିଯାନ ଚଳାଇଛନ୍ତି। ସେ କେତେ ଭୟଙ୍କର ତାହା ନିଜ ଦୁଇ ଝିଅଙ୍କୁ ଅପହରଣ କରି ପୂର୍ବରୁ ସାବ୍ୟସ୍ତ କରିସାରିଛନ୍ତି। ପ୍ରିନସେସ୍ ହୟାଙ୍କ ପିଟିସନର ଶୁଣାଣି କରି ଜଜ୍ ଜଷ୍ଟିସ୍ ଆଣ୍ଡ୍ର୍ୟୁ ମେକ୍‌ ଫାରଲେନ ଏହା କହିଛନ୍ତି।

{"id":233713,"sizeSlug":"large"}

ଦୁବାଇ ଶାସକଙ୍କ ବିରୋଧରେ ପ୍ରିନସେସ୍ ଆଣିଥିବା ଅଭିଯୋଗକୁ କୋର୍ଟ ବାସ୍ତବ ବୋଲି ଅନୁଭବ କରିଛନ୍ତି। ଏଣୁ ତାଙ୍କ ସୁରକ୍ଷାର କଡା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରିନସେସ୍ ହୟା ଜୋର୍ଡାନ କିଙ୍ଗଙ୍କର ସାବତ ଭଉଣୀ। ୨୦୧୯ରେ ସେ କୌଣସି ପ୍ରକାର ଦୁବାଇରୁ ଲୁଚି ଲଣ୍ଡନ ଚାଲିଆସିଥିଲେ। ନିଜ ଝିଅମାନଙ୍କର ସଂରକ୍ଷଣ ଲାଗି ସେ ଦୁବାଇ ରାଜାଙ୍କ ବିରୋଧରେ କୋର୍ଟଙ୍କ ଶରଣାପନ୍ନ ହୋଇଛନ୍ତି।

{"id":233714,"sizeSlug":"large"}

କୋର୍ଟରେ ଯେଉଁ ଝିଅମାନଙ୍କର ଅପହରଣ ନେଇ ଅଭିଯୋଗ ହୋଇଛି, ଏଥିରେ ୨୦୦୦ ମସିହାରେ ପ୍ରିନସେସ୍‌ଙ୍କ ଝିଅ ସମସାଙ୍କୁ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଅପହରଣ କରିନିଆଯାଇଥିଲା। ସେତେବେଳେ ସମସାଙ୍କ ବୟସ ୧୮ ବର୍ଷ ଥିଲା। ୨୦୧୮ ମସିହାରେ ସମସାଙ୍କ ସାନ ଭଉଣୀ ଲତିଫା ଦୁବାଇରୁ ଖସି ପଳାଇଆସୁଥିବା ବେଳେ ଭାରତ ଉପକୂଳରେ ଦୁବାଇ ନୌସେନା ଦ୍ୱାରା ଗିରଫ ହୋଇଥିଲେ। ଦୁଇ ଭଉଣୀଙ୍କୁ ଦୁବାଇ ଶାସକ କେଉଁଠାରେ ରଖିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.