ଆଉ ନାହାଁନ୍ତି କମ୍ପ୍ୟୁଟର ଖେଳକୁ ପାଗଳ କରିଥିବା ସିନେକ୍ଲୋୟର, କର୍କଟ ରୋଗ ସହ ଲଢି ଲଢି ହାରିଦେଲେ ଜୀବନ

Published By : Prameya-News7 Bureau | September 18, 2021 IST

ଲଣ୍ଡନ ୧୮/୦୯: ଜଣାଶୁଣା ବ୍ରିଟିଶ ଉଦ୍ଭାବକ ତଥା ଉଦ୍ୟୋଗୀ କ୍ଲିଭ ସିନେକ୍ଲୋୟରଙ୍କର ୮୧ ବର୍ଷ ବୟସରେ କର୍କଟ ରୋଗରେ ମୃତ୍ୟୁ ହୋଇଛି । ସିନେକ୍ଲୋୟର ଯିଏ କି ସବୁ ବର୍ଗର ପିଲାଙ୍କୁ କମ୍ପ୍ୟୁଟର ଏବଂ ଖେଳ ପ୍ରତି ଆକର୍ଷିତ କରିଥିଲା । ୧୯୮୦ ଦଶକରେ ସୁଲଭ ମୂଲ୍ୟରେ ଘରୋଇ କମ୍ପ୍ୟୁଟର ତିଆରି କରି ଖ୍ୟାତି ବଢାଇଥିଲେ । ତାଙ୍କ ମୃତ୍ୟୁରେ, ଏଲୋନ୍ ମସ୍କଙ୍କ ସମେତ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ତାଙ୍କ ଝିଅ ବେଲିଣ୍ଡା ସିନେକ୍ଲୋୟର ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ପିତା ଏକ ସପ୍ତାହ ପୂର୍ବରୁ ନୂତନ ଉଦ୍ଭାବନ ଉପରେ କାର୍ଯ୍ୟ କରିଆସୁଥିଲେ । ସେ ଅଭିନବ ଏବଂ କଳ୍ପନାକାରୀ ଥିଲେ । ନୂତନ ଜିନିଷ ଉଦ୍ଭାବନ କରିବାକୁ ବହୁତ ଉତ୍ସାହିତ ଥିଲେ । ୧୯୪୦ ମସିହାରେ ଦକ୍ଷିଣ-ପଶ୍ଚିମ ଲଣ୍ଡନର ରିଚମଣ୍ଡର ବିଳାସପୂର୍ଣ୍ଣ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ସିନେକ୍ଲୋୟର ୧୭ ବର୍ଷ ବୟସରେ ସ୍କୁଲ ଛାଡି ଟେକନିକ୍ ସାମ୍ବାଦିକ ହୋଇଥିଲେ ।

ପରେ ସେ ଅନୁଭବ କଲେ ଯେ ଯଦି ସେ ନିଜେ ଟେକ୍ନୋଲୋଜି ଉଦ୍ଭାବନ କରନ୍ତି ତେବେ ଏହା ଭଲ ହେବ । ଏହି ଧାରଣା ସହିତ ୨୨ ବର୍ଷ ବୟସରେ ସିନେକ୍ଲୋୟର ରେଡୋନିକ୍ସ ନାମକ ଏକ କମ୍ପାନୀ ଗଠନ କରିଥିଲେ । ଏହି ସମୟ ମଧ୍ୟରେ ସେ ଦୁନିଆର ସବୁଠାରୁ ଛୋଟ ଟ୍ରାନଜିଷ୍ଟର ରେଡିଓ ମଧ୍ୟ ତିଆରି କରିଥିଲେ । ୧୯୭୩ ରେ ସେ ତାଙ୍କର ପ୍ରକୃତ ପରିଚୟ ପାଇଲେ ଯେତେବେଳେ ସେ ଦୁନିଆର ପ୍ରଥମ ପକେଟ୍ ଆକାରର କାଲକୁଲେଟର ଡିଜାଇନ୍ କରିଥିଲେ ।

ଏହା ପରେ ସେମାନେ ସମଗ୍ର ବିଶ୍ୱରେ ଲୋକପ୍ରିୟ ହେଲେ । ପରେ ସେ ସୁଲଭ କମ୍ପ୍ୟୁଟର ତିଆରି କରିବାର ବ୍ୟବସାୟରେ ପ୍ରବେଶ କଲେ ଏବଂ ZX80 ହୋମ କମ୍ପ୍ୟୁଟରକୁ ମାତ୍ର £ 100 ରେ ପରିଚିତ କରି ସମଗ୍ର ବିଶ୍ୱରେ ଏକ ସେନ୍ସେସ୍ ସୃଷ୍ଟି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.