Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଭଲ ଖବର: ଏଚଆଇଭି ଭାକସିନରେ ସୁସ୍ଥ ହେଲେ କରୋନା ସଂକ୍ରମିତ, କେରଳରେ ଚିକିତ୍ସିତ ହେଉଥିଲେ ବ୍ରିଟିଶ ନାଗରିକ

26/03/2020 at 10:54 AM

ଥିରୁଅନନ୍ତପୁରମ, ୨୬|୦୩: କରେନା ଭାଇରସର ମୁକାବିଲା ପାଇଁ ଏବେ ସୁଦ୍ଧା କୌଣସି ଭାକସିନ୍ ବାହାରି ନାହିଁ । ତେବେ କେତେକ ସ୍ଥାନରେ ଏଚଆଇଭି ଔଷଧରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି । ସେହିପରି କେରଳରେ ଚିକିତ୍ସିତ ହେଉଥିବା ଜଣେ କରୋନା ସଂକ୍ରମିତ ଏଚଆଇଭି ଭାକସିନରେ ସୁସ୍ଥ ହୋଇଛନ୍ତି ।

ବ୍ରିଟିଶ ନାଗରିକ ଜଣଙ୍କ ତାଙ୍କ ସ୍ତ୍ରୀ ଓ ଅନ୍ୟ ୧୬ ଜଣଙ୍କ ସହ ଦୁବାଇରୁ ଫ୍ଲାଇଟରେ କୋଚିନ ବିମାନ ବନ୍ଦରରେ ଓହ୍ଲାଇଥିଲେ । ସେଠାରେ ସ୍କ୍ରିନିଂ କରାଯାଇ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ମାର୍ଚ୍ଚ ୧୬ ତାରିଖରେ ବ୍ରିଟିଶ ନାଗରିକ ଓ ତାଙ୍କ ପତ୍ନୀଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ସେମାନଙ୍କୁ ଏର୍ଣ୍ଣାକୁଲମମରେ ଥିବା ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଏଚଆଇଭି ଭାକସିନରେ ସେମାନଙ୍କ ପ୍ରାଥମିକକ ଚିକିତ୍ସା ଆରମ୍ଭ ହୋଇଥିଲା ।

ମେଡିକାଲ କଲେଜର ପ୍ରଫେସର ଡାକ୍ତର ଫତାଉଦ୍ଦୀନ କହିଛନ୍ତି ଯେ, ଯେଉଁ ବ୍ୟକ୍ତିମାନେ କମ ବୟସରେ କରୋନା ସଂକ୍ରମିତ ହେଉଛନ୍ତି ସେମାନଙ୍କୁ ଏଚଆଇଭି ଭାକସିନ୍ ପ୍ରଦାନ କରାଯାଉଛି । ଯାହା ଫଳପ୍ରଦ ମଧ୍ୟ ସାବ୍ୟସ୍ତ ହୋଇଛି । ଯେତେବେଳେ ବ୍ରିଟିଶ ନାଗରିକ ମେଡିକାଲରେ ଭର୍ତ୍ତି ହୋଇଥିଲା, ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିଲା । ତାଙ୍କୁ ୪୮ ଘଣ୍ଟା ଯାଏଁ ଏଚଆଇଭି ଡ୍ରଗସ୍ ପ୍ରଦାନ କରାଯାଇଥିଲା । ଯାହା କାମ ଦେଇଥିଲା । ଏହି ଭାକସିନକୁ ଇଣ୍ଡିଆନ କାଉନସିଲ ଫର୍ ମେଡିକାଲ ରିସର୍ଚ୍ଚ ମଧ୍ୟ ଅନୁମତି ପ୍ରଦାନ କରିଛି । ଏବେ ସେ ସୁସ୍ଥ ଅଛନ୍ତି ବୋଲି ଡାକ୍ତର କହିଛନ୍ତି ।

   Related Posts