ବିଷ ପିଇ ଦେଲେ ଲିଭ ଇନରେ ରହୁଥିବା ଅପ୍ରାପ୍ତ ବୟସ୍କ ଭାଇ ଓ ଭଉଣୀ; ଭଉଣୀ ମୃତ, ଭାଇ ଆଇସିୟୁରେ

Published By : Prameya-News7 Bureau | October 05, 2018 IST

ପାଟଣା ୫/୧୦ : ଗତ ଦେଢ଼ ମାସ ହେଲା ଘରୁ ଲୁଚି ଆସି ପରସ ବଜାର ଥାନା ଅନ୍ତର୍ଗତ ଯାଦବ ନଗରରେ ଲିଭ ଇନରେ ରହୁଥିବା ଭାଇ ଓ ଭଉଣୀ ଗତକାଲି ରାତିରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ | ଗୁରୁତର ଅବସ୍ତାରେ ସେମାନଙ୍କୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ | ତେବେ ଆଜି ସକାଳ ୭ଟା ବେଳେ ୧୬ ବର୍ଷ ବୟସ୍କା ଭଉଣୀର ମୃତ୍ୟୁ ହୋଇଛି | ଗୁରୁତର ଅବସ୍ଥାରେ ୧୭ ବର୍ଷ ବୟସ୍କ ଭାଇ ଜୀବନ ସହ ସଂଗ୍ରାମ କରୁଛି | ଖବର ନେବାରେ ଜଣାପଡିଛି ଯେ, ଏମାନେ ଦୁଇ ଜଣ ମାମୁ ପୁଅ ଭାଇ ଓ ପିଉସୀ ଝିଅ ଭଉଣୀ | ଦୀର୍ଘ ଦିନ ହେଲା ଏମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା | ଏମାନଙ୍କ ଘର ହେଉଛି ନାଳନ୍ଦା ଜିଲ୍ଲାର ମାଧୋପୁରରେ | ଏହି ପ୍ରେମ ସମ୍ପର୍କକୁ ପରିବାର ଲୋକେ ସ୍ୱୀକୃତି ଦେବେ ନାହିଁ ବୋଲି ଦୁଇ ଭାଇ ଭଉଣୀ ଆଶଙ୍କା କରୁଥିଲେ | ଫଳରେ ଗତ ଦେଢ଼ ମାସ ତଳେ ଏମାନେ ଘରୁ ଲୁଚି ପଳାଇଥିଲେ | ପର୍ସ ବଜାର ଥାନା ଅନ୍ତର୍ଗତ ଯାଦବ ନଗରରେ ଘର ଭଡା ନେଇ ରହୁଥିଲା | ଗତକାଲି କୌଣସି କାରଣ ଯୋଗୁଁ ଏମାନେ ବିଷ ପିଇ ଦେଇଥିଲେ | ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଉଭୟ ପରିବାର ଲୋକ ପହଂଚି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ | ସମ୍ଭବତଃ ଚଳିବା ପାଇଁ ପଇସା ପତ୍ରର ଅଭାବ ଯୋଗୁଁ ସେମାନେ ଏଭଳି କରିଥାଇ ପାରନ୍ତି ବୋଲି ଆଲୋଚନା ହେଉଛି | ଅନ୍ୟ ପକ୍ଷରେ ଦୁଇ ପରିବାରର ଚାପ ମଧ୍ୟ ସେମାନଙ୍କୁ ମାନସିକ ସ୍ଥରରେ ଦୁର୍ବଳ କରିଦେଇଥାଇପାରେ ବୋଲି ଅନୁମାନ କରାଯାଉଛି | ତେବେ ଜୀବନ ସହ ସଂଗ୍ରାମ କରୁଥିବା ଭାଇ ଯଦି ସ୍ଟୁସ୍ଥ ହୁଏ ତାହେଲେ ଅସଲ ଘଟଣା ପଦାକୁ ଆସିବ | ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.