ଲଣ୍ଡନ ୨୭।୪: ସାରା ବିଶ୍ବରେ କରୋନା ସଂକ୍ରମଣ ବଢୁଥିବାରୁ ଟୀକା ପାଇଁ ଚାହିଦା ମଧ୍ୟ ବଢିବାରେ ଲାଗିଛି । ଅନେକ ବିଶେଷଜ୍ଞଙ୍କ ବୟାନରୁ ଆଶା କରାଯାଉଥିଲା ଯେ ଚଳିତ ବର୍ଷ ଶେଷ ସୁଦ୍ଧା କରୋନାକୁ ପ୍ରତିରୋଧ କରିବାକୁ ଏକ ଟୀକା ଆସିପାରିବ ବୋଲି । କିନ୍ତୁ ବର୍ତ୍ତମାନ ବ୍ରିଟେନର ଜଣେ ମନ୍ତ୍ରୀ ବୟାନ ଦେଇଛନ୍ତି ଯେ ସମ୍ଭବ ନୁହେଁ ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଆମକୁ କରୋନା ପ୍ରତିରୋଧ ପାଇଁ ଟୀକା ମିଳିପାରିବ ।
{"id":260727,"sizeSlug":"large"}ବ୍ରିଟେନର ମନ୍ତ୍ରୀ ଡୋମିଏକ ରାବ ରବିବାର ଦିନ ଏଭଳି ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଯଥାଶୀଘ୍ର କରୋନା ଭାଇରସ୍ ବିଲୋପ କରିବାକୁ ଆମର ପ୍ରୟାସ ଜାରି ରହିଛି । ଏଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଟୀକା ପ୍ରସ୍ତୁତି ପାଇଁ ମଧ୍ୟ କାର୍ଯ୍ୟ ଚାଲିଛି । କିନ୍ତୁ ଚଳିତ ବର୍ଷ ଟୀକା ହୋଇପାରିବା ସମ୍ଭବ ନୁହେଁ । ଏହି ସମୟରେ ଲୋକଙ୍କୁ ପରୀକ୍ଷା କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଯାହା ଦ୍ବାରା ଏହା ଜାଣିହେବ ଯେ ଭାଇରସ୍ କାହାକୁ ସଂକ୍ରମଣ କରିଛି ଏବଂ ଏହା କେତେ ବିସ୍ତାର ହୋଇଛି ।
{"id":260729,"sizeSlug":"large"}ଏବେ ଟୀକା ପ୍ରସ୍ତୁତିରେ ବିଳମ୍ବକୁ ନେଇ ଏଭଳି ବୟାନ ନୂଆ ବିତର୍କ ସୃଷ୍ଟି କରିଛି । କାରଣ ଏଭଳି ବୟାନ ଅକ୍ସଫୋର୍ଡ ୟୁନିଭରସିଟିରେ କରୋନା ଭାଇରସ୍ ଟୀକା ପରୀକ୍ଷା ଆରମ୍ଭ ହେବା ପରେ ଆସିଛି । ସେଠାରେ ଜଣେ ମହିଳାଙ୍କୁ ଟୀକା ଦିଆଯାଇଛି ଏବଂ ବର୍ତ୍ତମାନ ଫଳାଫଳକୁ ଅପେକ୍ଷା କରାଯାଇଛି ।
{"id":260728,"sizeSlug":"large"}ଅକ୍ସଫୋର୍ଡ ୟୁନିଭରସିଟି ବର୍ତ୍ତମାନ କରୋନା ଭାଇରସ୍ ଟୀକା ଉପରେ ଅଧ୍ୟୟନ କରୁଛି ଏବଂ ପରୀକ୍ଷା ମଧ୍ୟ ଚାଲିଛି । ପରୀକ୍ଷା ପୂର୍ବରୁ ବିଶ୍ବବିଦ୍ୟାଳୟ ଦାବି କରିଛି ଯେ ଯଦି ସବୁକିଛି ଠିକ୍ ରୁହେ ତେବେ ସେପ୍ଟେମ୍ବର ସୁଦ୍ଧା ଟୀକା ପ୍ରସ୍ତୁତ ହୋଇପାରିବ । ଡିସେମ୍ବର ସୁଦ୍ଧା ଏହା ଏତେ ପରିମାଣରେ ତିଆରି ହୋଇପାରିବ ଯେ ଏହାକୁ ସାରା ବିଶ୍ବକୁ ଦିଆଯାଇପାରିବ ।
{"id":260730,"sizeSlug":"large"}ସୂଚନାଯୋଗ୍ୟ ଯେ, ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରଥମ ପରୀକ୍ଷା ଅପ୍ରେଲରେ ଆରମ୍ଭ ହୋଇଥିଲା । ଯାହା ଉପରେ ଦୁଇମାସ କାମ କରାଯିବ । ଏହାପରେ ଦ୍ବିତୀୟ ପରୀକ୍ଷା ଜୁନ୍ ମାସରେ କରାଯିବ ଏବଂ ଅଗଷ୍ଟରେ ଶେଷ ପରୀକ୍ଷା ଆରମ୍ଭ ହେବ । ଅର୍ଥାତ୍ ସେପ୍ଟେମ୍ବର ଶେଷ ସୁଦ୍ଧା ଏହି ଟୀକା କରୋନା ଭାଇରସକୁ ପ୍ରତିରୋଧ କରିବାରେ ସଫଳ ହୋଇଛି କି ନାହିଁ ତାହା ନିଶ୍ଚିତ କରିବାକୁ ସମର୍ଥ ହେବ ।