ବ୍ରିଟେନ୍‌ର ସବୁଠୁ ମୋଟା ବ୍ୟକ୍ତିଙ୍କୁ ଘରୁ ବାହାରକୁ ଆଣିଲା କ୍ରେନ୍‌, ୮ ଘଣ୍ଟାର ଅପରେସନ୍‌ରେ ଲାଗିଥିଲେ ୩୦ ଅଗ୍ନିଶମ କର୍ମଚାରୀ

Published By : Prameya-News7 Bureau | October 21, 2020 IST

ଲଣ୍ଡନ ୨୧/୧୦: ବ୍ରିଟେନ୍‌ର ସବୁଠୁ ମୋଟା ବ୍ୟକ୍ତିଙ୍କୁ କ୍ରେନ୍‌ରେ ବାହାରକୁ ଅଣାଯାଇଛି। ୩ ମହାଲା ଉପରେ ଥିବା ଫ୍ଳାଟ୍‌ରୁ ତାଙ୍କୁ ତଳକୁ ଆଣିବା ପାଇଁ କ୍ରେନ୍‌ର ସାହାଯ୍ୟ ନିଆଯାଇଥିବା ବ୍ୟକ୍ତିଙ୍କ ମା କହିଛନ୍ତି। ପ୍ରତିଦିନ ୧୦ ହଜାର କ୍ୟାଲୋରି ବିଶିଷ୍ଟ ଖାଦ୍ୟ ଖାଉଥିବା ଏହି ମୋଟା ବ୍ୟକ୍ତି ଚାଲିବା ତ ଦୂରର କଥା ବିଛଣାରେ ପଡ଼ି ରହିବା ବି ତାଙ୍କ ପକ୍ଷେ ସମ୍ଭବ ହେଉନଥିଲା। ଏବେ ତାଙ୍କର ଚିକିତ୍ସା ହେବାକୁ ଥିବା ବେଳେ ଖାଦ୍ୟ ବଦଳରେ ତାଙ୍କୁ କେବଳ ସାଲାଡ ଖାଇବାକୁ ଦିଆଯିବ ବୋଲି ତାଙ୍କ ମା କହିଛନ୍ତି।

କାମ୍ବରଲିର ୩୦ ବର୍ଷୀୟ ଜେସନ୍‌ ହଲଟନ୍‌। ପ୍ରତିଦିନ ସେ ୩୦ ପାଉଣ୍ଡର ଖାଦ୍ୟ ଆହରଣ କରନ୍ତି। ପ୍ରତିଦିନ ମାଂସ, ଚିପ୍ସ, ଚିକେନ୍‌ ଚାଉମିନ୍‌ ସାଙ୍ଗକୁ ଦେଢ଼ ଲିଟିର ଅରେଞ୍ଜ ଜୁସ୍‌ ଓ ୫ଟି ଡାଏଟ୍‌ କୁକ୍‌ କ୍ୟାନ୍‌ ପିଅନ୍ତି ଜେସନ୍‌।

୮ ଘଣ୍ଟାର ଅପରେସନ୍‌ ଓ ୩୦ ଅଗ୍ନିଶମ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ଜେସନଙ୍କୁ ଘର ବାହାରକୁ ଆଣିବା ସମ୍ଭବ ହୋଇଥିବା ତାଙ୍କ ୫୨ ବର୍ଷୀୟା ମା’ ଲିସା କହିଛନ୍ତି। ଜେସନଙ୍କ ମୋଟାପଣ ଧିରେ ଧିରେ ବୃଦ୍ଧି ପାଉଥିଲା। କିନ୍ତୁ ପିଲା ବେଳୁ ଜେସନ୍‌ ଠିକ୍‌ ଠାକ୍‌ ଥିଲେ। ୫ ବର୍ଷ ପୂର୍ବରୁ କିଛି ମାନସିକ ରୋଗ ଯୋଗୁ ଜେସନ୍‌ଙ୍କ ମୋଟାପଣ ବୃଦ୍ଧି ପାଇଥିଲା ବୋଲି ମେଲ୍‌ଅନଲାଇନ୍‌କୁ କହିଛନ୍ତି।

{"id":348613,"width":430,"height":322,"sizeSlug":"large"}

 ମୋଟାପଣ ବୃଦ୍ଧି ପାଇବାରୁ ସେ ଘରୁ ଆଉ ବାହାରି ପାରିନଥିଲେ।ପରେ ଖାଦ୍ୟ ଛାଡ଼ି ସାଲାଡ ଖାଇାଲେ ମୋଟାପଣ କମିବ ବୋଲି ଲିସା ଆଶା କରିଥିଲେ । ତାଙ୍କ ମାଙ୍କ କଥାରେ ଜେସନ୍‌ ମଧ୍ୟ ରାଜି ଥିଲେ। ଲିସା ବିଶ୍ବାସ କରୁଥିଲେ ଯେ ତାଙ୍କ ପୁଅ ପୁଣିଥରେ ଉଠିବ ଆଉ ଚାଲିବ । କିନ୍ତୁ ସେମିତି କିଛି ହେଲାନାହିଁ ବୋଲି ଦୁଃଖପ୍ରକାଶ କରିଛନ୍ତି ଲିସା।  ଜେସନ୍‌ କର୍ଯ୍ୟ କରିପାରୁନଥିବାରୁ ତାଙ୍କୁ ରୋଜଗାର ସହାୟତା ବାବଦକୁ ୧୯୭.୬୦ ପାଉଣ୍ଡ ଓ ବ୍ୟକ୍ତିଗତ ସ୍ବତନ୍ତ୍ରତା ପାଇଁ ୧୧୨.୮୦ ପାଉଣ୍ଡ ଅର୍ଥ ମିଳୁଥିଲା।

୫ ବର୍ଷ ମଧ୍ୟରେ ହୃଦଘାତରେ ମୃତ୍ୟୁ ହୋଇାପାରେ ବୋଲି ଜେସନଙ୍କୁ ତାଙ୍କ ମା’ ଲିସା କହିଥିଲେ। ପ୍ରତିଦିନ  ୧୦ ହଜାର କ୍ୟାଲୋରି ଖାଦ୍ୟ ନଖାଇବାକୁ ବି ପରାମର୍ଶ ଦେଇଥିଲେ। ଡେବିଟ୍‌ କାର୍ଡରୁ ଖାଦ୍ୟ ଅର୍ଡର ନକରିବାକୁ ବହୁବାର ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ ଲିସା । କାରଣ ସେ ବିଶ୍ବାସ କରୁଥିଲେ ଜେସନ ଖାଦ୍ୟ ପ୍ରେମରେ ପଡ଼ିସାରିଛନ୍ତି। ଏବେ କିନ୍ତୁ ଜେସନ୍‌ଙ୍କ ଚିକିତ୍ସା ଚାଲିଥିବା ବେଳେ ସେ ଭଲ ହୋଇଯିବେ ବୋଲି ଲିସା ଆଶା ରଖିଛନ୍ତି ଲିସା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.