Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଗର୍ଭବତୀ ପ୍ରେମିକା କରୋନା ସଂକ୍ରମିତ, ଟ୍ବିଟ୍‌ରେ ଲେଖିଲେ ଦେଖାଯାଉଛି ଲକ୍ଷଣ

5/04/2020 at 7:00 PM

ଲଣ୍ଡନ ୫।୪: କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆଇସୋଲେସନରେ ରହିଛନ୍ତି । ବର୍ତ୍ତମାନ ତାଙ୍କ ଭାବିପତ୍ନୀ କ୍ୟାରି ସାଇମଣ୍ଡସ୍ ମଧ୍ୟ କୋଭିଡ-୧୯ରେ ସଂକ୍ରମିତ ହେବାର ଲକ୍ଷଣ ଅନୁଭବ କରୁଛନ୍ତି ।

କ୍ୟାରି ସାଇମଣ୍ଡସ୍ ଟ୍ବିଟ୍ କରି କହିଛନ୍ତି ଯେ, ସେ ଗତ ଏକ ସପ୍ତାହ ଧରି କରୋନା ଭାଇରସ୍ ର ଲକ୍ଷଣ ଅନୁଭବ କରୁଛନ୍ତି । ଯଦିଓ ତାଙ୍କ କୋଭିଡ୍-୧୯ ପରୀକ୍ଷା ହୋଇନାହିଁ, କିନ୍ତୁ ସେ ଗତ ସପ୍ତାହେ ଧରି ବିଶ୍ରାମ କରୁଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କୋଭିଡ-୧୯ରେ ସଂକ୍ରମିତ ହେବା ପରେ କ୍ୟାରି ସାଇମଣ୍ଡସ୍ ଆଇସୋଲେସନରେ ରହିଥିଲେ । ଏକ ସପ୍ତାହ ବିଶ୍ରାମ କରିବା ପରେ ସେ ବର୍ତ୍ତମାନ ଭଲ ଅନୁଭବ କରୁଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେଉଛି ବୋଲି ସେ ଟ୍ବିଟ୍ କରିଛନ୍ତି ।

କ୍ୟାରି ସାଇମଣ୍ଡସ୍ ଏବେ ଗର୍ଭବତୀ ଅଛନ୍ତି । ଏଭଳି ପରିସ୍ଥିତିରେ ସେ ଟ୍ବିଟ୍ ମାଧ୍ୟମରେ ଗର୍ଭବତୀ ମହିଳାଙ୍କ ସହ ପରାମର୍ଶ ସେୟାର କରିଛନ୍ତି । ପ୍ରକୃତରେ ଗର୍ଭବତୀ ମହିଳାମାନଙ୍କୁ, ବୃଦ୍ଧାବୃଦ୍ଧମାନଙ୍କୁ କରୋନା ଭାଇରସ୍ ର ବିପଦ ରହିଛି ।

ସୂଚନାଯୋଗ୍ୟ ଯେ, ଶନିବାର ବ୍ରିଟେନରେ କରୋନା ଭାଇରସ୍ ଯୋଗୁଁ ୭୦୮ ଜଣଙ୍କର ମୃତ୍ୟୁ ହୋଇଛି । କୋଭିଡ-୧୯ ରୋଗରେ ୫ ବର୍ଷର ଶିଶୁର ମଧ୍ୟ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ବ୍ରିଟେନରେ ମୋଟ୍ ୪୩୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୨ ହଜାର ଲୋକ ସଂକ୍ରମିତ ହୋଇଛନ୍ତି ।

ବ୍ରିଟେନର ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ଏହାସହ ପ୍ରିନ୍ସ ଚାର୍ଲ୍ସ ମଧ୍ୟ କୋଭିଡ-୧୯ରେ ସଂକ୍ରମିତ ହୋଇଥିଲେ । ସେ ମଧ୍ୟ ଆଇସୋଲେସନରେ ରହିଥିଲେ । ୭ ଦିନ ପରେ ସେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ।

   Related Posts