ପ୍ରେମରେ ପାଗଳ: ଲକଡାଉନ୍ରେ ବିବାହିତ ପ୍ରେମିକଙ୍କୁ ଭେଟିବାକୁ ଯାଇ ଟପ୍ ପୋଷ୍ଟ୍ ହରାଇଲେ ମହିଳା ସାଂସଦ
31/05/2020 at 5:31 PM

ଲଣ୍ଡନ, ୩୧|୦୫: ଲକଡାଉନ୍ ନିୟମ ଭାଙ୍ଗି ଅଡୁଆରେ ଫସିବା ପରେ ଲଣ୍ଡନ ଶ୍ରମିକ ସଙ୍ଗଠନର ସାଂସଦ ରୋଜୀ ଡଫିଲ୍ଡ୍ ନିଜ ପଦ ତ୍ୟାଗ କରିଥିଲେ । ତେବେ ସେ ଏଥି ପାଇଁ କ୍ଷମା ମଧ୍ୟ ମାଗିଛନ୍ତି । ତେବେ ସେ ନିଜ ସାଥିଙ୍କ ପାଇଁ ଏତେ ବଡ ତ୍ୟାଗ କରିଥିବା ଜଣାପଡିଛି ।
ରୋଜୀ କହିଛନ୍ତି ଯେ, ସେ ଲକଡାଉନ୍ ସମୟରେ ତାଙ୍କ ସାଥିଙ୍କୁ ଦେଖା କରିବାକୁ ଯାଇଥିଲେ । କାରଣ ଉଭୟ ଅଲଗା ଅଲଗା ସ୍ଥାନରେ ରୁହନ୍ତି । ଚାନ୍ସସେଲର୍ ଆନେଲାଇଜ୍ ଡୋଡସ୍ କହିଛନ୍ତି ଯେ, ରୋଜୀ ନିଜ ଭୁଲ ମାନିଥିଲେ । ଏପରିକି ନିଜ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ସେ ତୁରନ୍ତ ନିଜର ପ୍ରତିକ୍ରିୟା ରଖିଥିଲେ । ସେ ଲକଡାଉନ୍ ନିୟମକୁ ଭାଙ୍ଗି ତାଙ୍କ ସାଥି ଜେମସ୍ ରୋଥଙ୍କ ସହ ବୁଲିବାକୁ ଯାଇଥିଲେ । ଜେମସ୍ ପୂର୍ବରୁ ବିବାହିତ ଓ ତାଙ୍କର ତିନୋଟି ସନ୍ତାନ ରହିଛନ୍ତି ।
୪୮ ବର୍ଷୀୟା ରୋଜୀ କହିଛନ୍ତି ଯେ, ସେ ଓ ତାଙ୍କ ପୁରୁଷ ସାଥି ୨ ମିଟରର ସୋସିଆଲ ଡିଷ୍ଟାନ୍ସିଂ ନିୟମକୁ ପାଳନ କରିଥିଲେ । ତେବେ ଏହାକୁ ଭିନ୍ନ ଆକାରରେ ଦର୍ଶାଯାଇଥିଲା । ସେହିପରି ରୋଥ୍ ମଧ୍ୟ ନିଜ ପତ୍ନୀଙ୍କଠାରୁ ଅଲଗା ହେବା ପରେ ଆଉ ଜଣେ ବ୍ୟକ୍ତିଙ୍କ ସହ ଏକ ଫ୍ଲାଟକୁ ଯାଇଥିଲେ । ସେ କିନ୍ତୁ ତାଙ୍କ ସାଥିଙ୍କ ସହ ଦୁର୍ଦ୍ଦିନର ସାମ୍ନା କରୁଥିବା ଲୋକଙ୍କ କଥା ବୁଝିବା ପାଇଣ ବୁଲୁଥିଲେ । ତେବେ ସେହି ସମୟରେ ସେ ଗାଇଡଲାଇନ୍ ମାନିନଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି । ତେବେ ସେ ନେଇଥିବା ପଦକ୍ଷେପ ପାଇଁ ଅଡୁଆରେ ଫସିଥିବା ସ୍ୱୀକାର କରିଛନ୍ତି ।