Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||

କରୋନା ମୁକାବିଲା: ଏକ ସପ୍ତାହରେ ବ୍ରିଟେନରେ ଉପଲବ୍ଧ ହେବ କୋଭିଡ-୧୯ ଭାକସିନ୍ ! ସଫଳ ହେବ ବୋଲି ବୈଜ୍ଞାନିକଙ୍କ ଦାବି

12/04/2020 at 5:46 PM

ବ୍ରିଟେନ, ୧୨|୦୪:  ସାରା ବିଶ୍ୱ ଏବେ କରୋନା ଭାଇରସର ମୁକାବିଲା କରୁଛି । ଏହି ମାରତ୍ମକ ଭାଇରସ ଏବେ ସୁଦ୍ଧା ପ୍ରାୟ ୧୮ ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥିବା ବେଳେ ୧ ଲକ୍ଷରୁ ଅଧିକ ପ୍ରାଣ ନେଇଛି । ଏହାର କୌଣସି ଔଷଧ ନଥିବାରୁ ସମସ୍ତ ଦେଶର ଚିନ୍ତା ବଢିଯାଇଛି । ମୃତ୍ୟୁସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁନାହିଁ । ତେବେ ବିଭିନ୍ନ ଦେଶ ଏହାର ନିରାକରଣ ପାଇଁ ଦିନରାତି ଏକ କରି ଦେଇଛନ୍ତି । ଅନେକ ଲ୍ୟାବରେ ଏହାର ଭାକସିନର କ୍ଲିନିକାଲ ପରୀକ୍ଷଣ ଚାଲିଛି । ଏହା ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି । ଗୋଟିଏ ସପ୍ତାହରେ ବ୍ରିଟେନରେ କରୋନା ଭାଇରସ ଭାକସିନ୍ ଉପଲବ୍ଧ ହେବ ବୋଲି କୁହାଯାଉଛି ।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ସାରା ଗିଲବର୍ଟ କହିଛନ୍ତି ଯେ, ତାଙ୍କ ଟିମ୍ ଭାକସିନ୍ ଉଦ୍ଭାବନ କରିଛି । ଏହା କରୋନା ଭାଇରସର ମୁକାବିଲା କରିବ । ଏନେଇ ସେ ୮୦ ପ୍ରତିଶତ ଆତ୍ମବିଶ୍ୱାସ ରଖିଛନ୍ତି । ଏହା ସେପ୍ଟେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇଯିବ । ସେହିପରି ପ୍ରଫେସର ପିଟର୍ ଓପନସା ବ୍ରିଟେନ ସରକାରଙ୍କୁ ଭାକସିନ୍ ପ୍ରସ୍ତୁତ ବାବଦରେ ଅତିଶୀଘ୍ର ସ୍ପଷ୍ଟ ଚିତ୍ର ମିଳିବ ବୋଲି କହିଛନ୍ତି । ତେବେ ଗିଲବର୍ଟଙ୍କ ଟିମ୍ ପ୍ରସ୍ତୁତ କରିଥିବା ଭାକସିନକୁ ୫୧୦ଜଣ ସ୍ୱେଚ୍ଛାସେବୀଙ୍କଠାରେ ୬ମାସ ପାଇଁ ଟ୍ରାଏଲ କରିବ । କିନ୍ତୁ ସାରାଙ୍କ ମତରେ ୬ ମାସ ଅଧିକ ହୋଇଯାଉଛି, ଅଳ୍ପ କିଛି ସପ୍ତାହ ମଧ୍ୟରେ ଫାଇନାଲ୍ ରେଜଲ୍ଟ ଆସିବା ଦରକାର ବୋଲି କହିଛନ୍ତି ।

ଓପନସା ଆହୁରି କହିଛନ୍ତି ଯେ, ସାରାଙ୍କ ଟିମ୍ ଭାକସିନ୍ ଦିଗରେ ଭଲ କାମ କରୁଛି । ସେ କିନ୍ତୁ ଧିରେଧିରେ ଭାକସିନ୍ ପରୀକ୍ଷଣ କରୁଛନ୍ତି । ଏହାକୁ ସେ ତ୍ୱରାନ୍ୱିତ କରିବା ଆବଶ୍ୟକ । ସେ ମଣିଷଙ୍କଠାରେ ଏବେସୁଦ୍ଧା ଭାକସିନର ପ୍ରୟୋଗ କରିନାହାଁନ୍ତି ।ଏହାକୁ ଅଧିକ ମାତ୍ରାରେ ଉପଲବ୍ଧ କରିବା ପାଇଁ ଆଲୋଚନା ହେଉଛି । ଏଥିପାଇଁ ଅର୍ଥର ଆବଶ୍ୟକତା ରହିଛି ।

ତେବେ ଫ୍ରାନ୍ସ ମେଡିକାଲ କମ୍ୟୁନିଟୀ ଏକ ବିତର୍କ କରିଛି । ଫ୍ରାନ୍ସ ଗବେଷକଙ୍କ ମତରେ ଏହି ଭାକସିନ୍ ୫୪ କରୋନା ଭାଇରସ ରୋଗୀଙ୍କ ହୃଦୟଙ୍କୁ କ୍ଷତି ପହଁଚାଇଛି । ସେମାନଙ୍କ ମଧ୍ୟରୁ ୪ଜଣ ପ୍ରାଣ ମଧ୍ୟ ହରାଇଛନ୍ତି । ସୂଚନାଯୋଗ୍ୟ, ୟୁକେରେ କରୋନା ଭାଇରସ ବ୍ୟାପକ କ୍ଷତି କରିଛି । କେବଳ ବ୍ରିଟେନରେ ୯୮୭୫ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି ।

   Related Posts