ସାମ୍ନାକୁ ଆସିଲା କରୋନା ଭାଇରସର ନୂଆ ରୂପ, ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କଲେ ସରକାର

Published By : Prameya-News7 Bureau | December 20, 2020 IST

ଇଂଲଣ୍ଡ ୨୦।୧୨ : ଚାରିଆଡ଼େ କରୋନାର ପ୍ରକୋପ ଜାରି ରହିଛି । କିନ୍ତୁ ବ୍ରିଟେନରେ ନୂଆ ପ୍ରକାରର ଏକ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ବ୍ରିଟେନରେ ଏକ ହଜାରେରୁ ଅଧିକ ମାମଲା ଚିହ୍ନଟ ହୋଇସାରିଲାଣି । ଯାହାକୁ ନେଇ ସରକାର ଚିନ୍ତାରେ ପଡିଛନ୍ତି । କିପରି ଏହି ନୂଆ ପ୍ରକାର ଭାଇରସ ରୁ ମୁକ୍ତି ପାଇବ। ସେଥିଲାଗି ସରକାର କିଛି କଠୋର ପଦକ୍ଷେପ ନେଇଛନ୍ତି। ଏପରିକି ଦେଶର କିଛି ସ୍ଥାନରେ ପୁଣି ଥରେ ଲକଡାଉନ୍ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି।

ତେବେ ମିଳିଥିବା ସୂଚନା ଅନଯାୟୀ, ଲଣ୍ଡନ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଏହି ଭାଇରସର ଅଧିକ ପ୍ରକୋପ ଦେଖିବାକୁ ମିଳିଛି। ସେଥିଲାଗି ସରକାର ଏଠାରେ ପୁଣି ଥରେ ଲକଡାଉନ୍ ଲାଗୁ କରିଛନ୍ତି। ବ୍ରିଟେନ ପ୍ରଧାମନ୍ତ୍ରୀ ଦେଶବ୍ୟାପୀ ଲକଡାଉନ୍ ଘୋଷଣା କରିଛନ୍ତି। ଯାହାକି ଡିସେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। କେବଳ ଏତିକି ନୁହଁ , ପୂର୍ବରୁ ଖ୍ରୀଷ୍ଟମାସ ସମୟରେ ଦେଶର ନାଗରିକ ପାଇଁ କୋହଳ କରାଯାଇଥିବା କିଛିଟା ପ୍ରତିବନ୍ଧକୁ ମଧ୍ୟ ବାତିଲ କରାଯାଇଛି।

ଦେଶର ଏହି  ଲକଡାଉନ୍ ଘୋଷଣା ସମୟରେ ବ୍ରିଟେନ ପ୍ରଧାମନ୍ତ୍ରୀଙ୍କ କହିଛନ୍ତି ଯେ, ଦେଶରେ ବ୍ୟାପିଥିବା ଏହି ନୂଆ ପ୍ରକାର କରୋନା ଭାଇରସ ସମ୍ପର୍କରେ ବିଶେଷ କିଛି ତଥ୍ୟ ସାମ୍ନା କୁ ଆସିନାହିଁ । ଏପରିକି ଦେଶରେ ପୂର୍ବରୁ ବ୍ୟାପିଥିବା କରୋନା ଭାଇରସ ର ଭୂତାଣୁ ଏବଂ ଏବେକା ସମୟରେ ବ୍ୟାପିଥିବା ନୂଆ ଭାଇରସ ମଧ୍ୟରେ କେତେ ପାର୍ଥକ୍ୟ ରହିଛି, ତାହା ଗବେଷକମାନେ ଅନୁଧ୍ୟାନ କଲେ ଜଣାପଡ଼ିବ। ଦେଶରେ ଏବେ ବ୍ୟାପିଥିବା କାରୋନା ର ନୂଆ ଭାଇରସରେ ଟୀକା କେତେଦୂର କାମ କରୁଛି ।ତାହା ଆଗାମୀ ଦିନରେ ଅନୁଧ୍ୟାନ କରିବାକୁ ପଡ଼ିବ । ଏହି ଭୁତାଣୁ ବିଷୟରେ ଆମେ ସଠିକ୍ ଭାବେ କିଛି ତଥ୍ୟ ଜାଣିନାହୁ , ତେଣୁ ଆମକୁ ଆଗାମୀ ଦିନରେ ଅଧିକ ସଚେତନ ରହିବାକୁ ପଡ଼ିବ । ଦେଶବାସୀଙ୍କୁ ସତର୍କତା ସହ ରହିବାକୁ ଟୁଇଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଏହାପୂର୍ବରୁ ବ୍ରିଟେନରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଦୁଇ ଥର ଲକଡାଉନ୍ ଘୋଷଣା କରାଯାଇଥିଲା। କିନ୍ତୁ ଦେଶରେ ଏଥର ଜାରି ହୋଇଥିବା କଟକଣା ଦେଶର ମୋଟ ତୃତୀୟ ଥର ପାଇଁ ଲକଡାଉନ୍ ଲାଗୁ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.