ଅକ୍ସଫୋର୍ଡ ଟୀକାକୁ ବ୍ରିଟେନ୍‌ର ଗ୍ରୀନ୍ ସିଗ୍‌ନାଲ୍, ଖୁବଶୀଘ୍ର ଲୋକଙ୍କୁ ମିଳିବ ପ୍ରଥମ ଡୋଜ୍

Published By : Prameya-News7 Bureau | December 30, 2020 IST

ନୂଆଦିଲ୍ଲୀ ୩୦।୧୨: କରୋନା ଭାଇରସକୁ କିପରି ରୋକାଯିବ , ସେନେଇ ଅନେକ ଦେଶ ଚିନ୍ତାରେ ଅଛନ୍ତି । ଏଥିଲାଗି କିଛି କରୋନା ଭାକ୍‌ସିନକୁ ଟାକାକରଣ ପାଇଁ ଅନୁମତି ଦେଇଛନ୍ତି ଅନେକ ଦେଶ । ତେବେ ଗତ କିଛି ଦିନ ତଳେ କରୋନା ଭାକ୍‌ସିନ୍‌ ଫାଇଜରକୁ ଦେଶରେ ଟୀକାକରଣ ପାଇଁ ବିଟ୍ରେନ ସରକାର ଅନୁମତି ଦେଇଥିଲେ ।  ଏବେ ପୁଣି ଆଉ ଏକ ଭାକ୍‌ସିନ୍‌କୁ ଅନୁମତି ଦେଇଛନ୍ତି । ବ୍ରିଟେନ୍‌ ସରକାର ଅକ୍ସଫୋର୍ଡର କରୋନା ଭାକ୍‌ସିନ୍‌କୁ ମଞ୍ଜୁରୀ ଦେଇଛନ୍ତି । ଏହି ଭାକସିନ୍‌କୁ ସରକାରଙ୍କ ପକ୍ଷରୁ ଗ୍ରୀନ୍‌ ସିଗନାଲ୍‌ ଦିଆଯାଇଛି । ବ୍ରିଟେନ୍‌ରେ ଏବେ ଅକ୍ସଫୋର୍ଡ-ଆଷ୍ଟ୍ରୋଜୋନିକାର କରୋନା ଭାକ୍‌ସିନ୍‌କୁ ଦେଶରେ ସାଧାରଣ ଲୋକଙ୍କୁ ଟୀକାକରଣରେ ବ୍ୟବହାର କରାଯିବ । ଖୁବ୍‌ଶୀଘ୍ର ଏହା ଟାକୀକୁ ଦେଶରେ ସାଧାରଣଲୋକଙ୍କୁ ଦିଆଯିବ ।

wp:html /wp:html

ବ୍ରିଟେନ୍‌ରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ ଜରିଆରେ ପ୍ରସ୍ତୁତ କରାଯାଇଥିବା ଡାଟାକୁ ସଂଗ୍ରହ କରାଯାଇ ଏହାକୁ ଅନୁମତି ଦିଆଯାଇଛି । ବ୍ରିଟେନରେ ସାଧାରଣଲୋକଙ୍କୁ ଟୀକାକରଣ ପାଇଁ ଅନୁମତି ଦେଇଛନ୍ତି ସରକାର । ଖୁବଶୀଘ୍ର ବଡ଼ ପରିମାଣରେ ଲୋକଙ୍କୁ ଟୀକାକରଣ କରାଯିବ । ଏହାସହିତ ଅକ୍ସଫୋର୍ଡ-ଆଷ୍ଟ୍ରୋଜେନିକାର କରୋନା ଭାକ୍‌ସିନ୍‌ର ୧୦ କୋଟି ଡୋଜ୍‌ ଅର୍ଡର ଦିଆଯାଇଛି । ଯାହାକି କି ୫କୋଟି ଲୋକଙ୍କୁ ପର୍ଯ୍ୟାପ୍ତ ହେବ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ବ୍ରିଟେନ୍‌ରେ ଆଉ ଏକ କରୋନା ଭାକ୍‌ସିନ୍‌କୁ ଅନୁମତି ଦିଆଯାଇଛି । କିନ୍ତୁ ଅକ୍ସଫୋର୍ଡ ଟୀକାକୁ ଅନୁମତି ଦେବା ଦ୍ୱାରା ଦେଶରେ ଟୀକାକରଣ କାର୍ଯ୍ୟକୁ ଆହୁରୀ ତ୍ୱରାନିତ ହେବ ବୋଲି ଆଶା କରାଯାଉଛି ।

ଏହାପୂର୍ବରୁ ଔଷଧ କମ୍ପାନୀ ଫାଇଜର-ବାୟୋନେଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଡ଼-୧୦ ଭାକ୍‌ସିନ୍‌କୁ ଅନୁମତି ଦେବାର ପ୍ରଥମ ଦେଶ ଥିଲା ବ୍ରିଟେନ୍‌ । ଏବେ ପୁଣି ଅକ୍ସଫୋର୍ଡ ଟୀକାକୁ ଅନୁମତି ଦେବାର ପ୍ରଥମ ଦେଶ । ଟୀକା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଓ ପ୍ରଭାବୀ ଦେଖି ଅନୁମତି ଦିଆଯାଇଛି ।

ଅକ୍ସଫୋର୍ଡ ଟୀକାକୁ ବ୍ରିଟେନ୍‌ରେ ଅନୁମତି ଦେବା ସେରମ ଇନ୍‌ଷ୍ଟିଚ୍ୟୁଟ ପାଇଁ ଏକ ବଡ଼ ନିଷ୍ପତ୍ତି । କାହିଁକି ନା ଭାରତରେ ଟୀକା ପ୍ରସ୍ତୁତ କରିବାରେ ତିନୋଟି ବଡ଼ କମ୍ପାନୀ ମଧ୍ୟରେ ସେରମ୍‌ ଅନ୍ୟତମ । ପୂର୍ବରୁ ଭାରତରେ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଡ୍ରଗ କଣ୍ଟ୍ରେଲୋର ଜେନେରାଲ୍‌ ଅଫ୍ ଇଣ୍ଡିଆକୁ ଟୀକାର ବ୍ୟବହାର ପାଇଁ ଅନୁମତି ମାଗିସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.