Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ବଢିଲା ଚୀନର ଅଡୁଆ: ଆମେରିକା ପରେ ବ୍ରିଟେନ୍ ଓ ଫ୍ରାନ୍ସର ପ୍ରଶ୍ନ ‘କେମିତି ବ୍ୟାପିଲା କୋଭିଡ୍-୧୯, କଣ ପାଇଁ ରୋକିଲ ନାହିଁ ?’

17/04/2020 at 9:15 PM

ବେଜିଂ ୧୭।୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାକୁ ଚାଇନା ଭାଇରସ୍‌ କହି ଚୀନର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। ଚୀନ ମଧ୍ୟ ଏହାର ତୀବ୍ର ବିରୋଧ କରିଛି। ମାତ୍ର ଏବେ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ତଥା  ଦୁନିଆର ଅନ୍ୟ ଦୁଇ ଶକ୍ତିଶାଳୀ ଦେଶ ବ୍ରିଟେନ୍ ଓ ଫ୍ରାନ୍ସ ମଧ୍ୟ ଚୀନର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଦୁଇ ଦେଶ ଚୀନଠୁ ଏହାର ଜବାବ ଚାହୁଁଛନ୍ତି ଯେ, କରୋନା ଭାଇରସ୍‌ ଚୀନର ଖାସ୍ ଇଲାକାରେ ସୀମିତ ରହି ପୂରା ଦୁନିଆକୁ କେମିତି ବ୍ୟାପିଲା ? ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ କାର୍ଯ୍ୟଭାର ସମ୍ଭାଳିଥିବା ବୈଦେଶିକ ମନ୍ତ୍ରୀ ଡମିନିକ୍ ରବ ଓ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରୋ ଚୀନକୁ ସିଧାସଳଖ ପ୍ରଶ୍ନ କରିଛନ୍ତି।

ଚୀନ ସହ କାରବାର ଆଉ ସ୍ଵଭାବିକ ହେବନି

ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡମିନିକ୍ ରବ ଏହା ମଧ୍ୟ କହିଛନ୍ତି ଯେ, ଏହି ବିପର୍ଯ୍ୟୟର ପ୍ରଭାବ ଚୀନ ସହିତ ସଂପର୍କ ଉପରେ ପଡିପାରେ।  ବ୍ରିଟେନ୍ ମହାମାରୀ ବ୍ୟାପିବାର କାରଣର ଯାଞ୍ଚ କରିବାକୁ ଦାବି କରିବ  ଏବଂ ଏହା ଜାଣିବାକୁ ଚାହିଁବ ଯେ, ଚୀନ ଏହାକୁ ପ୍ରଥମରୁ ରୋକିବା ପାଇଁ ପ୍ରୟାସ କାହିଁକି କଲାନି। ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଅନୁପସ୍ଥିତିରେ ରବ ଏହି ପ୍ରତିକ୍ରିୟା ଜି ୭ ଦେଶ ସହିତ ଟେଲିଫୋନ ବାର୍ତ୍ତା ସମୟରେ ଦେଇଛନ୍ତି।

ରବ କହିଛନ୍ତି ଯେ, ଏହି ବିପର୍ଯ୍ୟୟ ପରେ ଚୀନ ସହିତ କାରବାର ସଂପର୍କ ପୂର୍ବପରି ସ୍ଵାଭାବିକ ରହିବ ନାହିଁ। ଏହାର ସମସ୍ତ ଦିଗକୁ ଦେଖିବାକୁ ପଡିବ। ଆମକୁ କଡା ପ୍ରଶ୍ନ କରିବାକୁ ପଡିବ ଯେ, ଏହାକୁ ପ୍ରଥମରୁ କଣ ପାଇଁ ରୋକାଗଲା ନାହିଁ ? ସେ ସ୍ପଷ୍ଟ କରିଛନ୍ତି ଯେ, ଡବ୍ଲ୍ୟୁଏଚଓ ଓ ଅନ୍ୟ ଅନ୍ତରାଷ୍ଟ୍ରୀୟ ସଂଗଠନ ସହିତ ମିଶି ଏହାର ସନ୍ଧାନ କରାଯିବ ଯେ, ମହାମାରୀ କେମିତି ବ୍ୟାପିଲା  ଏବଂ ଏହାକୁ ଆଗକୁ ରୋକିବା ପାଇଁ କଣ କଣ କରାଯାଇ ପାରିବ।

ଚୀନ ନିଜର ଦାୟିତ୍ଵ ପାଳନ କରି ନାହିଁ- ମ୍ୟାକ୍ରୋ

ଅନ୍ୟପଟେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରୋ କରୋନା ଭାଇରସ୍‌ର ମୁକାବିଲା ନେଇ ଚୀନର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଏହା ମାନିବା ଆମର ବୋକାମୀ ହେବ ଯେ, ଚୀନ ଏହି ସଙ୍କଟକୁ ଭଲ ଭାବେ ମୁକାବିଲା କରିଛି। ସେ କହିଛନ୍ତି ଏମିତି ଘଟଣା ଘଟିଛି, ଯାହା ବିଷୟରେ କାହାକୁ ହେଲେ ଜଣା ନାହିଁ। ଏହା ପୂର୍ବରୁ ଫ୍ରାନ୍ସରେ ଚୀନର ରାଷ୍ଟ୍ରଦୂତଙ୍କୁ ପ୍ୟାରିସ୍‌ରେ ତଲବ କରାଯାଇଥିଲା ଏବଂ ଚୀନ ଦୂତାବାସ ଓ୍ଵେବସାଇଟ୍‌ରେ ପ୍ରକାଶିତ ଏକ ଲେଖା ଉପରେ ଆପତ୍ତି ଉଠାଯାଇଥିଲା। ଏହି ଲେଖାରେ ୟୁରୋପ ଉପରେ ଆରୋଲ ଲଗାଯାଇଥିଲା ଯେ, ଏହି ଦେଶର ବୃଦ୍ଧମାନଙ୍କୁ କେୟାର ହୋମରେ ମରିବାକୁ ଛାଡି ଦିଆଯାଇଛି। ପରେ ତଲବ ହୋଇଥିବା ରାଷ୍ଟ୍ରଦୂତ ଏହି ଆର୍ଟିକିଲ୍ ଭୁଲ ଭାବେ ଲେଖା ହୋଇଥିବା କହି ଚାଲି ଯାଇଥିଲେ।

ଚୀନ ଉପରେ ସୂଚନା ଲୁଚାଇଥିବାର ଆରୋପ

କରୋନ ଭାଇରସ୍‌କୁ ନେଇ ସର୍ବ ପ୍ରଥମେ ଆମେରିକା ଚୀନ ଉପରେ ଆଙ୍ଗୁଳି ଉଠାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଉପରେ ହମଲା କରି ସିଧା ସଳଖ ଆରୋପ ଲଗାଇଛନ୍ତି ଯେ, ଚୀନ ନିଜ ଦେଶରେ ମୃତ୍ୟୁ ନେଇ ପ୍ରକୃତ ତଥ୍ୟ ଲୁଚାଇଛି। ଟ୍ରମ୍ପ ଏହା ମଧ୍ୟ ଆରୋପ ଲଗାଇଛନ୍ତି, ଭାଇରସ୍‌ ଉହାନ ଲ୍ୟାବରୁ ବାହାରି ପୂରା ଦୁନିଆରେ  ବ୍ୟାପିଗଲା। ଏହାକୁ ନେଇ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପାମ୍ପିଓ ମଧ୍ୟ ଚୀନକୁ ଘେରିଛନ୍ତି। ସେ ଦୃଢତାର ସହ କହିଛନ୍ତି ଯେ, ଚୀନ ଲ୍ୟାବ୍‌ରୁ ମହାମାରୀ ବ୍ୟାପିବାର ସୂଚନା ପୂରା ଦୁନିଆକୁ ଲୁଚେଇ ରଖିଛି। ଏବେ ମଧ୍ୟ ବହୁତ କିଛି ତଥ୍ୟ ରହିଛି ଯାହା ଆମେରିକା ମଧ୍ୟ ଜାଣି ନାହିଁ।  

   Related Posts