ମାସିକ ୫୦୦୦ ଟଙ୍କାରୁ ବି କମ୍ ଖର୍ଚ୍ଚରେ ଘରକୁ ଆଣନ୍ତୁ Royal Enfield

Published By : Prameya-News7 Bureau | February 23, 2021 IST

ଦେଶର ପ୍ରତିଷ୍ଠିତ ବାଇକ୍‌ ନିର୍ମାତା ରୟାଲ ଏନଫିଲ୍ଡ ବିକ୍ରି ବୃଦ୍ଧି ଲାଗି ନୂଆନୂଆ ଅଫର ଦେଉଛନ୍ତି। ନିକଟରେ ରୟାଲ ଏନଫିଲ୍ଡ  ବାଇକ୍‌ ମୂଲ୍ୟ  ବଢିଛି। ହେଲେ କ୍ରୟ ଲାଗି ଗ୍ରାହକଙ୍କ ନିମନ୍ତେ କମ୍ପାନୀ ଆକର୍ଷକ ପ୍ଲାନ ମଧ୍ୟ ଦେଉଛନ୍ତି। ଏଥିରେ ଲୋକପ୍ରୀୟ କ୍ଲାସିକ୍‌ ୩୫୦ ବାଇକ୍‌ ଲାଗି ଆଗ୍ରହୀ କ୍ରେତାଙ୍କୁ ସରଳ ମାସିକ କିସ୍ତି (ଇଏମଆଇ)ରେ କିଣିବାର ସୁଯୋଗ ଦେଉଛନ୍ତି। ଯେଉଁଥିରେ ମାସିକ ୫ ହଜାରରୁ ବି କମ୍‌ ଇଏମଆଇରେ ଆପଣ ଘରକୁ ବୁଲେଟ୍ କିଣିନେଇପାରିବେ।

{"id":413522,"width":577,"height":432,"sizeSlug":"large","linkDestination":"none"}

ଯଦି ରୟାଲ ଏନଫିଲ୍ଟ ବାଇକ୍‌ କିଣିବାକୁ ବାସ୍ତବରେ ଆଗ୍ରହୀ ଅଛନ୍ତି ତେବେ ଏଥିଲାଗି ଆପଣଙ୍କୁ ଅନୁନ୍ୟ ୨୦ ହଜାର ଟଙ୍କା ଡାଉନ୍‌ ପେମେଣ୍ଟ କରିବାକୁ ହେବ। ଏହା ସହ ଆପଣଙ୍କ ନିଜ ଲାଗି ୩,୪ ଓ ୫ ବର୍ଷିଆ ଇଏମଆଇ ଯୋଜନା ଚୟନ କରିବେ। ଏଥିରେ ଯଦି ଆପଣ ୫ ବର୍ଷିଆ ଯୋଜନାରେ ବାଇକ୍‌ ଘରକୁ ନିଅନ୍ତି ତେବେ ଆପଣଙ୍କୁ ମାସିକ କିସ୍ତି ହାରାହାରି ୪ ହଜାର ୨୮୭ ଟଙ୍କା ଦେବାକୁ ପଡିବ।

{"id":413533,"width":576,"height":379,"sizeSlug":"large","linkDestination":"none"}

କିସ୍ତି ବର୍ଷ ଅନୁସାରେ ମାସିକ କିସ୍ତି କମ୍‌ ବା ବହୁତ ହୋଇଥାଏ। ଏଣୁ ୪ ବର୍ଷିଆ ଯୋଜନାରେ ଘରକୁ ବୁଲେଟ୍‌ ନେଲେ ଆପଣଙ୍କୁ ମାସିକ ୪ ହଜାର ୯୪୧ ଟଙ୍କା ଇଏମଆଇ ପୈଠ କରିବାକୁ ହେବ। ଏହାଠାରୁ କମ୍‌ ଅର୍ଥାତ ୩ ବର୍ଷିଆ ପ୍ଲାନରେ ବାଇକ୍‌ କିଣିଲେ ମାସିକ ଆପଣଙ୍କୁ ହାରାହାରି ୬ ହଜାର ୫୭ ଟଙ୍କା ଇଏମଆଇ ଦେବାକୁ ପଡିବ।

{"id":413536,"width":580,"height":357,"sizeSlug":"large","linkDestination":"none"}

ଜାଣନ୍ତୁ ବୁଲେଟ୍‌ର ଏବେ ମୂଲ୍ୟ କେତେ
ସିଙ୍ଗଲ ଚାନେଲ ଏବିଏସ୍‌ ଭର୍ସନ ବାଇକର ମୂଲ୍ୟ ୧ଲକ୍ଷ ୬୭ ହଜାର ଟଙ୍କା ( ଏକ୍ସ- ସୋରୁମ ପ୍ରାଇସ୍‌ ଦିଲ୍ଲୀ) ସେହିପରି ଡୁଆଲ ଚାନାଲ ଏବିଏସ୍ ଭର୍ସନର ମୂଲ୍ୟ ୧ଲକ୍ଷ ୭୧ ହଜାର ୫୭୦ଟଙ୍କା ( ଏକ୍ସ-ସୋରୁମ ପ୍ରାଇସ୍‌ ଦିଲ୍ଲୀ)। ଡୁଆଲ ଚାନେଲ ଭେରିଆଣ୍ଟରେ ଆପଣଙ୍କୁ ଆଲୟ ହ୍ୱିଲ ମିଳୁଛି। ଏଣୁ କମ୍ପାନୀ ଷ୍ଟାଣ୍ଡାର୍ଡ ମଡେଲ ମୂଲ୍ୟରୁ ଏହି ଭେରିଆଣ୍ଟ ମୂଲ୍ୟ ସାମାନ୍ୟ ଅଧିକ ରଖିଛନ୍ତି।

{"id":413538,"sizeSlug":"large","linkDestination":"none"}

ଖାସ୍‌ ଏଥିପାଇଁ ଏତେ ଲୋକପ୍ରୀୟ କ୍ଲାସିକ୍‌-୩୫୦
ରୟାଲ ଏନଫିଲ୍ଟ କ୍ଲାସିକ୍‌-୩୫୦ ନୂଆ ଫିଚର ସହ ମାର୍କେଟ୍‌ରେ ଲଞ୍ଚ ହୋଇଛି। ଏହି ବାଇକ୍‌ରେ ୩୪୬ ସିସି ସିଙ୍ଗଲ ସିଲିଣ୍ଡର ଏୟାରକୁଲ୍ଡ ୟୁସିଇ ଇ଼ଞ୍ଜିନ ରହିଛି। ଏହି ଇଞ୍ଜିନରେ ୫ ସ୍ପିଡ ଗିୟରବକ୍ସ ସହ ଉପଲବ୍ଧ। ଏହି ମୋଟର ବାଇକ୍‌ରେ ପାରମ୍ପରିକ ରାଉଣ୍ଡ ସେପ୍‌ ହେଡଲ୍ୟାମ୍ପ ସହ ଆନାଲଗ ସ୍ପିଡୋମିଟର ରହିଛି। ବଜାରରେ ବାଇକର ଦୁଇଟି ପ୍ରକାର ବିକ୍ରି ହେଉଛି। ଏଥିରେ ଗୋଟିଏ ସିଙ୍ଗଲ ଚାନେଲ ଏଣ୍ଟି ଲକ୍‌ ବ୍ରେକିଙ୍ଗ ସିଷ୍ଟମ ସହ ମିଳୁଥିବା ବେଳେ ଅନ୍ୟଟି ଡୁଆଲ ଚାନେଲ ଓ ଫିଚରରେ ଅକ୍ସିଜେନ ସେନସର, ଫୁଏଲ ଇଞ୍ଜେକ୍ସନ ଏବଂ ନୂଆ ଏଗଜେଷ୍ଟ (ସାଇଲେନ୍ସର)ରେ ଉପଲବ୍ଧ ହେଉଛି।

{"id":413544,"sizeSlug":"large","linkDestination":"none"}

ଏହା ଛଡା ବାଇକ୍‌ ଟ୍ୟୁବଲେସ୍ ଟାୟାର ଓ ଆଲୟ ହ୍ୱିଲସ୍‌ ସହ ମଧ୍ୟ ମିଳୁଛି। ସେହିପରି ରଙ୍ଗର ମଧ୍ୟ ଆକର୍ଷଣୀୟ ବର୍ଗମାଳା ରହିଛି। ରୟାଲ ଏନଫିଲ୍ଟ ବ୍ଲାକ୍‌, ରେଡ, ସିଲଭର ଏବଂ ଗନମେଟାଲ ଗ୍ରେ ଭଳି ଆକର୍ଷକ ରଙ୍ଗରେ ମଧ୍ୟ ଉପଲବ୍ଧ ହେଉଛି। ସହଜ କିସ୍ତି ସାଙ୍ଗକୁ ନିଜ ଲାଗି ବାଛିବାକୁ ମଧ୍ୟ ଆପଣ ବେଶ ବର୍ଗମାଳା ପାଇବେ। ତେବେ ଡେରି କାହିଁକି ଏବେ ହିଁ ନିକଟସ୍ଥ ଡିଲରଙ୍କୁ ଭେଟନ୍ତୁ ଓ ଘରକୁ ନେଇ ଯାଆନ୍ତୁ ନିଜ ପସନ୍ଦର ରୟାଲ ଏନଫିଲ୍ଡ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.