Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

କାନାଡା ନିର୍ବାଚନରେ ଭାରତୀୟ ବଂଶୋଭବଙ୍କ ଦମଦାର ପ୍ରଦର୍ଶନ, ଜଗମିତ୍‌ ସିଂଙ୍କ ସମେତ ୧୮ ଜଣ ବିଜୟୀ

21/09/2021 at 3:15 PM

ନୂଆଦିଲ୍ଲୀ ୨୧/୦୯ : ବିଶ୍ବରେ ଅନେକ ଦେଶରେ ଭାରତୀୟ ବଂଶୋଭବଙ୍କ ଦବଦବା ରହିଛି । ନିକଟରେ ଶେଷ ହୋଇଥିବା​‌ ଆମେରିକା ନିର୍ବାଚନରେ ଅନେକ ଭାରତୀୟ ବଂଶୋଭବ ସାଂସଦ ବିଜୟୀ ହୋଇଥିଲେ । ଭାରତୀୟ ବଂଶୋଭବ କମଲା ହାରିସ୍‌ ଆମେରିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଏବେ କାନାଡାରେ ଅନୁଷ୍ଠିତ ନିର୍ବାଚନରେ ମଧ୍ୟ ଦବଦବା ଦେଖାଇଛନ୍ତି ଭାରତୀୟ । କାନାଡା ନିର୍ବାଚନରେ ମୋଟ ୧୮ ଜଣ ଭାରତୀୟ ବଂଶୋଭବ ନିର୍ବାଚିତ ହୋଇଛନ୍ତି ।

ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, ଜଷ୍ଟିନ୍‌ ଟ୍ରୁଡୋ ପୁଣି ଥରେ କାନାଡାର ପ୍ରଧାନମନ୍ତ୍ରୀ ହେବା ସୁନିଶ୍ଚିତ । ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ସମସ୍ତ ୩ ଭାରତୀୟ କାନାଡୀୟ ମନ୍ତ୍ରୀ ବିଜୟୀ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ନ୍ୟୁ ଡେମୋକ୍ରେଟିକ୍‌ ପାର୍ଟି (NDP)ର ଜଗମୀତ ସିଂହ ମଧ୍ୟ ରହିଛନ୍ତି ।

4 Indian-origin lawmakers inducted into Justin Trudeau's new Cabinet - The  Economic Times

କାନାଡାର ପ୍ରତିରକ୍ଷା ମନ୍ତ୍ରୀ ଥିବା ହରଜିତ ସଜ୍ଜନ୍‌ ପ୍ରାୟ ୪୯ ପ୍ରତିଶତ ଭୋଟ ସେୟାର ସହିତ ବିଜୟୀ ହୋଇଛନ୍ତି । ତାଙ୍କ ସହିତ ଜଣେ ଭାରତୀୟ କାନାଡୀୟ ମହିଳା ଅନୀତା ଆନନ୍ଦ ମଧ୍ୟ ପୁଣି ଥରେ ନିର୍ବାଚିତ ହୋଇଛନ୍ତି । ଟ୍ରୁଡୋଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ଆଉ ଜଣେ ଭାରତୀୟ ବଂଶୋଭବ ଯୁବ ମନ୍ତ୍ରୀ   ବାର୍ଦ୍ଦିଶ୍‌ ଚାଗରମ ମଧ୍ୟ ପୁଣି ଥରେ ବିଜୟୀ ହୋଇଛନ୍ତି ।

ଏନ୍‌ଡିପି ନେତା ଜଗମୀତ ସିଂହ ପ୍ରାୟ ୩୮ ପ୍ରତିଶତ ଭୋଟରେ ବର୍ନାବୀ ସାଉଥ୍‌ରୁ ପୁଣିଥରେ ନିର୍ବାଚିତ ହୋଇଛନ୍ତି । ଏହା ସହିତ ତାଙ୍କ ଦଳ NDPର ଭୋଟ ପ୍ରତିଶତ ମଧ୍ୟ ବୃଦ୍ଧିପାଇଛି । ୨୦୧୯ରେ ତାଙ୍କ ଦଳ ୧୫.୯୮ ପ୍ରତିଶତ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୭.୭ ପ୍ରତିଶତ ହୋଇଛି । ହାଉସ୍‌ ଅଫ୍‌ କମନ୍ସରେ ତାଙ୍କ ଦଳର ସିଟ୍‌ ୨୪ରୁ ବୃଢି ୨୫ ହୋଇଛି ।

iPolitics AM: Team Trudeau kicks off pre-election circuit in Mississauga -  iPolitics

ସେହିଭଳି ଗ୍ରେଟର୍‌ ଟରୋଣ୍ଟର ଅନେକ ସାଂସଦ ପୁଣିଥରେ ନିର୍ବାଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ଭାରତୀୟ ବଂଶୋଭବ ମଧ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟ​‌ରେ ବ୍ରିମ୍ପଟନ୍‌ ଓ୍ବେଷ୍ଟରୁ ପୂର୍ବ ସଂସଦୀୟ ସଚିବ କମଲ ଖେରା, ବ୍ରିମ୍ପଟନ୍‌ ନର୍ଥରୁ ରୁବି ସହୋଟା, ବ୍ରିମ୍ପଟନ୍‌ ସାଉଥ୍‌ରୁ ସୋନିଆ ସିନ୍ଧୁ ଏବଂ ପାର୍କଡେଲ-ହାଇ ପାର୍କରୁ ଆରିଫ୍‌ ବିରାନୀ । ଏମାନେ ସମସ୍ତେ ଭାରତୀୟ ବଂଶୋଭବ ହୋଇଥିବା ବେଳେ ପୁଣି ଥରେ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ବ୍ୟତିତ ସୁଖ୍‌ ଧାଲୀବାଲ ତାଙ୍କର ସରେ ନ୍ୟୁଟନ୍‌ ସିଟ୍‌ରୁ ପୁନଃ ନିର୍ବାଚିତ ହୋଇଛନ୍ତି ।

ସେହିଭଳି ରଣଦୀପ ସରାୟ ମଧ୍ୟ ପୁଣଇ ବିଜୟୀ ହୋଇଛନ୍ତି । କ୍ୟୁବେକ୍‌ର ଡୋରଓ୍ବାଲ-ଲାଚିନ୍‌- ଲାସାଲକରୁ ଅଞ୍ଜୁ ଢିଲେଶ ଲଗାତାର ତୃତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ସଟାଓ୍ବାର ନେପିୟନ୍‌ରୁ ଚନ୍ଦ୍ର ଆର୍ଯ୍ୟ ମଧ୍ୟ ନିର୍ବାଚନରେ ବିଜୟୀ ହୋଇଛନ୍ତି ।  

Minister Bains just undermined Canada's best chance for affordable Internet  - IFEX

   Related Posts