Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ପଳାତକ ମେହୁଲ ଚୋକସିଙ୍କୁ ଭାରତ ଆଣିବା ପାଇଁ ମିଶନରେ ବାହାରିଲେ ସିବିଆଇର ଦକ୍ଷ ଅଫିସର, ଜାଣନ୍ତୁ କିଏ ଏହି ଆଇପିଏସ ସାରଦା ?

1/06/2021 at 7:03 PM

ନୂଆଦିଲ୍ଲୀ ୦୧।୦୬: ମେହୁଲ ଚୋକସିଙ୍କୁ ଭାରତ ଆଣିବା ପାଇଁ ଆଠ ଜଣିଆ ଦଳ ବର୍ତ୍ତମାନ ଡୋମିନିକାରେ ପହଞ୍ଚି ଯାଇଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଦୁର୍ନୀତ ମାମଲାରେ ସିବିଆଇ ଅଧିକାରୀ ସାରଦା ରାଉତ ଏହି ଦଳର ଜଣେ ଗୁରୁତ୍ଵପୂର୍ଣ୍ଣ ସଦସ୍ୟ। ସେ ଏହି ଘୋଟାଲାର ତଦନ୍ତର ନେତୃତ୍ଵ ନେଇଥିଲେ। ଚୋକସି ୨୦୧୮ରୁ ଆଣ୍ଟିଗୁଆର ନାଗରିକତା ଗ୍ରହଣ କରି ସେଠାରେ ରହୁଥିଲା। ହେଲେ କିଛି ଦିନ ତଳେ ଡୋମିନିକାରେ ତାଙ୍କୁ ଗିରଫ କରାଯାଇଛି।

ଡୋମିନିକା ପହଞ୍ଚିଥିବା ୮ ଜଣିଆ ଟିମରେ ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିଆରପିଏଫର ଦୁଇ ଜଣ ଲେଖାଏଁ ସଦସ୍ୟ ସାମିଲ। ଏହି ଟିମରେ ସିବିଆଇ ମହିଳା ଅଫିସର ସାରଦା ରାଉତ ମଧ୍ୟ ସାମିଲ। ସେ ଜଣେ ଦକ୍ଷ ଏବଂ ନିଷ୍ଠାବାନ ଅଫିସର ଭାବେ ବେଶ୍ ପରିଚିତ। ମହାରାଷ୍ଟ୍ରର ନାସିକରେ ଜନ୍ମ ଗ୍ରହଣ କରିଥିବା ସାରଦା ୨୦୦୫ ବ୍ୟାଚ୍‌ର ଆଇପିଏସ୍ ଅଫିସର। ତାଙ୍କର କାମ କରିବାର ଶୈଳୀ ସମସ୍ତଙ୍କଠୁ ଭିନ୍ନ। ଯେଉଁ ଅଞ୍ଚଳକୁ ଯାଆନ୍ତି ସେଠାରେ ଅପରାଧୀ ଏବଂ ମାଫିଆଙ୍କ ମହଲରେ କୋକୁଆ ଭୟ ସୃଷ୍ଟି ହୁଏ।

ପାଲଘରରେ ଏସପି ଥିବା ସମୟରେ ଅପରାଧୀଙ୍କୁ ଦମନ କରି ଅପରାଧକୁ ନିୟନ୍ତ୍ରଣ କରିଥିଲେ। ନାଗପୁର, ମୀରା ରୋଡ୍, ନନ୍ଦୁବାର, କୋଲ୍‌ହାପୁର, ମୁମ୍ବାଇର ଅନେକ ସ୍ଥାନରେ ଏପସି ଭାବେ କାର୍ଯ୍ୟ କରିଛନ୍ତି। କାର୍ଯ୍ୟ ପ୍ରତି ତାଙ୍କର ନିଷ୍ଠାକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ଏନଡିଟିଭିର ରିପୋର୍ଟ ଅନୁଯାୟୀ, ଚୋକସିଙ୍କୁ ଭାରତ ଆଣିବା ପାଇଁ ଯାଇଥିବା ଏହି ଟିମ୍ ମେ ୨୮ରେ ଡୋମିନିକାରେ ପହଞ୍ଚି ସାରିଛନ୍ତି। ଆସନ୍ତାକାଲି ଶୁଣାଣି ବେଳେ ସରକାରୀ ଓକିଲ ସେମାନଙ୍କୁ ସାହାଯ୍ୟ କରିବେ। ଇଡି ଆସନ୍ତାକାଲି କୋର୍ଟରେ ସତ୍ୟପାଠ ଦାଖଲ କରିବେ। ଏଥିରେ କୋର୍ଟଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦିଆଯିବ ଯେ, ସେ ଭାରତୀୟ ନାଗରିକ।

ସୂତ୍ର ଅନୁଯାୟୀ, ଏହି ଦଳ ଘରୋଇ  ବିମାନରେ କାତାରରୁ ଡୋମିନିକା ପାଇଁ ଉଡାଣ ଭରିଥିଲେ। ଏବେ ଏହି ଟିମ୍ ପିଏନବି ସ୍କାମର ଅଭିଯୁକ୍ତ ମେହୁଲ ଚୋକସିଙ୍କୁ ସେହି ବିମାନରେ ଭାରତ ଆଣି ପାରନ୍ତି। କୁହାଯାଉଛି, ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଚୋକସିଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରାଯିବ।

   Related Posts