୭ ବର୍ଷ ହେଲା ତେଲ ନଦୀ ସେତୁ ନିର୍ମାଣ କାମ ସରିବାର ନାଁ ନେଉନି ; ସାହାରା ପାଲଟିଛି ଦେଶୀ କାଠ ଡଙ୍ଗା

Published By : Prameya-News7 Bureau | February 02, 2019 IST

ବୌଦ୍ଧ ୨|୨: ବୌଦ୍ଧ କଣ୍ଟାମାଳ ସହ ସୋନପୁରକୁ ସଂଯୋଗ ପାଇଁ ଏକମାତ୍ର ସାହାରା ପାଲଟିଛି ଦେଶୀ କାଠ ଡଙ୍ଗା । ଗତ ୭ ବର୍ଷ ହେଲା ତେଲନଦୀ ଉପରେ ସେତୁ ନିର୍ମାଣ କାମ ସରିବାର ନାଁ ନେଉନି । ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ଜିଲ୍ଲା ପ୍ରଶାସନର ବେପରୁଆ ମନୋଭାବ ଯୋଗୁଁ ସେତୁ ନିର୍ମ।ଣ ଅଧପନ୍ତରିଆ ଥିବା ବେଳେ ଜନ ଅସନ୍ତୋଷ ତେଜିବାରେ ଲାଗିଛି ।   

{"id":81007}

ଦେଶୀ ଡଙ୍ଗା ହିଁ ଭରସା । ମଣିଷଠୁ ଗାଡି ମୋଟର ସବୁ ନଦୀ ପାର ହେଉଛନ୍ତି ସେହି ଡଙ୍ଗାରେ । ଏହି ଦୃଶ୍ୟ, ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଟିକ୍ରାପଡା ତେଲନଦୀର । ବାଧ୍ୟ ହୋଇ ଲୋକେ ଜୀବନକୁ ପାଣି ଛଡାଇ ଡଙ୍ଗାରେ ଯିବା ଆସିବା କରୁଛନ୍ତି । ବ୍ରିଜ କାମ ସରିଛି ହେଲେ ସଂଯୋଗୀ କରଣ ରାସ୍ତା ତିଆରି ହୋଇପାରିନି । ଫଳରେ ଅଂଚଳବାସୀ ଡାକ୍ତରଖାନା ହେଉ ବା କଲେଜ କି ବ୍ୟବସାୟ ପାଇଁ ହେଉ, ଗମନାଗମନ କରିବାକୁ ଦେଶୀ ଡଙ୍ଗା ଉପରେ ହିଁ ନିର୍ଭର କରିବାକୁ ପଡୁଛି । ବ୍ରିଜକୁ କାର୍ଯ୍ୟକ୍ଷମ କରିବା ଲାଗି ଅଂଚଳବାସୀ ଅନେକ ବାର ଦାବି କରିଥିଲେ ମଧ୍ୟ ଫଳ ଶୂନ ।

{"id":81008}

ବୌଦ୍ଧ ସହ ସୋନପୁରକୁ ସଂଯୋଗ କରିବା ପାଇଁ ୨୦୧୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକ୍ରାପଡାଠାରେ ତେଲନଦୀ  ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ୪୮୫ ମିଟର ଲମ୍ବ ସେତୁ ପାଇଁ ୨୨ କୋଟି ୪ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ୨୦୧୫ ମସିହାରେ ସେତୁ କାମ ସରିଛି । ହେଲେ ଏଭିତରେ ୪ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ସେତୁ ଲୋକାର୍ପଣ ହୋଇପାରିନି । କାରଣ ବ୍ରିଜର ଉଭୟ ପଟରେ ସଂଯୋଗୀକରଣ ରାସ୍ତା ହୋଇନି । କୋଟି କୋଟି ଟଙ୍କାରେ ତିଆରି ଏହି ବ୍ରିଜ କେବେ ଲୋକଙ୍କ କାମରେ ଆସିବ ବୋଲି ଅଂଚଳବାସୀ ପ୍ରଶ୍ନ କରିଛନ୍ତି । ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ବ୍ରିଜର ଉଦଘାଟନ କରିବେ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ।

{"id":81009}

ବୌଦ୍ଧ ଓ ସୋନପୁରକୁ ସଂଯୋଗ କରିବା ପାଇଁ ତେଲ ନଦୀ ସେତୁ କାମ କେବେ ସରିବ, ତାକୁ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.