Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଅବଧି ସରିଲାଣି, ସୁରୁନି ସେତୁ ନିର୍ମାଣ କାମ : ଡଙ୍ଗାରେ ନଦୀ ପାର ହେଉଛନ୍ତି ଲୋକେ

6/10/2020 at 8:00 AM

ବୌଦ୍ଧ ୦୬।୧୦: ଅନୁଗୁଳ – ବୌଦ୍ଧ ଜିଲ୍ଲାକୁ ସମ୍ପର୍କ ସ୍ଥାପନ, ଗମନାଗମନ, ବ୍ୟବସାୟର ଉନ୍ନତି ପାଇଁ ୨୦୧୫ରେ ବୌଦ୍ଧ ଜିଲ୍ଲା ଧଳପୁର ଠାରେ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ ହେଲା। କାମ ବି ଆରମ୍ଭ ହେଲା । ବ୍ରିଜ ୨୦୧୯ ମସିହାରେ ଲୋକାର୍ପିତ ହେବା କଥା । ହେଲେ ବିଭାଗୀୟ ଅଧିକାରୀ ତଥା ଠିକାଦାରଙ୍କ ଖାମଖିଆଲ ନୀତି ପାଇଁ ଅବଧି ସରିଥିଲେ ବି କାମ ସରିନି । ଲୋକେ ବାଧ୍ୟ ହୋଇ ଜୀବନକୁ ବାଜି ଲଗାଇ ଏବେ ଡଙ୍ଗାରେ ନଦୀ ପାରି ହେଉଛନ୍ତି ।

ଅବଧି ସରିଲାଣି କିନ୍ତୁ ସୁରୁନି ସେତୁର ନିର୍ମାଣ କାମ। ୫୦ ପ୍ରତିଶତ କାମ ହୋଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅନୁଗୋଳ ଜିଲ୍ଲା ଏବଂ ବୌଦ୍ଧ ଜିଲ୍ଲା ହରଭଙ୍ଗାକୁ ଯୋଡିଛି ମହାନଦୀ । ଏଠାରେ ବ୍ରିଜ ନଥିବାରୁ ଗମନାଗମନର ସୁବିଧା ପାଇଁ ୨୦୧୫ରେ ବୌଦ୍ଧ ଖରଶଙ୍କୁଲେଇ ଠାରେ ଧଳପୁର-ଆଠମଲ୍ଲିକ ଦ୍ବିତୀୟ ସେତୁର ଶିଳାନ୍ୟାସ ହୋଇଥିଲା। କିନ୍ତୁ ୪ ବର୍ଷ ବତିଯାଇଥିଲେ ମଧ୍ୟ ସେତୁର କାମ ସରିନି । ଫଳରେ ଏବେବି ଜୀବନକୁ ବାଜି ଲଗାଇ ଡଙ୍ଗାରେ ଯାତ୍ରା କରୁଛନ୍ତି ଲୋକେ ।

ଧଳପୁର- ଆଠମଲ୍ଲିକ ଦ୍ବିତୀୟ ସେତୁ ନିର୍ମ।ଣ ପାଇଁ ୧୬୮ କୋଟି ୯୧ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ୨୦୧୬ ମସିହାରେ କାମ ଆରମ୍ଭ ହୋଇ ୨୦୧୯ରେ ସରିବା କଥା। ତେବେ ଠିକା ସଂସ୍ଥାର ବେପାରୁଆ କାମ ଯୋଗୁଁ କାମ ସରିପାରୁନଥିବା ଅଭିଯୋଗ ହୋଇଛି ।

ତେବେ ଏନେଇ ଆମେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ସେ କହିଛନ୍ତି ଆସନ୍ତା ଡିସେମ୍ବର ମାସ ଶେଷ ଶୁଦ୍ଧା ବ୍ରିଜ ନିର୍ମାଣ କାମ ଶେଷ ହେବ । ଧଳପୁର-ଆଠମଲ୍ଲିକ ବ୍ରିଜର ନିର୍ମ।ଣ କାମ କବେ ଶେଷ ହେବ ଏବଂ ଲୋକେ ସୁବିଧାରେ ଗମନାଗମନ କରିପାରିବେ ତାକୁ ହିଁ ଅପେକ୍ଷା ।

   Related Posts