Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଚ୍ଛିନ୍ନାଞ୍ଚଳରେ ପୋଲ କାମକୁ ପୂରା କଲେ ପୋଲିସ ବାବୁ, ଉଭୟ ପାର୍ଶ୍ବରେ ମାଟି ପକାଇ କୋଡି କୋଦାଳ ଧରି ନିର୍ମାଣ କଲେ ରାସ୍ତା

1/09/2019 at 2:30 PM

ମାଲକାନଗିରି ୧୯: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଥାନା ଅଧିକାରୀଙ୍କ ପ୍ରଶଂସନୀୟ କାମ । ସ୍ବାଭିମାନ ଅଞ୍ଚଳର ପାପରମେଟଲା ଗ୍ରାମକୁ ପୂର୍ବରୁ ଯୋଗାଯୋଗ ନଥିବା ବେଳେ ବର୍ତ୍ତମାନ ସେହି ଅଞ୍ଚଳରେ ସରକାର ଏକ ଝୁଲା ପୋଲ ନିର୍ମାଣ କରିଥିଲେ । କିନ୍ତୁ ପୋଲ କାମ ସରିବା ପରେ ମଧ୍ୟ ଦୀର୍ଘ ୯ ମାସ ଧରି ନଦୀ ଉପରେ ଝୁଲା ପୋଲ ଝୁଲୁଥିଲା ।

ଫଳରେ ଯୋଗାଯୋଗ ହୋଇ ନଥିବାରୁ ଲୋକେ ଗାଡି ମଟର ନେଇ ଯାତାୟାତ କରି ପାରୁନଥିଲେ । ତେବେ ପାପରମେଟଲା ଭାରପ୍ରାପ୍ତ ଥାନା ଅଧିକାରୀ ଲକ୍ଷ୍ମୀ ନାରାୟଣ ମୁଦୁଲି ନିଜ ଅର୍ଥରେ ବ୍ରିଜର ଉଭୟ ପାର୍ଶ୍ବରେ ମାଟି ପକାଇ ନିଜ ହାତରେ କୋଡ଼ି କୋଦାଳ ଧରି ରାସ୍ତା ନିର୍ମାଣ କରିଛନ୍ତି । ଫଳରେ ଲୋକେ ବର୍ତ୍ତମାନ ଯାତାୟାତ କରିବା ସହ ଥାନା ବାବୁଙ୍କୁ ଅନେକ ପ୍ରଶଂସା କରିଛନ୍ତି ।

   Related Posts