Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଏମିତି ଏକ ଗାଁ ଯେଉଁଠି କେହି ବାହା ଦେବାକୁ ଚାହାନ୍ତିନି ନିଜ ଝିଅ, ଅଭିଶାପ ପାଲଟିଛି ଯୁବକଙ୍କ ଜୀବନ

10/09/2021 at 5:00 PM

ରାଞ୍ଚି ୧୦/୦୯ : ଆଦିବାସୀ ବହୁଳ ରାଜ୍ୟ ସରକାରୀ ଦାବି ଥିଲା ଯେ ବିକାଶର ଆଲୋକ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚିବ। କିନ୍ତୁ ରାଜଧାନୀ ରାଞ୍ଚିର ଏକ ସୁଦୂର ଅଞ୍ଚଳରେ ଅନେକ ଗାଁ ଆଜି ବି ସାଧାରଣ ସୁବିଧାରୁ କୋଷେ ବାଟରେ। ରାଞ୍ଚିରୁ ପ୍ରାୟ ୨୬ କିଲୋମିଟର ଦୂର କାଙ୍କେ ବ୍ଲକର ଉପରି କୋନକି ପଞ୍ଚାୟତ ଅବସ୍ଥା ମଧ୍ୟ ଏହିଭଳି। ପାହାଡ ଓ ଜଙ୍ଗଲ ମଧ୍ୟରେ ଥିବା ଏହି ପଞ୍ଚାୟତରେ ପୋଲ ତିଆରି ହୋଇନଥିବାରୁ ପ୍ରାୟତଃ ବାହାଘର ହୋଇନଥାଏ। ଏହି ଗାଁକୁ କେହି ବି ନିଜ ଝିଅ ବାହା ଦେବାକୁ ଚାହାନ୍ତି ନାହିଁ।

ପଞ୍ଚାୟତର ଅନେକ ଗାଁ ପାହାଡ ଓ ଜଙ୍ଗଲ ମଝି ଦେଇ ଯାଇଥିବା ନଦୀ ଧାରରେ ଫସି ରହିଛି। ପୋଲ ତିଆରି ହେଉନଥିବାରୁ ଏହି ପଞ୍ଚାୟତର ପ୍ରାୟ ୧୫ଟି ଗାଁରୁ ୬ ଗାଁ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀଙ୍କୁ ନିଜ ପ୍ରତ୍ୟେକ କାମ ପାଇଁ ନଦୀ ପାରି ହୋଇ ଯିବାକୁ ପଡେ। ବର୍ଷା ଦିନରେ ନଦୀର ଜଳସ୍ରୋତ ବଢିଗଲେ କେହି ନଦୀ ଆଖପାଖ ଦେଇ ଯିବାକୁ ସାହସ ମଧ୍ୟ କରନ୍ତିନି। ସ୍ୱାସ୍ଥ୍ୟ ଓ ଶିକ୍ଷା ଭଳି ସୁବିଧାରୁ ଦୂର ଏହି ଗାଁକୁ କେହି ନିଜ ଝିଅ ବାହା ଦେବାକୁ ଚାହନ୍ତିନି। ସେଥିପାଇଁ ଗାଁରେ କଦବା କ୍ଵଚିତ ଶାହନାଇ ବାଜିଥାଏ। ଫଳରେ ଗାଁର ଅନେକ ଯୁବକ ଅବିବାହିତ ରହି ଯାଉଛନ୍ତି।

୨୬ ବର୍ଷୀୟ ହେସା ନାଗ ୨୦୧୧ରେ ବାହା ହୋଇ କତାରିବେଡା ଗାଁକୁ ଆସିଥିଲେ। ତାପରେ ଆଜି ଯାଏଁ ସେ ରାଜଧାନୀ ରାଞ୍ଚି ଯାଇନାହାନ୍ତି। ସେ କହିଛନ୍ତି ଯେ ଦୁର୍ଗାପୂଜା ଭଳି ପର୍ବରେ ଭଲ ଲୁଗା ପିନ୍ଧି ରାଞ୍ଚି ବୁଲିବାକୁ ତାଙ୍କୁ ବି ବହୁତ ଇଛା ହୁଏ କିନ୍ତୁ ନଦୀ ପାରି ହୋଇ ଯିବା ବହୁତ ମୁସକିଲ ବୋଲି ସେ କହିଛନ୍ତି।

ଅନେକ ବର୍ଷ ହେଲା ରାଢ଼ା ଓ ଉପରି କୋନକି ପଞ୍ଚାୟତ ମଧ୍ୟରେ ପୋଲ ତିଆରି କରିବାକୁ ଗ୍ରାମବାସୀ ଦାବି କରୁଛନ୍ତି ଯେପରି ଲୋକେ ସହର ଯିବା ଆସିବା କରିପାରିବେ। ସ୍ୱାସ୍ଥ୍ୟ ସେବା କଥା ନ କହିଲେ ଭଲ। କାହାର ସ୍ୱାସ୍ଥ୍ୟବସ୍ଥା ଖରାପ ହେଲେ ଚିକିତ୍ସା କରିବା ମୁସକିଲ। କାରଣ ପାହାଡ ଓ ଜଙ୍ଗଲର ଦୁର୍ଗମ ଓ ପଥୁରିଆ ରାସ୍ତା ଦେଇ କେହି ସାହାଯ୍ୟ ପାଇଁ ପହଁଚିଲେ ମଧ୍ୟ ତାଙ୍କ ଯାତ୍ରା ନଦୀ ପାଖରେ ଆସି ଅଟକିଯାଏ। ନଦୀ ପାରି କରିବା ପରେ ମଧ୍ୟ ପାହାଡ ଉପରେ ସ୍ଥିତ ଗାଁରେ ପହଞ୍ଚିବାକୁ ପୁଣି ପଥର ରାସ୍ତା ଦେଇ ଯିବାକୁ ପଡିଥାଏ।

ମହିଳାଙ୍କ କହିବାନୁଯାୟୀ, ପ୍ରସବ ସମୟରେ ଜୀବନ ଭଗବାନଙ୍କ ଭରସାରେ ରହେ। ଗାଁର ବୟସ୍କ ବ୍ୟକ୍ତି କହିଛନ୍ତି, ପିଲାଦିନେ ସେମାନେ ଗାଁର ଯେଉଁ ଛବି ଦେଖିଥିଲେ ଆଜି ବି ସେୟା ହିଁ ଅଛି। ସରକାର ଆସିଲା ଗଲା, କିନ୍ତୁ ଏହି ବ୍ଲକର ଛବି ବଦଳିଲା ନାହିଁ।

   Related Posts