ନିମ୍ନମାନର କାମ ସହ ମନ୍ଥର ଗତିରେ ଚାଲିଛି ବ୍ରିଜ୍ କାମ, ଯମ ଯନ୍ତ୍ରଣା ଭୋଗୁଛନ୍ତି ପାଟଣାବାସୀ

Published By : Prameya-News7 Bureau | July 09, 2021 IST

ପାଟଣା ୯।୭: ନିମ୍ନମାନର କାମ ସାଙ୍ଗକୁ ମନ୍ଥର ଗତିରେ ଚାଲିଛି ୨୨୦ ନମ୍ବର ଜାତୀୟ ରାଜପଥ ସ୍ବାମ୍ ସିମୁଳିଆ ନାଳ ଉପରେ ବ୍ରିଜ କାମ । ଏହାସହ ଆପ୍ରଚ୍ ରୋଡ଼ ଏବେ ପାଲଟିଛି ମରଣ ଯନ୍ତା । ଦୀର୍ଘ ୪ ବର୍ଷ ଧରି ଯମ ଯନ୍ତ୍ରଣା ଭୋଗୁଛନ୍ତି ପାଟଣାବାସୀ ।

{"id":477975,"width":747,"height":411,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ୨୨୦ ନମ୍ବର ଜାତୀୟ ରାଜପଥ ସ୍ବାମ୍ ସିମୁଳିଆ ନାଳ ଉପରେ ପୋଲ କାମ ଚାଲିଛି ଆଉ ମରଣ ଜନ୍ତା ପାଲଟିଛି ଆପ୍ରୋଚ ରୋଡ୍ । ଦୀର୍ଘ ଦୁଇ କିଲୋମିଟର ଖାଲ ଖମା ସାଙ୍ଗକୁ ଆବଡା ଖାବଡା ରାସ୍ତା । ବର୍ଷା ହେଲେ କାଦୁଅ ସାଙ୍ଗକୁ ଖରା ହେଲେ ଧୂଳି ଆଉ ଆବଡା ଖାବଡା ଯୋଗୁଁ ଦୁଇ ଚକିଆ ଚାରି ଚକିଆ ଗାଡିରେ ଯାଉଥିବା ଲୋକେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ସେପଟେ ଠିକାଦାର ଆଉ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାମ ହେଉଥିବା ଅଭିଯୋଗ ଆଣିଛନ୍ତି ବୁଦ୍ଧିଜୀବୀ ।

{"id":477976,"width":750,"height":413,"sizeSlug":"large","linkDestination":"none"}

ଅଞ୍ଚଳ ବାସୀଙ୍କ ଦୀର୍ଘ ଦିନର ଦାବି ପରେ ୨୦୧୭ ମସିହାରେ ଶିଳାନ୍ୟାସ ପରେ ୨୦୧୮ ମସିହାଠାରୁ ପୂର୍ତ୍ତ ବିଭାଗ ପକ୍ଷରୁ ୮ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ୨୨୦ ନମ୍ବର ଜାତୀୟ ରାଜପଥ ରାଞ୍ଚି ବିଜୟଓ୍ବାଡା କରିଡର ରାସ୍ତାର ସ୍ବାମ୍ ସିମୁଳିଆ ନାଳ ଉପରେ ବ୍ରିଜ ତିଆରି କାମ ଆରମ୍ଭ ହୋଇଥିଲା। ୪ ବର୍ଷ ପୂର୍ବେ ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପୂର୍ବତନ ପାଟଣା ବିଧାୟକ ହୃଷିକେଶ ନାଏକ ଶିଳାନ୍ୟାସ କରି  ଏହି ବ୍ରିଜ୍ କାମ ୨ ବର୍ଷ ପରେ ଅର୍ଥାତ ୨୦୨୦ ମସିହାରେ ଶେଷ ହେବ ବୋଲି ଘୋଷଣା କରିଥିଲେ। ହେଲେ ଠିକାଦାର ଆଉ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ପାଇଁ ଏଯାଏଁ ଶେଷ ହୋଇ ପାରୁନାହିଁ ବ୍ରିଜ କାମ । ଲୋକଙ୍କ ଗମନାଗମନର  ସୁବିଧା ପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ବିଭାଗୀୟ ଅଧିକାରୀ ଓ ଠିକାଦାରର ଆନ୍ତରିକତା ଅଭାବ ଯୋଗୁଁ ଲୋକେ ସୁବିଧା ବଦଳରେ ଯମ ଯନ୍ତ୍ରଣା ଭୋଗୁଛନ୍ତି ।

{"id":477978,"width":747,"height":411,"sizeSlug":"large","linkDestination":"none"}

ଏହି ବ୍ରିଜ ଦେଇ ପାଟଣା ମୁଖ୍ୟାଳୟର ୭ରୁ ଉର୍ଦ୍ଧ୍ଵ ପଞ୍ଚାୟତର ଲୋକେ ଯିବା ଆସିବା କରିବା ସହ ପଡୋଶୀ ମୟୁରଭଞ୍ଜ ଜିଲ୍ଲା ଲୋକେ ଭରସା କରିଥାଆନ୍ତି । ଏବେ ବ୍ରିଜ କାମରେ ବିଳମ୍ବ ଏବଂ ଆପ୍ରୋଚ ରୋଡ଼ ପାଇଁ ଲୋକେ ନାହିଁ ନଥିବାର ଅସୁବିଧା ହେଉଛନ୍ତି । ବ୍ରିଜ କାମ ଚାଲୁଥିବା ସମୟରେ ବିଭାଗୀୟ  ଯନ୍ତ୍ରୀ ଉପସ୍ଥିତ ରହୁନଥିବାରୁ  କାମ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ଏସଡିଓ ରବୀନ୍ଦ୍ର ଜେନା ଖୁବ୍ ଶୀଘ୍ର କାମ ଶେଷ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେବେ ବୋଲି କହିଥିଲେ। ସେପଟେ ଯଥାଶୀଘ୍ର ବ୍ରିଜ କାମ ନ ସରିଲେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବ ବୋଲି ପାଟଣା ଅଞ୍ଚଳର ବୁଦ୍ଧିଜୀବୀ ଚେତାବନୀ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.