ଲଗାଣ ବର୍ଷା ଯୋଗୁଁ ଧୋଇଗଲା ଅସ୍ଥାୟୀ ପୋଲ

Published By : Prameya-News7 Bureau | August 20, 2018 IST

ମୟୁରଭଞ୍ଜ ୨୦/୮ : ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ କରଞ୍ଜିଆ ଠାରେ ଧୋଇଗଲା ଅସ୍ଥାୟୀ ପୋଲ । ଉଦଳା ଓ ବାରିପଦା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିଭାଗୀୟ ଅବହେଳା ଲାଗି ଠିକାଦାରମାନେ ଠିକ୍ ସମୟରେ ପୋଲ କାମ ଶେଷ କରୁ ନଥିବା ଯୋଗୁଁ ବାରମ୍ବାର ଏଭଳି ହେଉଛି । ଘଟଣା ଅନୁଯାୟୀ ଶ୍ୟାମାଖୁଣ୍ଟା ବ୍ଲକ୍ ସ୍ଥିତ ବାରିପଦା-ଉଦଳା ରାଜ୍ୟ ରାଜପଥ କରଞ୍ଜିଆଠାରେ କାଞ୍ଚିଖାଲ ନଦୀରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ଯୋଗୁଁ ଏକ ଅସ୍ଥାୟୀ ପୋଲ ନିର୍ମାଣ ହୋଇଥିଲା । ହେଲେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କାଞ୍ଚିଖାଲ ଅସ୍ଥାୟୀ ପୋଲ ଉପରେ ପ୍ରାୟ ୩ ଫୁଟ ଉଚ୍ଚର ପାଣି ଚାଳିବାରୁ ଉଦଳା-ବାରିପଦା ମୁଖ୍ୟରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। କିଛିଦିନ ପୂର୍ବରୁ ମଧ୍ୟ ଲଗାଣ ବର୍ଷା ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା । ଫଳରେ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସୂଚନା ଦେଇଥିଲେ । ହେଲେ ସେହି ସମସ୍ୟାର ସମାଧାନ ନକରାଯିବାରୁ ପୁଣି ବାରିପଦା ଓ ଉଦଳା ଉଦଳା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.